୨୫ରୁ ଜିଲାରେ ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁର,୩ା୧୧(ବ୍ୟୁରୋ): ସମ୍ବଲପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ରବି ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାର କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡରେ ଡିସେମ୍ବର ମାସରେ ପର୍ଯ୍ୟାୟକ୍ରମେ ଧାନ କ୍ରୟକେନ୍ଦ୍ର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ପ୍ରଶାସନ ପକ୍ଷରୁ ପ୍ରଥମେ ଡିସେମ୍ବର ମାସରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ମିଲର୍ସମାନେ ମଧ୍ୟ ନିଜଆଡୁ ଡିସେମ୍ବର ୫ ତାରିଖରେ ମଣ୍ଡି ଖୋଲିବାକୁ ଦାବି କରିଥିଲେ। ହେଲେ ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ଦର୍ଶାଇଥିଲେ, ବିଗତ ବର୍ଷଗୁଡିକରେ ନଭେମ୍ବର ପ୍ରଥମ ସପ୍ତାହରୁ ମଣ୍ଡି ଖୋଲାଯାଉଥିଲା। ହେଲେ ଚଳିତବର୍ଷ ଜାଣିଶୁଣି ଏଭଳି କରାଯାଉଛି। ଚାଷୀମାନେ ପଞ୍ଜୀକରଣ ସମୟରେ ନଭେମ୍ବର ୧ରୁ ୧୫ ଓ ୧୫ରୁ ୩୦ ତାରିଖ ଭିତରେ ବିକ୍ରି କରିବାକୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ସରକାର ମଣ୍ଡି ଖୋଲିବାରେ ବିଫଳ ହୋଇଛନ୍ତି। ଏଥିରେ ମିଲର୍ସମାନଙ୍କ ଲାଭ ହେବ। କୁଚିଣ୍ଡା ଓ ରେଢାଖୋଲ ଅଞ୍ଚଳରେ ପ୍ରାୟ ଧାନ ଅମଳ ହୋଇଯାଇଥିବା ବେଳେ ଜଳସେଚିତ ଅଞ୍ଚଳରେ ମଧ୍ୟ ଅମଳ ଆରମ୍ଭ ହୋଇଯାଇଛି। ଆଉ ପ୍ରାୟ ଏକମାସ ପରେ ମଣ୍ଡି ଖୋଲିବ। ଏତେଦିନ ଅମଳ ଧାନ ଗଚ୍ଛିତ ରଖିବା କଷ୍ଟକର ହେବ ବୋଲି ଚାଷୀମାନେ କହିଥିଲେ। ବହୁ ବାଦ ବିବାଦ ପରେ ଶେଷରେ ନଭେମ୍ବର ୨୫ରେ ସଦର ଉପଖଣ୍ଡରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri