ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସେମାନଙ୍କୁ ପଢ଼ାଇବା ପାଇଁ ପୂର୍ବରୁ ୨ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ। ମାତ୍ର କିଛି ମାସ ପୂର୍ବରୁ ଜଣେ ଶିକ୍ଷକଙ୍କ ବଲାଙ୍ଗୀର ଅଞ୍ଚଳକୁ ବିଭାଗ ତରଫରୁ ବଦଳି କରି ନିଆଗଲା। ମାତ୍ର ତାଙ୍କ ସ୍ଥାନରେ ଆଉ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଏବେ ଉକ୍ତ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ଏପରିକି ଉକ୍ତ ଶିକ୍ଷକ ଜଣକ ବହୁ ସମୟରେ ଶାରୀରିକ ଅସୁସ୍ଥତା ମଧ୍ୟଦେଇ ଗତି କରୁଛନ୍ତି। ଛଅଟି ଶ୍ରେଣୀରେ ପାଠ ପଢ଼ାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ସ୍କୁଲରେ ପାଠପଢାରେ ସମସ୍ୟା ହେଉଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟ ସ୍କୁଲରେ ନାମ ଲେଖାଉଛନ୍ତି। ଆଗକୁ ଛାତ୍ରୀଛାତ୍ର ସଂଖ୍ୟା କମିବାର ସମ୍ଭାବନା ମଧ୍ୟ ରହିଛି। ତେବେ ଗ୍ରାମବାସୀ ସ୍କୁଲରେ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହାଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ସ୍କୁଲରୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ କାହିଁକି ନିଯୁକ୍ତି ଦିଆଗଲାନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହାଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ସାହାଜଲଥା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri