ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ ପହଞ୍ଚତ୍ ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୁବଳୟା ପଞ୍ଚାୟତରେ ଗତ ୩ ମାସର ପିଡିଏସ ଚାଉଳ କୌଣସି ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନ ଥିବା ବେଳେ ଯୋଗାଣ ସହାୟକ ଭରତ ଖମାରୀ ସମସ୍ତ ହିତାଧିକାରୀଙ୍କ ବାୟୋମେଟ୍ରିକ ନେଇଥିଲେ। କୌଣସି ହିତାଧିକାରୀ ପଞ୍ଚାୟତରୁ ଉକ୍ତ ତିନିମାସର ପିଡିଏସ ଚାଉଳ ନେଇ ନ ଥିଲେ । ଏ ନେଇ ହିତାଧିକାରୀମାନେ ଅଭିଯୋଗ କରିବାରୁ ଯୋଗାଣ ସହାୟକ ଜଣକ ଗତ ୨ ଦିନ ହେଲା ଲଗାତାର ଭାବେ ସେହି ତିନିମାସର ଚାଉଳକୁ ତରବର ଭାବେ ବଣ୍ଟନ କରୁଥିଲେ। କେତେଜଣ ହିତାଧିକାରୀ ପିଡିଏସ ଚାଉଳ ନେଇ ସାରିଥିବା ବେଳେ ଅନ୍ୟ କେତେଜଣ ହିତାଧିକାରୀ ଙ୍କୁ ଦେବା ପାଇଁ ଚାଉଳ ପଞ୍ଚାୟତକୁ ଆସିନାହିଁ କହି ଫେରାଇ ଦେଉଥିବାରୁ ହିତାଧିକାରୀମାନେ ଉତ୍ତେଜିତ ହୋଇଥିଲେ। ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ହୋ ହାଲ୍ଲା କରିଥିଲେ। ସେହି ସମୟରେ କେତେଜଣ ବ୍ୟକ୍ତି ହିତାଧିକାରୀମାନଙ୍କୁ ଧକ୍କା ମାରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଫଳରେ ପୋଲିସର ସହାୟତା ନିଆଯାଇଥିଲା। ସେହି ସମୟରେ କୌଣସି କାମରେ ଯାଇଥିବା ବ୍ଲକ ଉପାଧକ୍ଷ ନାରାୟଣ ଲୁହା ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ସୁବଳୟା ପୋଲିସ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ବ୍ଲକ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଲୋକଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ପିଡିଏସ ଚାଉଳ ବଣ୍ଟନ ନ କରି ବାୟୋମେଟ୍ରିକ ନେବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏନେଇ ସୁବଳୟା ଯୋଗାଣ ସହାୟକ ଖମାରୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଏ ନେଇ ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇଙ୍କୁ ପଚାରିବାରୁ ଯୋଗାଣ ସହାୟକଙ୍କ ଭାଇଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ଚାଉଳ ବଣ୍ଟନ କରି ନ ଥିଲେ। ଦୁଇଦିନ ହେଲା ସେହି ପିଡିଏସ ଚାଉଳ ବଣ୍ଟନ କରାଯାଉ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri