ସମ୍ବଲପୁର,୨୬।୧୦(ବ୍ୟୁରୋ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ ଉପୁଜୁଥିବା ବିଭିନ୍ନ ସମସ୍ୟା ଦୂର ହୋଇଯିବ ବୋଲି ଓଏସ୍ଓୟୁ କୁଳପତି ଅର୍କକେଶରୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ସରକାର ବସନ୍ତପୁର ନିକଟରେ ୪୦ ଏକର ଜମି ଯୋଗାଇ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ ଏକର ଜମିରେ କୋଠା ଓ ବାଉଣ୍ଡରି କାନ୍ଥ ନିର୍ମାଣ କାମ ହୋଇଛି। ବାଉଣ୍ଡରି କାନ୍ଥ କାମ ଶେଷ ହୋଇଥିବାବେଳେ କୋଠାରେ ବିଦ୍ୟୁତ୍ ଉପକରଣ ଲଗାଇବା ଓ ଫିନିଶିଂ କାମ କିଛି ବାକି ରହିଛି। ଗୋଟିଏ ମାସରେ କାମ ଶେଷ ହୋଇଯିବା ଲକ୍ଷ୍ୟ ରହିଛି। ନୂତନ ଶିକ୍ଷାବର୍ଷରୁ ନୂଆ କୋଠାରେ ଅଫିସ ପରିଚାଳନା କରାଯିବ। ଏବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପବ୍ଲିକ ଲାଇବ୍ରେରି ଓ ଶାନ୍ତିନଗରସ୍ଥିତ ୨ ଗୋଟି ଭଡାଘରେ ଅନୁଷ୍ଠାନ ଚାଲୁଛି। ନୂତନ କୋଠା ହୋଇଗଲେ ଗୋଟିଏ ସ୍ଥାନରେ ଅଫିସ କାମ ସହ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ। ଅଭିଭାବକ ଓ ଛାତ୍ରୀଛାତ୍ର ଏହା ଦ୍ୱାରା ଉପକୃତ ହୋଇପାରିବେ। ପର୍ଯ୍ୟାୟକ୍ରମେ ଓଏସ୍ଓୟୁର କୋଠା ନିର୍ମାଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ଏବେ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଏହାର ଶାଖା ଖୋଲାଯାଇଥିବା ବେଳେ ସମ୍ବଲପୁର ଜିଲାରେ ମୁଖ୍ୟାଳୟ ରହିଛି। ନିଜସ୍ବ କୋଠା ନ ଥିବାରୁ ବହୁ ସମସ୍ୟା ହେଉଥିଲା। ପରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିଲେ। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ଏଥିପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୨ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ଚଳିତ ଶିକ୍ଷାବର୍ଷରେ ୨୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇ ସାରିଛନ୍ତି। ପ୍ରଥମେ ହାତଗଣତି କେତେକ ପାଠ୍ୟକ୍ରମରୁ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏବେ ୧୩ ପିଜି ପାଠ୍ୟକ୍ରମ,୧୧ ୟୁଜି ପାଠ୍ୟକ୍ରମ ସହ ୪ ଗୋଟି ବିଷୟରେ ଡିପ୍ଲୋମା ରହିଛି। ଚାକିରି କରୁଥିବା ଯୁବତୀଯୁବକଙ୍କ ପଦୋନ୍ନତି ପାଇଁ ମଧ୍ୟ ଏଠାରେ ପାଠ ପଢିବାର ସୁଯୋଗ ରହିଛି। ଏପରି କି ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟ ଓଏସ୍ଓୟୁ ପକ୍ଷରୁ ଶିକ୍ଷାଦାନ କରାଯାଉଛି। ବେକାର ଓ ରୋଜଗାରକ୍ଷମ ଯୁବତୀଯୁବକଙ୍କୁ ଉଚ୍ଚ ଶିକ୍ଷିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଓଏସ୍ଓୟୁ।
Posted inଆମ ଜିଲା ଖବର, ସମ୍ବଲପୁର View All
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
ଆଡ୍ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ
ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…
ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ
ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…
ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…
Archives

