Advertisement

ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ, କର୍ମଚାରୀ ନିଯୁକ୍ତି ହୋଇ ନ ଥିବାରୁ ସମ୍ବଲପୁର ଜିଲା ସୈନିକ ବୋର୍ଡ ଅଫିସରେ ଅଚଳାବସ୍ଥା ଦେଖାଦେଇଛି। ବାହାରେ ଏକ ବଡ଼ ସୂଚନା ବୋର୍ଡ ଲଗାଯାଇଛି। ହେଲେ ବାସ୍ତବରେ ପରିଚାଳନା ପାଇଁ ମାନବ ସମ୍ବଳ ଯୋଗାଇ ଦିଆଯାଇ ନାହିଁ। ଫଳରେ ଏହି ଅଫିସ ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଳାଙ୍ଗୀର ଓ ସୋନପୁର ଜିଲାର ଅବସରପ୍ରାପ୍ତ ଯବାନମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶତାଧିକ ଫାଇଲ ପଡିରହିଥିବା ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଫିସକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି।
ସେମାନେ ଆହୁରି ଅଭିଯୋଗ କରିଛନ୍ତି, ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖଳାରେ ଯବାନଙ୍କ ଅବଦାନ ରହିଛି। ହେଲେ ଅବସର ନେବା ପରେ ସରକାର ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି। କେବଳ ନାରାରେ ଜୟ ଯବାନ ଜୟ କିଷାନ ବୋଲି କୁହାଯାଉଛି। ଗୋଟିଏ କାମ ପାଇଁ ବାରମ୍ବାର ଶତାଧିକ କିଲୋମିଟର ଦୂରରୁ ଅଫିସ ଆସିବାକୁ ପଡୁଛି। ହେଲେ କାମ ନ ହେବାରୁ ପୁଣି ଫେରିବାକୁ ପଡୁଛି। ଅବସର ନେବା ପରେ ପେନ୍‌ସନ କାମ, ମେଡିକାଲ ଭତ୍ତା, ଶିଶୁମାନଙ୍କ ଭତ୍ତା ଓ ଅନ୍ୟାନ୍ୟ କାମ ଏହି ଅଫିସରୁ ପରିଚାଳନା ହୋଇଥାଏ। ଏହି ଅଫିସରୁ ଅନୁମୋଦନ ପରେ କାମ ହୋଇଥାଏ। ହେଲେ ମାସ ମାସ ଧରି ଫାଇଲ ପଡିରହୁଛି। ଅଫିସକୁ ଆସିଲେ କେତେବେଳେ ଖୋଲା ରହୁଛି ତ କେତେବେଳେ ବନ୍ଦ ରହୁଛି। ସ୍ଥାୟୀ ଅଧିକାରୀ ନିଯୁକ୍ତି ଦିଆଯାଇ ନାହିଁ। କାମ ଅନୁସାରେ ୩ଜଣ କିରାଣି ଓ ୨ ଜଣ ପିଅନର ଆବଶ୍ୟକ ରହିଛି। ହେଲେ କିରାଣି ପଦ ଖାଲି ପଡିଛି। ତେଣୁ କାମ ଆଗେଇ ପାରୁନାହିଁ। ସୋନପୁର ଜିଲାରୁ ଆସିଥିବା ଆଲୋକ ପଣ୍ଡା କହିଛନ୍ତି, ପୂର୍ବରୁ ୨ଥର ଅଫିସ ଆସି ଫେରି ଯାଇଥିଲି। ଆଜି ମଧ୍ୟ କେହି ଅଧିକାରୀ ଏପର୍ଯ୍ୟନ୍ତ ଆସିନାହାନ୍ତି। ଜଣେ ତଳିିଆ କର୍ମଚାରୀ ଅଫିସ ଖୋଲି ବସିଛନ୍ତି। ତେଣୁ କାମ ହେବ କି ନାହିଁ ତାହା ଜଣାପଡି ନାହିଁ । ସେହିପରି ସୁନ୍ଦରଗଡ଼ ଜିଲାରୁ ଆସିଥିବା ଜଣେ ଯବାନ କହିଛନ୍ତି, ଭତ୍ତା କାମ ପାଇଁ ବାରମ୍ବାର ଅଫିସ ଆସିବାକୁ ପଡୁଛି। ସକାଳୁ ଆସିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅସ୍ଥାୟୀ ଭାବେ ଜଣେ ଅଧିକାରୀ ଅଛନ୍ତି। ତେଣୁ କାମ ଠିକ୍‌ ଭାବେ ହୋଇ ପାରୁନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ୧୯୮୮ ମସିହାରେ ଜିଲା ସୈନିକ ବୋର୍ଡ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏହି ବୋର୍ଡର ମୁଖ୍ୟ ଓ ଅବସରପ୍ରାପ୍ତ କିରାଣି ଅଫିସ କାମ କରିବା ନିୟମ ରହିଛି। ହେଲେ ସରକାର ନିଯୁକ୍ତି ଦେଉ ନାହାନ୍ତି। ମୁଖ୍ୟ ଅଧିକାରୀ ପଦ ୨୦୧୮ ମସିହାରୁ ଖାଲି ପଡିଛି। ଜିଲା ପ୍ରଶାସନର ଜଣେ ଡେପୁଟି କଲେକ୍ଟର ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବ୍ୟସ୍ତବହୁଳ କାର୍ଯ୍ୟରୁ ସମୟ ବାହାର କରି ସେ ଏହି ଦାୟିତ୍ୱ ନିିର୍ବାହ କରୁଛନ୍ତି। ତେଣୁ ଏଭଳି ସମସ୍ୟା ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ଉମାକାନ୍ତ ରାଜ କହିଛନ୍ତି, ସ୍ବତନ୍ତ୍ର ବୋର୍ଡ ଗଠନ କରି ଏହାର ପରିଚାଳନା ହୋଇଥାଏ। ସରକାର ନିଯୁକ୍ତି ଦିଅନ୍ତି ନାହିଁ। ସୈନିକ ବୋର୍ଡ ଗଠନ କରି ନିଯୁକ୍ତି ଦେବା କ୍ଷମତା ରହିଛି, ହେଲେ କରୁନାହାନ୍ତି। ଅନ୍ୟପଟେ କମ୍‌ ଦରମା ଓ ଠିକ୍‌ ସମୟରେ ନ ମିଳିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ଗୃହ ବିଭାଗ କେବଳ ତଦାରଖ କରିଥାଏ। ଯବାନମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇ କାମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଟିସିଏଲ୍‌ ଗ୍ରୀଡ୍‌ ମରାମତି ପାଇଁ ବିଦ୍ୟୁତ୍‌ କାଟ୍‌

ଭବାନୀପାଟଣା,୪।୨(ଡିଏନଏ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭଙ୍ଗାବାବରୀରେ ଥିବା ଓପିଟିସିଏଲ ଗ୍ରୀଡ୍‌ ମରାମତି ପାଇଁ ବିଦ୍ୟୁତ କାଟ ହେବ । ଏ ନେଇ ମଙ୍ଗଳବାର...

ବିଜେଡି ନେତା ଯଯାତି ହତ୍ୟା ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୩୦ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ବିଜେଡି ନେତା ଯଯାତି କେଶରୀ ସାହୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ଓ ପ୍ରମାଣ...

ଫାଟୁସିନେରି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୨୭ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ସୀମାରେ ଥିବା ସ୍ଥାନରେ...

ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ, ୮।୧୨(ଡି.ଏନ୍‌.ଏ.): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ। ଏହି କାର୍ତ୍ତିକ ବଡ଼ ଏକାଦଶୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ...

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ସ୍ବାମୀ, ଦିଅର କୋର୍ଟ ଚାଲାଣ, ନ୍ୟାୟ ଅପେକ୍ଷାରେ ମୃତକାଙ୍କ ମା’, ୨ ଭାଇ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ଗତ ୬ତାରିଖ ମଙ୍ଗଳବାର ବିବାହର ୭ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ...

ଦାରିଙ୍ଗବାଡ଼ିରେ ତଳକୁ ଖସିଲା ପାରଦ: ଚାରିଆଡ଼େ ତୁଷାରପାତ, ବଢ଼ୁଛି ଶୀତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ତାପମାତ୍ରା ତଳକୁ ଖସି ତୁଷାରପାତ ହେବା ସହ ଶୀତ...

ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ...

ବାଳାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ସହର ଉପକଣ୍ଠ ସିମେଣ୍ଟ ନଗର ନିକଟରେ ରହିଥିବା ବିମଳାଦେବୀ...

Advertisement
Archives

Model This Week