ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରି

ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍‌ମେଟ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର କରିବା କଥା। ହେଲେ କମ୍ପାନୀ ପକ୍ଷରୁ ଏହି ସାମଗ୍ରୀ ପ୍ରଦାନ କରାଯାଉ ନ ଥିବା କୁହାଯାଉଛି। ସତ୍ୟ ବିନା ଜୋତା ଓ ହେଲ୍‌ମେଟରେ କାମ କରୁଥିଲେ। ଫଳରେ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଠାରେ କମ୍ପାନୀ ମାଲିକ ଅସୁରକ୍ଷିତ ଭାବେ ଫ୍ୟାକ୍ଟ୍ରି ଚଲାଇଥିବା ଅଭିଯୋଗ ହେଉଛି। ଘଟଣା ଦିନ ଚାନ୍ଦମୁଣ୍ଡା ଗ୍ରାମ ଦୁର୍ଗାମନ୍ଦିର ନିକଟରେ ପୋଲିସ ଓ କମ୍ପାନୀର ଜଣେ ମ୍ୟାନେଜରଙ୍କ ଭିତରେ ଡିଲ୍‌ ହୋଇଥିବା ଆଲୋଚନା ହେଉଛି। ମାମଲାକୁ କୋହଳ କରିବା ଓ କୋର୍ଟ ଚାଲାଣ ନ କରିବା ନେଇ ଜଣେ ପୋଲିସ ବାବୁ ପ୍ରାୟ ୩ଲକ୍ଷ ଟଙ୍କା କମ୍ପାନୀ ଅଧିକାରୀଙ୍କଠାରୁ ନେଇଥିବା ଚର୍ଚ୍ଚା ହେଉଛି। ପରେ ଥାନାରେ ଅଟକ ଥିବା ଅନ୍ୟଜଣେ ମ୍ୟାନେଜର ଓ ଦୁଇଜଣ କର୍ମଚାରୀଙ୍କୁ ଛାଡି ଦିଆଯାଇଥିବା ଅଭିଯୋଗ ହେଉଛି। କମ୍ପାନୀ ଅବହେଳା ପାଇଁ ସତ୍ୟଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସଦର ଥାନାରେ ୨୫୯/୨୨ରେ ମାଲିକ ଓ ଜଣେ ମ୍ୟାନେଜରଙ୍କ ନାମରେ ୩୦୪ (ଏ) ଓ ୨୮୭ ଦଫାରେ ମାମଲା ରୁଜୁ ହୋଇଥିଲା। କମ୍ପାନୀ ନିୟମ ଅନୁସାରେ ଉକ୍ତ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଘଟଣା ନେଇ ଶ୍ରମ ବିଭାଗ, ବ୍ରଏଲର ଆଣ୍ଡ ଫ୍ୟାକ୍ଟ୍ରି ବିଭାଗକୁ ମଧ୍ୟ କମ୍ପାନୀ ଓ ପୋଲିସ ପକ୍ଷରୁ ଅବଗତ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ବର୍ଗଙ୍କୁ ମାଲିକ ମୃତଦେହ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥତ୍କ ସହଯୋଗ କରିଥିଲେ। ଏପରି କି ବୀମା କମ୍ପାନୀ ପକ୍ଷରୁ କିଭଳି ଟଙ୍କା ମିଳିବ ସେ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପରିବାର ବର୍ଗ କହନ୍ତି। ରୋଜଗାରକ୍ଷମ ପୁଅକୁ ହରାଇ ମୁକ ବାପା ଓ ବୃଦ୍ଧ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅଘଟଣ ପରେ ମଧ୍ୟ ଫ୍ୟାକ୍ଟ୍ରିରେ ଅସୁରକ୍ଷିତ ଭାବେ ଶ୍ରମିକମାନେ କାମ କରୁଥିବା ଅଭିଯୋଗ ହେଉଛି। କାଗଜପତ୍ର ଯାଞ୍ଚ ସହ ଶ୍ରମିକ ସୁରକ୍ଷା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଥାନା ଅଧିକାରିଣୀ ଅନିତା ପଟନିଆ କହିଛନ୍ତି, ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ତଦନ୍ତ ଜାରି ରହିଛି। ଟଙ୍କା ନେବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଥିଲେ। ଅନ୍ୟପଟେ ବ୍ରଏଲର ଆଣ୍ଡ ଫ୍ୟାକ୍ଟ୍ରି ବିଭାଗ ଇନ୍ସପେକ୍ଟର ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଦୁର୍ଘଟଣା ଘଟିବା ପରେ ଆମକୁ ସୂଚନା ଦିଆଯିବା କଥା, ହେଲେ କେହି ଜଣାଇନାହାନ୍ତି। ଫ୍ୟାକ୍ଟ୍ରି ପରିଦର୍ଶନ କରି କ’ଣ ସମସ୍ୟା ରହିଛି ତାହା ଅନୁଧ୍ୟାନ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଫ୍ୟାକ୍ଟ୍ରିି ପକ୍ଷରୁ କୁହାଯାଇଛି, ବହୁଦିନରୁ ସତ୍ୟ କାମ କରୁଥିଲେ, ଏହା ଆମ ପାଇଁ ଦୁଃଖଦ ଘଟଣା। ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଯଥାସମ୍ଭବ ସହାୟତା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ଡେରି ହେଉଛି। ତେଣୁ ସତ୍ୟଙ୍କ ପରିବାର ବର୍ଗଙ୍କୁ ବୀମା ମିଳିବା ପ୍ରକ୍ରିୟାରେ ବିଳମ୍ବ ହେଉଛି। ସୁରକ୍ଷାର ସମସ୍ତ ନିୟମ ପାଳନ କରାଯାଉଛି। ଅନେକ ସମୟରେ ଶ୍ରମିକମାନେ ହେଲ୍‌ମେଟ ଓ ଜୋତା ଖୋଲି ଦେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri