୩୨ ଘଣ୍ଟା ପରେ ଡିଏଚ୍‌ଏଚ୍‌ରେ ପାଣି ମିଳିଲା

ସୋନପୁର, ୧୮ା୬(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ଓ୍ବାର୍ଡକୁ ସଂଯୋଗ କରୁଥିବା ପାଣି ପାଇପ ଲାଇନ୍‌ ଫାଟି ଯାଇଥିଲା। ପାଇପ ଲାଇନ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଠା ନିର୍ମାଣ ହୋଇଥିବାରୁ ପାଣି ପାଇପ୍‌ ଫାଟିଥିବା ଅଭିଯୋଗ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରୁ ମରାମତି କାମ ଚାଲିଥିଲେ ହେଁ ତାହା ସମ୍ପୂର୍ଣ୍ଣ ହେବାକୁ ଦୀର୍ଘ ୩୨ ଘଣ୍ଟା ଲାଗିଲା। ଏହି ସମୟ ଭିତରେ ଇନ୍‌ଡୋରରେ ଚିକିତ୍ସିତ ହେଉଥିବା ଶତାଧିକ ରୋଗୀ ଓ ପରିଜନ ପାଣି ପାଇଁ ହନ୍ତସନ୍ତ ହେଲେ। ଶୌଚ ପାଇଁ ରୋଗୀଙ୍କୁ ପାଣି ଟୋପାଏ ମିଳିଲାନି। ସେମାନଙ୍କ ଦୁଃଖ ଶୁଣିବାକୁ କେହି ନଥିଲେ। ବିକଳ୍ପ ବ୍ୟବସ୍ଥା କରା ଯାଇ ନଥିଲା । ତେବେ ପାଇପ ମରାମତି ପରେ ଶନିବାର ରାତି ୯ଟା ପରେ ଚିକିତ୍ସାଳୟର ବିଭିନ୍ନ ବିଭାଗକୁ ଜଳଯୋଗାଣ ହୋଇଛି। ଏଠାରେ ଶନିବାର ସର୍ବୋଚ୍ଚ ତାପମାତ୍ରା ୪୫.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମରେ ରୋଗୀ ହଇରାଣ ହୋଇଥିଲେ। ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ଶୋଇ ରହି ଚିକିତ୍ସିତ ହେଉଥିବା ବେଳେ ପାଣି ଅଭାବ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ଜିଲାର ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଘଲା ଗ୍ରାମର ବୃଦ୍ଧା ରୁକ୍ମଣୀ ସାହୁଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା। ମୃତଦେହକୁ ଘରକୁ ନେବା ପାଇଁ ମହାପ୍ରାୟାଣ ଗାଡି ମିଳି ନଥିଲା। ଫଳରେ ରୁକ୍ମଣୀଙ୍କ ମୃତଦେହକୁ ସାଇକେଲରେ ଘରକୁ ନେବାକୁ ପଡିଥିଲା। ଏହି ଉଭୟ ଘଟଣା ଜିଲାର ସ୍ବାସ୍ଥ୍ୟସେବାର ସ୍ଥିତିକୁ ପଦାରେ ପକାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ…

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri