ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ

ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ ନଦୀ ମଝିକୁ ଡଙ୍ଗା ସାହାଯ୍ୟରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଘାଇ ଯୋଗୁ ଆନିକଟ ଉପରମୁଣ୍ଡ ମହାନଦୀର ପାଣି ପରିମାଣ କମିବାରେ ଲାଗିଛି। ତୁରନ୍ତ ଏହାର ମରାମତି କରା ନ ଗଲେ ମହାନଦୀ ପାଣି ଉପରେ ନିର୍ଭର କରୁଥିବା ସମ୍ବଲପୁରବାସୀ ସମସ୍ୟାର ସମ୍ମୁଖୀନ ହେବେ। ମଣିଷ ସମେତ ଗାଈ ଗୋରୁ ମଧ୍ୟ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେବେ। ମହାନଦୀ ଉପରେ ନିର୍ଭର କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାର ରୋଜଗାର ହରାଇବେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଗେଟ୍‌ଗୁଡ଼ିକ ବନ୍ଦ କରିଦିଆଯିବ। ତା ପୂର୍ବରୁ ଏହି ଆନିକଟ ମରାମତି କରାଯିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି, ଖବର ଜାଣିବା ପରେ ଏକ ଟିମ୍‌ ପରିଦର୍ଶନ କରିଛନ୍ତି। ପୁରାତନ ଆନିକଟ ହୋଇଥିବାରୁ ତାହା ଭାଙ୍ଗିଯାଇଛି। ପାଣି ପ୍ରବାହିତ ହେଉଥିବାରୁ ଏବେ ମରାମତି କରିବା କଷ୍ଟକର। ଏହାକୁ ନେଇ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଲୋକମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମୁଖ୍ୟଯନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ଭାବେ ଆଲୋଚନା କରି କିଭଳି ମରାମତି କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ସହରବାସୀଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ୧୯୬୦ ଦଶକରେ ମହାନଦୀରେ ଆନିକଟ ନିର୍ମାଣ ହୋଇଥିଲା। ସିମେଣ୍ଟ ଓ ପଥର ବ୍ୟବହାର କରାଯାଇ ମହାନଦୀର ମାରୱାଡ଼ି ଘାଟରୁ ଅପରପାର୍ଶ୍ୱ ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇଥିଲା। ଫଳରେ ମହାନଦୀର ଅଧିକାଂଶ ସ୍ଥାନରେ ୫-୧୦ଫୁଟ୍‌ର ପାଣି ରହିଥାଏ। କିଛିବର୍ଷ ପୂର୍ବରୁ ଆନିକଟରେ ସାମାନ୍ୟ ଲିକ୍‌ ହେବା ପରେ ତାହାକୁ ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri