ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼ ଜିଲା ବରପାଲି ଥାନା ସତଲମା ଗ୍ରାମର ଗୁଲସନ ସାହୁ(୨୪)ଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। କଫ୍‌ ସିରପ୍‌ ବୋଝେଇ ହୋଇଥିବା ପିକ୍‌ଅପ୍‌ ଭ୍ୟାନ୍‌ ଓ ଏକ କାର୍‌କୁ ପୋଲିସ ଜବତ କରିଛି। ବରଗଡ଼ ପଟୁ ଏହି କଫ୍‌ ସିରପ୍‌ ଆସିଥିଲା। ଗୁଲସନଙ୍କ କାର୍‌ରେ ସେଗୁଡିକୁ ରାମପୁର ଅଞ୍ଚଳରେ ବିକ୍ରି କରାଯିବାର ଯୋଜନା ଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଥିବା ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ଜିଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାମପୁର ଥାନା ମାୟାବାର୍ହା ପଞ୍ଚାୟତ ସାହାଜବାହାଲ ପଡ଼ିଆରେ କେତେଜଣ ଲୋକଙ୍କ ଦ୍ୱାରା କଫ୍‌ ସିରପ୍‌ କାରବାର ଚାଲିଥିବା ସକାଳେ ଏସ୍‌ପି ନାୟକଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରାମପୁର ଥାନା ଏସ୍‌ଆଇ ପ୍ରକାଶ ନନ୍ଦ ଓ ଟିମ୍‌ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓ କାର୍‌ ଥିବା ଦେଖିବାକୁ ମିଳିଥିଲା।

ପୋଲିସ ଟିମ୍‌କୁ ଦେଖି ସେଠାରେ ଥିବା ୩ ଜଣ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କୁ ପିଛା କରିବାକୁ ଯାଇ ପୋଲିସ ଟିମ୍‌ କାର୍‌ (ନଂ. ଓଡି୦୩-ଏବି-୧୭୯୦) ଓ କାର୍‌ ମାଲିକ ଗୁଲସନଙ୍କୁ ଅଟକ ରଖିଥିଲା।

ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଡି୧୭ଏଫ-୬୬୬୬) ଓ କାର୍‌ ତନଖି ସମୟରେ ସେଥିରୁ କଫ୍‌ ସିରପ୍‌ ଠାବ ହୋଇଥିଲା। ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ସାକ୍ଷୀ ଓ ମାଜିଷ୍ଟ୍ରେଟ୍‌ ତଥା ରାମପୁର ଅତିରିକ୍ତ ତହସିଲଦାର ବିଶ୍ୱମ୍ବର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ଉଭୟ ଗାଡ଼ି ତନଖି ସମୟରେ ମୋଟ ୬୮ଟି ବ୍ୟାଗ୍‌ ମିଳିଥିଲା। ପ୍ରତି ବ୍ୟାଗ୍‌ରେ ୬ଟି ପ୍ୟାକେଟ୍‌ ଥିଲା। ସେହିଭଳି ପ୍ରତି ପ୍ୟାକେଟ୍‌ରେ ୨୫ଟି ଲେଖାଏ ୧୦୦ମିଲିଲିଟିର ବିଶିଷ୍ଟ ସର୍ବ ମୋଟ ୯୦୦୦ ବୋତଲ ଏସ୍‌କଫ୍‌ କୋଡିନ୍‌ ଫୋସଫେଟ୍‌ ଓ ଟ୍ରିପ୍ରୋଲାଇଡିନ୍‌ ହାଇଡ୍ରୋକ୍ଲୋରାଇଡ୍‌ ସିରପ୍‌ ବୋତଲ ମିଳିଥିଲା।

ଏହି ଘଟଣାରେ ରାମପୁର ଥାନା ପୋଲିସ ଏନ୍‌ଡିପିଏସ୍‌ ଆଇନର ଧାରା ୨୧(ସି)/୨୯ ଅନୁଯାୟୀ ଏକ ମାମଲା(ନଂ.୪୪/୨୬)ରୁଜୁ କରିଛି। ସେହିପରି କଫ୍‌ସିରପ, କାର୍‌ ଓ ପିକ୍‌ଅପ୍‌କୁ ପୋଲିସ ଜବତକରି ଅଧିକ ଅନୁସନ୍ଧାନ ଜାରି ରଖିଛି। ଜବତ କଫ୍‌ସିରପ୍‌ର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ୮୨ ହଜାର ଟଙ୍କା ହେବ ବୋଲି ଏସ୍‌ପି ନାରାୟଣ ନାୟକ କହିଛନ୍ତି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ବରଗଡ ଜିଲାରୁ କଫ୍‌ ସିରଫ ଆଣି ଚାହିଦା ଅନୁଯାୟୀ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ। ତଦନ୍ତ ଜାରି ରହିଥିବା ରାମପୁର ଆଇଆଇସି ଡୋଲାମଣି ନାଏକ କହିଛନ୍ତି। ଭାରପ୍ରାପ୍ତ ସୋନପୁର ଏସ୍‌ଡିପିଓ ରେଣୁକା ସୁନା ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?