ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଦିବାସୀ

ଜମନକିରା,୭ା୧୧(ଡି.ଏନ.ଏ.): ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ସୋମବାର ଜମନକିରା ବ୍ଲକ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ରାସ୍ତାରୋକୋ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ବ୍ଲକର ଡିମିରିମୁଣ୍ଡା ଛକ ରାସ୍ତାପାର୍ଶ୍ୱରେ କେତେକ ଆଦିବାସୀ ପରିବାର ଜମି ଅଧିଗ୍ରହଣ କରିଥିଲେ। ଆଦିବାସୀଙ୍କ କହିବା ଅନୁଯାୟୀ ସରକାର ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି।

ଏପରିସ୍ଥଳେ ପ୍ରାୟ ୪-୫ ମାସ ତଳେ ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ଏକ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ଅନୁମତି ଦେଇଥିଲେ। ଫଳରେ ଜନୈକ ଠିକାଦାର ଗତ ୨୩ ତାରିଖରେ କାମ ଆରମ୍ଭ କରିଥିଲେ। ହେଲେ ଆଦିବାସୀ ପରିବାର ଏହାକୁ ବିରୋଧ କରିଥିଲେ। ଫଳରେ କାର୍ଯ୍ୟରତ ଶ୍ରମିକ ଓ ଆଦିବାସୀ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକିି ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା। ପରେ ଆଦିବାସୀ ପରିବାର ଏ ନେଇ କୁଚିଣ୍ଡା ଥାନାରେ ଏତଲା ଦେଇଥିଲେ। ହେଲେ ପୋଲିସ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ଆଦିବାସୀମାନେ ପୂର୍ବ ନିଷ୍ପତ୍ତି କ୍ରମେ ସୋମବାର କୁଚିଣ୍ଡା-ଦେବଗଡ଼ ରାସ୍ତା ଅବରୋଧ କରିବାକୁ ସଜବାଜ ହୋଇଥିଲେ।

ଖବର ପାଇ କୁଚିଣ୍ଡା ଉପଜିଲାପାଳ ବିଭୂତି ଭୂଷଣ ନାୟକ, ଜମନକିରା ତହସିଲଦାର, ଅତିରିକ୍ତ ତହସିଲଦାର, କୁଚିଣ୍ଡା ଏସ୍‌ଡିପିଓ ପ୍ରମୁଖ ପହଞ୍ଚି ଆଦିବାସୀ ପରିବାର ସହ ଆଲୋଚନା କରିଥିଲେ। କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ତେବେ ନ୍ୟାୟ ନ ମିଳିଲେ କୁଚିଣ୍ଡା ଉପଖଣ୍ଡର ସମସ୍ତ ଆଦିବାସୀ ସମ୍ପ୍ରଦାୟ ଅନ୍ୟାୟ ବିରୋଧରେ ଲଢେଇ କରିବେ ବୋଲି ନେତୃତ୍ୱ ନେଉଥିବା କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ସୋମବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

ଝାରସୁଗୁଡା ଅଫିସ/ଭୁବନେଶ୍ୱର,୨୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସ୍‌ଆଇ ହରେକୃଷ୍ଣ ନାୟକ। ତାଙ୍କ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଏକାକାଳୀନ ୬ଟି...

ଭାରତ ବନ୍ଦକୁ ସମର୍ଥନ: ସତ୍ୟବାଦୀରେ ଅଙ୍ଗନଓ୍ବାଡି କର୍ମୀ ସଂଘର ଧାରଣା

ସାକ୍ଷୀଗୋପାଳ, ୮।୧(ଡି.ଏନ୍‌.ଏ.)- ଟ୍ରେଡ୍‌ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସତ୍ୟବାଦୀ ଶାଖାର ଶତାଧିକ...

ସ୍ତ୍ରୀ ଜିଲା ପରିଷଦ, ସ୍ବାମୀ ସରପଞ୍ଚ

ଜୁନାଗଡ଼,୨୭।୨(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଏକ ଦମ୍ପତି ଭୋଟରଙ୍କୁ ଆକୃଷ୍ଟ କରି ମନ ଜିଣିଛନ୍ତି। ଫଳସ୍ବରୁପ...

ଖାଦାନରେ ପଥର ଖସି ୩ ଶ୍ରମିକ ମୃତ

ପୁରୁଷୋତ୍ତମପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଦୁର୍ଘଟଣାରେ ୨ ଛାତ୍ରଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଟାଙ୍ଗୁରସାହି ନିକଟରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଠାକୁରମୁଣ୍ଡା...

ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା...

ପିକ୍‌ନିକ୍‌ କରିବାକୁ ଯାଇ କୋଏଲ ନଦୀରେ ଭାସିଗଲେ ୩; ଜଣେ ମୃତ, ୨ ନିଖୋଜ

ରାଉରକେଲା ଅଫିସ,୨୦ା୧୨: ନଦୀରେ ବୁଡ଼ି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ୩ ଜଣ...

Advertisement
Archives

Model This Week