ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଦିବାସୀ
ଜମନକିରା,୭ା୧୧(ଡି.ଏନ.ଏ.): ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ସୋମବାର ଜମନକିରା ବ୍ଲକ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ରାସ୍ତାରୋକୋ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ବ୍ଲକର ଡିମିରିମୁଣ୍ଡା ଛକ ରାସ୍ତାପାର୍ଶ୍ୱରେ କେତେକ ଆଦିବାସୀ ପରିବାର ଜମି ଅଧିଗ୍ରହଣ କରିଥିଲେ। ଆଦିବାସୀଙ୍କ କହିବା…
ସହର ଉପକଣ୍ଠରେ ମାଟି ମାଫିଆ ସକ୍ରିୟ
ସମ୍ବଲପୁର,୭ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର, ସଦର, ରେଙ୍ଗାଲି ଓ ଯୁଯୁମୁରା ତହସିଲ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସରକାରୀ, ଜଙ୍ଗଲ କିସମ ଓ ଘରୋଇ ଜମି ମାଲିକଙ୍କୁ ହାତ କରି ସେମାନେ ବିନା ଅନୁମତିରେ ମାଟି ଚୋରା ଚାଲାଣ କରୁଛନ୍ତି।…
ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ
ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି ମିଲର୍ସଙ୍କ ପାଇଁ ଧାନ ସଂଗ୍ରହ ପ୍ରାୟ ଏକ ମାସ ବିଳମ୍ବ କରାଯାଇଥିବା ଚାଷୀମାନେ ଅଭିଯୋଗ…
୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ରେଢାଖୋଲ,୫।୧୧(ଡି.ଏନ୍.ଏ): ୧୨ ଦଫା ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍ୟୁସିଆଇର ବହୁ କର୍ମକର୍ତ୍ତା ସ୍ଥାନୀୟ ଭୀମଭୋଇ ଛକରୁ…
୨୫ରୁ ଜିଲାରେ ଧାନ ସଂଗ୍ରହ ଆରମ୍ଭ
ସମ୍ବଲପୁର,୩ା୧୧(ବ୍ୟୁରୋ): ସମ୍ବଲପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ରବି ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାର କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡରେ ଡିସେମ୍ବର ମାସରେ ପର୍ଯ୍ୟାୟକ୍ରମେ ଧାନ କ୍ରୟକେନ୍ଦ୍ର…
ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ
ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ…
ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା
ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ,…
‘ଉପୁଜୁଥିବା ସମସ୍ୟା ଦୂର ହେବ’
ସମ୍ବଲପୁର,୨୬।୧୦(ବ୍ୟୁରୋ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ ଉପୁଜୁଥିବା…
ସୂର୍ଯ୍ୟପରାଗ ପାଇଁ ମା’ସମଲେଇଙ୍କ ଦର୍ଶକରୁ ବଞ୍ଚିତ ଭକ୍ତ
ସମ୍ବଲପୁର,୨୫।୧୦(ବ୍ୟୁରୋ): ଆଜି ହେଉଛି ସୂର୍ଯ୍ୟପରାଗ। ଏଥିପାଇଁ ମା’ସମଲେଶରୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଭୋର୍ ୪ ଟାରେ ମା’ଙ୍କର ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହୋଇଥିଲା। ଫଳରେ ଭୋର ୪.୩୦ରୁ ମା’ଙ୍କ…
ହାତ ଧରି ଏକାଠି ଚାଲିଲେ ମନ୍ତ୍ରୀ, ବିରୋଧୀ ଦଳ ନେତା
ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ସହରର ବହୁଚର୍ଚ୍ଚିତ ଫ୍ଲାଏଓଭର ବ୍ରିଜ ଶୁକ୍ରବାର ଉଦ୍ଘାଟିତ ହୋଇଛି। ହେଲେ ତିନିଦିନ ପୂର୍ବରୁ ଉଦ୍ଘାଟନ ଖବର ପ୍ରକାଶ ପରେ ସହରରେ ଅସନ୍ତୋଷ ଲାଗିରହିଥିଲା। ଶେଷରେ ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରଶାସନ ମନାଇବାରେ ସଫଳ…
ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି
ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଖଳିମୁଣ୍ଡା ନିକଟ ଜାମୁପଟି, ସଡ଼କ ସାହି ଓ ସୁଦ ସାହିର ଧାନ କ୍ଷେତରେ ପଶି…
ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରି
ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍ମେଟ ଓ ଅନ୍ୟାନ୍ୟ…
Archives


