ଗୁଣ୍ଡିଚା ମନ୍ଦିରରେ ବରଗଛ ଭର୍ତ୍ତି

ସୋନପୁର,୧୬।୬(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୨୦ ତାରିଖ ପବିତ୍ର ରଥଯାତ୍ରା। ଏଥିପାଇଁ ସୁବର୍ଣ୍ଣପୁର ସମେତ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ କରାଯାଉଛି। ହେଲେ ସୁବର୍ଣ୍ଣପୁରର ସ୍ଥିତି ଭିନ୍ନ। ମନ୍ଦିରମାଳିନୀ ଏହି ସହରରେ ପୁରାତନ ମନ୍ଦିରଗୁଡିକୁ ଅଣଦେଖା କରାଯାଉଛି। ବଡବଜାରସ୍ଥିତ ଗୁଣ୍ଡିଚା ମନ୍ଦିର କାନ୍ଥରେ ଛୋଟ ଛୋଟ ବରଗଛ ଭର୍ତ୍ତି ହୋଇରହିଛି। ଗଛ ଚେର ମନ୍ଦିର ଭିତରକୁ ପ୍ରବେଶ କଲାଣି। ସେଗୁଡିକୁ ଓପଡା ଯାଉନି। ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି। ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଏଥିପ୍ରତି ଦୃଷ୍ଟି ନାହିଁ। ସୋନପୁରର ରାଣୀ ଗୁଣ୍ଡିଚା ଦେବୀ ୧୮୩୭ରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ବଡ ମନ୍ଦିର ଭାବେ ପରିଗଣିତ ହେଉଥିଲା। ମନ୍ଦିର ଓ ନାଟ ମଣ୍ଡପର କାମ ବହୁତ ଉଚ୍ଚକୋଟୀର। କାରୁକାର୍ଯ୍ୟପୂର୍ଣ୍ଣ ଏହି ମନ୍ଦିରରେ ସମସ୍ତ ପୂଜା ପାର୍ବଣରେ ଶ୍ରଦ୍ଧାଳୁମାନେ ସମବେତ ହୋଇ ପୂଜା କରନ୍ତି। ପ୍ରଭୁ ନୃସିଂହ ଏଠାରେ ପୂଜା ପାଆନ୍ତି। ରଥଯାତ୍ରା ସମୟରେ ତିନି ଠାକୁର ମାଉସୀ ମା’ ମନ୍ଦିରରେ ବିଜେ ହୁଅନ୍ତି। ବେଶ ଧାରଣ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୁଏ। ତେବେ ମନ୍ଦିର ଚୂଳରେ ୧୦ ରୁ ୧୨ଟି ବର ଓ ଅଶ୍ୱତଥ୍‌ ଗଛ ଉଠିଥିବା ବେଳେ କାହାରି ଦୃଷ୍ଟି ନାହିଁ। ମନ୍ଦିରରେ ରଙ୍ଗ ଦିଆଯାଉନି। ସହରର ଏହି ପ୍ରମୁଖ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରଥଯାତ୍ରା ପୂର୍ବରୁ ଗଛ ସଫା କରିବା ସହ ମନ୍ଦିରରେ ରଙ୍ଗ ଦେବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri