ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରି

ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍‌ମେଟ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା କଥା। ହେଲେ କମ୍ପାନୀ ପକ୍ଷରୁ ଏହି ସାମଗ୍ରୀ ପ୍ରଦାନ କରାଯାଉ ନ ଥିବା କୁହାଯାଉଛି। ସତ୍ୟ ବିନା ଜୋତା ଓ ହେଲ୍‌ମେଟରେ କାମ କରୁଥିଲେ। ଫଳରେ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଠାରେ କମ୍ପାନୀ ମାଲିକ ଅସୁରକ୍ଷିତ ଭାବେ ଫ୍ୟାକ୍ଟ୍ରି ଚଲାଇଥିବା ଅଭିଯୋଗ ହେଉଛି। ଘଟଣା ଦିନ ଚାନ୍ଦମୁଣ୍ଡା ଗ୍ରାମ ଦୁର୍ଗାମନ୍ଦିର ନିକଟରେ ପୋଲିସ ଓ କମ୍ପାନୀର ଜଣେ ମ୍ୟାନେଜରଙ୍କ ଭିତରେ ଡିଲ୍‌ ହୋଇଥିବା ଆଲୋଚନା ହେଉଛି। ମାମଲାକୁ କୋହଳ କରିବା ଓ କୋର୍ଟ ଚାଲାଣ ନ କରିବା ନେଇ ଜଣେ ପୋଲିସ ବାବୁ ପ୍ରାୟ ୩ଲକ୍ଷ ଟଙ୍କା କମ୍ପାନୀ ଅଧିକାରୀଙ୍କଠାରୁ ନେଇଥିବା ଚର୍ଚ୍ଚା ହେଉଛି। ପରେ ଥାନାରେ ଅଟକ ଥିବା ଅନ୍ୟଜଣେ ମ୍ୟାନେଜର ଓ ଦୁଇଜଣ କର୍ମଚାରୀଙ୍କୁ ଛାଡି ଦିଆଯାଇଥିବା ଅଭିଯୋଗ ହେଉଛି। କମ୍ପାନୀ ଅବହେଳା ପାଇଁ ସତ୍ୟଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସଦର ଥାନାରେ ୨୫୯/୨୨ରେ ମାଲିକ ଓ ଜଣେ ମ୍ୟାନେଜରଙ୍କ ନାମରେ ୩୦୪ (ଏ) ଓ ୨୮୭ ଦଫାରେ ମାମଲା ରୁଜୁ ହୋଇଥିଲା। କମ୍ପାନୀ ନିୟମ ଅନୁସାରେ ଉକ୍ତ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଘଟଣା ନେଇ ଶ୍ରମ ବିଭାଗ, ବ୍ରଏଲର ଆଣ୍ଡ ଫ୍ୟାକ୍ଟ୍ରି ବିଭାଗକୁ ମଧ୍ୟ କମ୍ପାନୀ ଓ ପୋଲିସ ପକ୍ଷରୁ ଅବଗତ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ବର୍ଗଙ୍କୁ ମାଲିକ ମୃତଦେହ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥତ୍କ ସହଯୋଗ କରିଥିଲେ। ଏପରି କି ବୀମା କମ୍ପାନୀ ପକ୍ଷରୁ କିଭଳି ଟଙ୍କା ମିଳିବ ସେ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପରିବାର ବର୍ଗ କହନ୍ତି। ରୋଜଗାରକ୍ଷମ ପୁଅକୁ ହରାଇ ମୁକ ବାପା ଓ ବୃଦ୍ଧ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅଘଟଣ ପରେ ମଧ୍ୟ ଫ୍ୟାକ୍ଟ୍ରିରେ ଅସୁରକ୍ଷିତ ଭାବେ ଶ୍ରମିକମାନେ କାମ କରୁଥିବା ଅଭିଯୋଗ ହେଉଛି। କାଗଜପତ୍ର ଯାଞ୍ଚ ସହ ଶ୍ରମିକ ସୁରକ୍ଷା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଥାନା ଅଧିକାରିଣୀ ଅନିତା ପଟନିଆ କହିଛନ୍ତି, ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ତଦନ୍ତ ଜାରି ରହିଛି। ଟଙ୍କା ନେବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଥିଲେ। ଅନ୍ୟପଟେ ବ୍ରଏଲର ଆଣ୍ଡ ଫ୍ୟାକ୍ଟ୍ରି ବିଭାଗ ଇନ୍ସପେକ୍ଟର ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଦୁର୍ଘଟଣା ଘଟିବା ପରେ ଆମକୁ ସୂଚନା ଦିଆଯିବା କଥା, ହେଲେ କେହି ଜଣାଇନାହାନ୍ତି। ଫ୍ୟାକ୍ଟ୍ରି ପରିଦର୍ଶନ କରି କ’ଣ ସମସ୍ୟା ରହିଛି ତାହା ଅନୁଧ୍ୟାନ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଫ୍ୟାକ୍ଟ୍ରିି ପକ୍ଷରୁ କୁହାଯାଇଛି, ବହୁଦିନରୁ ସତ୍ୟ କାମ କରୁଥିଲେ, ଏହା ଆମ ପାଇଁ ଦୁଃଖଦ ଘଟଣା। ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଯଥାସମ୍ଭବ ସହାୟତା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ଡେରି ହେଉଛି। ତେଣୁ ସତ୍ୟଙ୍କ ପରିବାର ବର୍ଗଙ୍କୁ ବୀମା ମିଳିବା ପ୍ରକ୍ରିୟାରେ ବିଳମ୍ବ ହେଉଛି। ସୁରକ୍ଷାର ସମସ୍ତ ନିୟମ ପାଳନ କରାଯାଉଛି। ଅନେକ ସମୟରେ ଶ୍ରମିକମାନେ ହେଲ୍‌ମେଟ ଓ ଜୋତା ଖୋଲି ଦେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri