ଜବରଦଖଲକାରୀଙ୍କ କବ୍‌ଜାରେ ପ୍ରାକୃତିକ ନାଳ, ଜଳାଶୟ

ସୋନପୁର,୨୩।୬(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ ଏହା ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏପରି କି ବର୍ଷାଦିନେ ସହର ଜଳମଗ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକୁ ଜବରଦଖଲ ମୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ସୁବର୍ଣ୍ଣପୁର ନୂତନ ଜିଲା ଘୋଷଣା ହେବା ପରେ କାମଧନ୍ଦା, ଚାକିରି ତଥା ଝିଅ ପୁଅଙ୍କୁ ପାଠ ପଢାଇବା ପାଇଁ ଗ୍ରାମାଞ୍ଚଳରୁ ଜିଲା ସଦର ମହକୁମାକୁ ଲୋକଙ୍କ ସୁଅ ଛୁଟିଲା । ଲୋକେ ବିଭିନ୍ନ ସ୍ଥାନରେ ଘର ଦ୍ୱାର ନିର୍ମାଣ କରି ରହିଲେ । ସହରର ଜନସଂଖ୍ୟା ବୃଦ୍ଧି ଓ ଲୋକଙ୍କ ଚାହିଦା ଅନୁସାରେ ବଢି ଚାଲିଲା ଜମିର ମୂଲ୍ୟ । ସରକାରଙ୍କ ଧାର୍ଯ୍ୟ ଦରଠାରୁ ଢେର ଚଢା ଦରରେ ବିକ୍ରି ହେଲା ଘର ଡିହ । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ଜମି କିଣି ଘର ତୋଳିବା ସ୍ବପ୍ନ । ଏଭଳି ସ୍ଥିତିରେ ଯେ ଯେଉଁଠି ପାଇଲା ସରକାରୀ ଓ ଦୋବୋତ୍ତର ଜାଗା ମାଡି ବସି ଘର ନିର୍ମାଣ କରିଦେଲା । ତାହା ପ୍ରାକୃତିକ ନାଳ ହେଉ କି ଜଳଉତ୍ସ କିମ୍ବା ପୋଖରୀ ଆଡି । ଯେଉଁଠି ସୁବିଧା ହେଲା ଲୋକେ ଘର ନିର୍ମାଣ କରି ରହିଲେ।କେତେକ ଧନୀ ଶ୍ରେଣୀର ଲୋକ ଓ ଚାକିରିଆ ମଧ୍ୟ ଏହାର ଫାଇଦା ଉଠାଇଲେ । ପ୍ରାକୃତିକ ନାଳଗୁଡିକୁ ପୋତି ଲୋକେ ଘର କଲେ। ସେହିପରି ପୁନରୁଦ୍ଧାର ହେଉ ନ ଥିବା ଜଳଉତ୍ସ ଗୁଡିକରେ ମାଟି ପକାଇ ଘର ନିର୍ମାଣ କରିବାରେ ଲାଗିଲେ । ଏହାର କୁପରିଣାମ କିଛି ବର୍ଷ ହେଲା ବର୍ଷାଋତୁରେ ସହରବାସୀଙ୍କୁ ଭୋଗିବାକୁ ପଡୁଛି । ଅପରପକ୍ଷରେ ସୁବର୍ଣ୍ଣପୁର ପୌରାଞ୍ଚଳରେ ହ୍ରାସ ପାଇଥିବା ସରକାରୀ ପୋଖରୀ ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଛି । ରାଜାରାଜୁଡା ସମୟରେ ସୁବର୍ଣ୍ଣପୁର ସହରରେ ପ୍ରାୟ ୮୫ ଏକର ପରିମିତ ଜମିରେ ଛୋଟ ବଡ ୯୫ଟି ପାରମ୍ପରିକ ଜଳଉତ୍ସ ଥିଲା । ଏହାର ରକ୍ଷଣାବେକ୍ଷଣ ଦିଗରେ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଗଲାନି । ଏବେ ଅଧିକାଂଶ ପୋଖରୀ ପୋତି ହୋଇଗଲାଣି । ଆଉ କିଛି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଧିରେ ଧିରେ ସହରର ଜଳଉତ୍ସଗୁଡିକ ନିଶ୍ଚିହ୍ନ ହେବାକୁ ବସିଛି । ସହର ମଧ୍ୟରୁ ବର୍ଷା ଜଳ ନିଷ୍କାସନ ପାଇଁ ରାଜାରାଜୁଡା ସମୟରୁ ସୁବନ୍ଦୋବସ୍ତ ହୋଇଥିଲା । ବର୍ଷା ଜଳ ବିଭିନ୍ନ ନାଳ ଦେଇ ମହାନଦୀ ଓ ତେଲନଦୀକୁ ନିଷ୍କାସନ ହେଉଥିଲା । ତେଣୁ ପୂର୍ବରୁ କେବେ ବର୍ଷା ଦିନରେ ସହରରେ କୃତ୍ରିମ ବନ୍ୟା କିମ୍ବା ଜଳମଗ୍ନ ଭଳି ପରିସ୍ଥିତି ସୃଷ୍ଟି ହେଉ ନ ଥିଲା। ଭଲ ଅସରାଏ ବର୍ଷା ହେଲେ ଏବେ ବଡବଜାର, ରାଜାବଗିଚା, ଆମ୍ବେଡକର ଛକ, ଗୋକର୍ଣ୍ଣେଶ୍ୱରପଡା ଓ ଜୟଗୁରୁ ମାର୍କେଟ୍‌ କମ୍ପ୍ଲେକ୍ସ ମୁଖ୍ୟ ରାସ୍ତାରେ ଜଳସ୍ରୋତ ପ୍ରବାହିତ ହେଉଛି । ମହାରାଜା ହାଇସ୍କୁଲ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମଝିରେ ଯାଇଥିବା ମୁଖ୍ୟ ନାଳ ଉଭୟ ପାର୍ଶ୍ୱରେ ଲୋକେ ମାଟି ପକାଇ ଘର କଲେଣି । ଏହି ନାଳ ଏବେ ସଙ୍କୁଚିତ ହୋଇ ଛୋଟ ଡ୍ରେନ୍‌ ଭଳି ଦେଖାଗଲାଣି । ସେହିପରି ଜଳ ନିଷ୍କାସନ ପାଇଁ ସମଲେଇ ମନ୍ଦିର ନିକଟରେ ଥିବା ଖାଇ ଏବେ ନିଶ୍ଚିହ୍ନ ପ୍ରାୟ। ଆମ୍ବେଡକର ଛକ ନିକଟରେ ଥିବା ନାଳ, ଜଳାଶୟ, ଜୟଗୁରୁ ମାର୍କେଟ୍‌ ସମ୍ମୁଖରେ ଥିବା ଷଣ୍ଢ୍ୟା ବନ୍ଧ ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ପୂର୍ବରୁ ଜଳାଶୟକୁ ପୋତି ବସଷ୍ଟାଣ୍ଡ ଓ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି । ନାଳକୁ ପୋତି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ଜବରଦଖଲକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଭବିଷ୍ୟତରେ ସହରବାସୀ ଅସୁବିଧା ଭୋଗିବେ । ତେଣୁ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?