ସୁବର୍ଣ୍ଣପୁର

ଅଜଣା ଜନ୍ତୁ ଆକ୍ରମଣରେ ୨୫ମେଣ୍ଢା ମୃତ

ଅମରପାଲି, ୧୩।୧୧ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ ମେଣ୍ଢା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସୂଚନାମତେ...

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ

ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ ଭାଗ ନେଇଥିଲେ। ଗୋଟିଏ ଡଙ୍ଗାରେ ଦୁଇଜଣ ଲେଖାଏ ପ୍ରତିଯୋଗୀ ରହିଥିଲେ। ଭାଗବତ ପାଠାଗାର...

ତ୍ରିବେଣୀ ସଙ୍ଗମ ଆରତୀରେ ସ୍ବଚ୍ଛତାର ବାର୍ତ୍ତା

ସୋନପୁର,୧୩।୧୧(ନି.ପ୍ର.)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ପ୍ରାଚୀନ ଶୈବପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ତଥା ସ୍ବର୍ଣ୍ଣ ପ୍ରୟାଗଠାରେ ୬ଷ୍ଠ ବର୍ଷ ତ୍ରିବେଣୀ ସଙ୍ଗମ ଆରତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ...

ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି

ସୋନପୁର,୧୨।୧୧(ନି.ପ୍ର.) କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି ଓ କୁକୁଡା ଆଦି ପାଳନ କରି ଏବଂ ସେଗୁଡିକୁ ଆବଶ୍ୟକ ସ୍ଥଳେ ବିକ୍ରି...

ମାନସିକ ଶାନ୍ତି ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ

ସୋନପୁର, ୧୦।୧୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସମିତି ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ ସଭାଗୃହରେ ଉପସଭାପତି ଆଇନଜୀବୀ ଚନ୍ଦ୍ରମଣି ଦାଶଙ୍କ ପୌରୋହିତ୍ୟରେ ଏକ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ଟ ଅଫ ଲିଭିଂର ଶିକ୍ଷକ ହିମାଂଶୁ କୁମାର...

ସଚ୍ଚୋଟତା ଉତ୍ତର ଜୀବନର ଆଧାର

ସୋନପୁର, ୩।୧୧(ନି.ପ୍ର.) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର କଲେଜ ପରିସରରେ ସଚ୍ଚୋଟତା ଜୀବନର ଏକ ଶୈଳୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲା ଦୁର୍ନୀତି ନିବାରଣ ବିଭାଗ ଓ ନେହେରୁ ଯୁବକେନ୍ଦ୍ର ସୁବର୍ଣ୍ଣପୁର ପକ୍ଷରୁ...

ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ...

ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ସଚ୍ଚୋଟତା-ଏକ ଜୀବନ ଶୈଳୀ ଶୀର୍ଷକ ଆଲୋଚନାଚକ୍ରରେ ଜିଲାପାଳ ମୋନିଷା ବାନାର୍ଜୀ...

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ...

ସଙ୍କୁଚିତ ହେବ ରୟାଲ ପଡିଆ

ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି, ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଟବଲ ଓ କ୍ରିକେଟ୍‌ ଟୁର୍ନାମେଣ୍ଟ ମାନ...

ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି। ସରକାର ଏହି ଐତିହାସିକ କୀର୍ତ୍ତିରାଜିକୁ ଧ୍ୱଂସ ମୂହଁରୁ ରକ୍ଷା କରିବା ପାଇଁ କୌଣସି...

କୃଷି କ୍ଷେତରେ ଜୈବିକ ଖତ ବ୍ୟବହାର ଉପରେ ଗୁରୁତ୍ୱ

ସୋନପୁର,୨୩।୧୦(ନି.ପ୍ର.)-ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାରର ଊପଯୁକ୍ତ ବ୍ୟବାହରକୁ ନେଇ ନୂଆଦିଲ୍ଲୀ ଠାରେ ପ୍ରଥମ କରି ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମର ସିଧା ପ୍ରସାରଣ ସକାଶେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଙ୍ଗଳବାର...

୨୧ ପରିବାରକୁ ମିଳିଛି ୧୦୦ଦିନର କାମ

ସୋନପୁର, ୨୨।୧୦(ନି.ପ୍ର.): ସୋନପୁର ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସଏପି)ର ଜନଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗତ ସାଧାରଣ ନିର୍ବାଚନ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷର ଜନଶୁଣାଣି ନିର୍ଦ୍ଧାରିତ ସମୟରେ...

ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ବାପା, ବଡ଼ ପୁଅ ମୃତ, ସାନ ଗୁରୁତର

ଅମରପାଲି, ୧୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପିତାମହୁଲ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପା ଓ ବଡ଼ ପୁଅଙ୍କ...

ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ : ସେମିରେ ଇଲେଭେନ ଷ୍ଟାର ସୋନପୁର

ଅମରପାଲି, ୧୭।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆରେ ହେଉଥିବା ୧୦ମ ଶହୀଦ ବିଭୀଷଣ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିବସ ଗୁରୁବାର ତିନୋଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଏମଏନସିସି ଉପୁଲା ଓ...

ସମବାୟ ସମିତି ସଭାପତିଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି: ଏସ୍‌ପିଙ୍କୁ ଭେଟିଲେ ପରିବାରବର୍ଗ, ଗ୍ରାମବାସୀ

ସୋନପୁର,୧୭।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ସେବା ସମବାୟ ସମିତି ସଭାପତି ପ୍ରଦୀପ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ୨୮ ଦିନ ବିତିଲାଣି । ପ୍ରଦୀପଙ୍କ ଭାଇ ଅଜିତଙ୍କ ଲିଖିତ ଅଭିଯୋଗ କ୍ରମେ ସୁବଳୟା ପୋଲିସ ଏକ ହତ୍ୟା...

ଦାଦନ୍‌ ଯାଇ ହାତ୍‌ ହରାଲେ ନାଗେସ

ବିନିକା,୧୭।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁର ନାଗେସ ସ୍ବାମୀ(୩୭)। ସେ ଝନେ ନିହାତି ଗରିବ୍‌ ଆର ପେସାରେ ପଥର ଫଟାଲି ଶ୍ରମିକ। କାମ୍‌ଧଁଦା ଅଭାବୁ ସେ ଆଏଜ୍‌କେ ୭ ମାସ ତଲେ କର୍ଣ୍ଣାଟକ ରାଏଜର ମାଙ୍ଗାଲୁରକେ ଦାଦନ...

ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ବୀରମହାରାଜପୁର

ଅମରପାଲି, ୧୬।୧୦ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡିଆପାଲି ଖେଳ ପଡିଆରେ ଚାଲିଥିବା ୧୦ମ ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ତିନୋଟି ମ୍ୟାଚ ଖେଳା ହୋଇଛି। ପ୍ରଥମ ମ୍ୟାଚ ମହଦା ପଞ୍ଚାୟତ ଦଳ ଓ...