ସହର ଉପକଣ୍ଠରେ ମାଟି ମାଫିଆ ସକ୍ରିୟ

ସମ୍ବଲପୁର,୭ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର, ସଦର, ରେଙ୍ଗାଲି ଓ ଯୁଯୁମୁରା ତହସିଲ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସରକାରୀ, ଜଙ୍ଗଲ କିସମ ଓ ଘରୋଇ ଜମି ମାଲିକଙ୍କୁ ହାତ କରି ସେମାନେ ବିନା ଅନୁମତିରେ ମାଟି ଚୋରା ଚାଲାଣ କରୁଛନ୍ତି। ଅଳ୍ପ କିଛି ଟଙ୍କା ଜରିମାନା ଆଦାୟ କରି ରାଜସ୍ବ ବିଭାଗ ଚୁପ ରହୁଛି। କେବଳ ଜମି ପ୍ଲଟିଂ ନୁହେଁ, ରାସ୍ତାକାମରେ ମଧ୍ୟ ଏହି ମାଟି ବ୍ୟବହାର ହେଉଛି। ସରକାରଙ୍କ ବିକାଶମୂଳକ କାମ ହେଉଥିବା କହି ଛାଡ଼ି ଦିଆଯାଉଛି। ରେଳ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକରେ ଏଭଳି ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ରାଜସ୍ବ ଅଧିକାରୀ କିମ୍ବା କର୍ମଚାରୀ ଚଢ଼ାଉ କଲେ ରାଜନେତା ଓ ପ୍ରତିଷ୍ଠିତ ବ୍ୟବସାୟୀ ସେମାନଙ୍କୁ ଧମକଚମକ ଦେଉଛନ୍ତି। ନିୟମ ଅନୁସାରେ ମାଟିର ମୂଲ୍ୟ ଅନୁପାତରେ ଜରିମାନା ନିଆଯାଉନାହିଁ। ଫଳରେ ସରକାରଙ୍କ ରାଜସ୍ବ ହାନି ହେଉଛି। ବିକାଶ କାମକୁ ନେଇ ଠିକା ସଂସ୍ଥାକୁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏହାର ଫାଇଦା ନେଇ ମାଟି, ପଥର, ବାଲି ଭଳି ପ୍ରାକୃତିକ ସମ୍ପଦ ଲୁଟ କରାଯାଉଛି। କିଛିଦିନ ପୂର୍ବରୁ ମାନେଶ୍ୱର ତହସିଲ ଅନ୍ତର୍ଗତ ପରମାଣପୁର ନିକଟରେ ମାଟି ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଏକ ଆଜବେଷ୍ଟସ୍‌ କମ୍ପାନୀରେ ଏହି ମାଟି ପଡ଼ୁଥିବା ସମୟରେ ମାନେଶ୍ୱର ତହସିଲର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ି ଜବତ କରିଥିଲେ। ସେହିପରି ଯୁଯୁମୁରା ତହସିଲ କବରାପାଲି ଅଞ୍ଚଳରେ ବେଆଇନ ମାଟି ଖନନକୁ ବିରୋଧ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀ ଏଭଳି ବେଆଇନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ। ମାଟି ଖନନ ହେଉଥିବା ସ୍ଥାନକୁ ଯାଇ ଗାଡ଼ି ଓ ଜେସିବି ଜବତ କରି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଥିଲେ। ଘରୋଇ ଜମିରୁ ମାଟି ଖନନ କରାଗଲେ ମଧ୍ୟ ପୂର୍ବରୁ ସରକାରଙ୍କ ଅନୁମତି ନେବାର ନିୟମ ରହିଛି। ଜମି ମାଲିକ ଆବେଦନ କରିବା ପରେ ରାଜସ୍ବ ବିଭାଗ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ନିକଟସ୍ଥ ଅନ୍ୟ ଜମି ମାଲିକଙ୍କଠାରୁ ମଧ୍ୟ ସ୍ବୀକୃତି ନିଆଯିବାର ବ୍ୟବସ୍ଥା ରହିଛି। ହେଲେ ମାଟି ମାଫିଆମାନେ କେବଳ ଜମି ମାଲିକଙ୍କୁ ହାତ କରି ମାଟି ଖନନ କରୁଛନ୍ତି। ସମତଳ ଜମି ପୋଖରୀ ସଦୃଶ ହୋଇଜମି ମାଲିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ମାନେଶ୍ୱର ତହସିଲଦାର ଅଜୟ କୁମାର ତିୱାରୀ କହିଛନ୍ତି, ଅଭିଯୋଗ ପାଇବା ପରେ ଅତିରିକ୍ତ ତହସିଲଦାର ଏକ ଟିମ୍‌ ସହ ଚଢ଼ାଉ କରିଥିଲେ। ଜରିମାନା ଆଦାୟ କରାଯାଇଛି। ଚୋରା ଚାଲାଣ ରୋକିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି କହିଥିଲେ। ସେହିପରି ଯୁଯୁମୁରା ତହସିଲଦାର ଅଭିଷେକ ସାହୁ କହିଛନ୍ତି, ପୂର୍ବରୁ ଯେଉଁ ସ୍ଥାନରେ ମାଟି ଖୋଳାଯାଉଥିଲା ତାକୁ ବନ୍ଦ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କରାଯାଇଥିଲା। ମାଟି ଚୋରା ଚାଲାଣ ରୋକିବାକୁ ସ୍ଥାନୀୟ ଆର୍‌ଆଇଙ୍କୁ କୁହାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?