ସମ୍ବଲପୁର

ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ୯୬୨୨ ଭୋଟ ପାଇଛନ୍ତି।

ଝାରସୁଗୁଡ଼ାରେ ନବ ଦାସ ଆଗୁଆ

ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଦୀନେଶ ଜୈନ ୯୬୦୨ ଭୋଟ ପାଇଛନ୍ତି।

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୭୭୯୦ ଭୋଟ ପାଇଛନ୍ତି।

ଖଡ଼ିଆଳ ବିଧାନସଭା: ବିଜେଡି ଆଗରେ

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୮୬୨୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀ ୮୨୭୬ ଭୋଟ ପାଇଛନ୍ତି।

କଣ୍ଟାବାଞ୍ଜିରେ କଂଗ୍ରେସ ଆଗୁଆ

କଣ୍ଟାବାଞ୍ଜି,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କଣ୍ଟାବାଞ୍ଜି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ୪୩୧୫ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୯୫୨ ଭୋଟ ପାଇଛନ୍ତି।

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅର୍କେଶ ନାରାୟଣ ସିଂଦେଓ ୬୩୦୭ ଭୋଟ ପାଇଛନ୍ତି।

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ନିହାର ରାୟ ୧୮୬୯ ଭୋଟ ପାଇଛନ୍ତି।…

ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମଖଲୁ ଏକ୍କା ୧୩୮୯ ଓ କଂଗ୍ରେସର ରୋହିତ…

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ

ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୭୩୦୫ ଖଣ୍ଡ ଭୋଟ ପାଇଛନ୍ତି।

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା ମିଳିଛି।

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୬୭୨୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୫୯୪୦ ଭୋଟ ପାଇଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?