କେନାଲ କାମକୁ ନେଇ ଚାଷୀ ଅସନ୍ତୋଷ
ସମ୍ବଲପୁର୍, ୮ା୬(ବ୍ୟୁରୋ): ଯୁଯୁମୁରା ବ୍ଲକରେ କ୍ଷୁଦ୍ର ଜଳସେଚନ (ଏମ୍ଆଇ) ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି…
ପାଉଁଶ ଡମ୍ପିଂ ଯୋଗୁ ହେଉଛି ପ୍ରଦୂଷଣ
କୁଚିଣ୍ଡା,୭।୬(ଡି.ଏନ୍.ଏ.): କୁଚିଣ୍ଡା ବାଇପାସ୍ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ ପାଉଁଶ…
ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ଛଡାଯାଇପାରେ ବନ୍ୟାଜଳ: ଦିଆଗଲା ସତର୍କ ସୂଚନା
ସମ୍ବଲପୁର,୬।୬(ବ୍ୟୁରୋ): ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଏ ନେଇ ହୀରାକୁଦ ବନ୍ଧ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତ। ଏନେଇ ତଳମୁଣ୍ଡର ୧୨ଟି ଜିଲାର ଜିଲାପାଳ ଓ ଏସ୍ପିଙ୍କୁ ଆଗୁଆ ସତର୍କ…
ଝଡ଼ ତୋଫାନରେ ଭାଙ୍ଗିଲା କଲ୍ୟାଣ ମଣ୍ଡପ କାନ୍ଥ
ପଡ଼ିଆବାହାଲ,୫ା୬(ଡି.ଏନ୍.ଏ.): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ଅଧୀନ ଡ଼ଙ୍ଗରପଡା ପଞ୍ଚାୟତର ଲିଟିମୁଣ୍ଡା ଗ୍ରାମରେ ଝଡ଼ ତୋଫାନରେ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଏସ୍ଏଫ୍ସି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଠିକାଦାର…
ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା
ସମ୍ବଲପୁର, ୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଡକରା ଗ୍ରାମରେ ଏକ ଦନ୍ତା ହାତୀ ଦଳିଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯଜ୍ଞସିନି ବାରିକ (୭୩)। ସେ ଘର ବାହାରେ ଶୋଇଥିଲେ। କିଛି ଦୂରରେ ପରିବାରର ଅନ୍ୟମାନେ ମଧ୍ୟ…
ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ
ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍ଆଣ୍ଡଟି ଟୋଲ୍ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ଅନ୍ୟଜମିକୁ ନିଜର ଦର୍ଶାଇ କରାଯାଇଛି ଫସଲ ବୀମା, ଥାନାରେ ମାମଲା, ପୋଲିସର ତନାଘନା
ଲାଠୋର,୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧିନ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଜମିକୁ ନିଜର ଦର୍ଶାଇ କେତେଜଣ ଫସଲ ବୀମା କରିଛନ୍ତି। ପ୍ରକୃତ ଜମି ମାଲିକ ଏହା ଜାଣିବା ପରେ ଲାଠୋର ଥାନାରେ ଏତଲା ଦେଇଥିଲେ। ଦଫା ୪୨୦, ୪୬୮,…
ସମ୍ବଲପୁର ଉତ୍ତପ୍ତ ସହର
ସମ୍ବଲପୁର,୩ା୬(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟର ଆଭ୍ୟନ୍ତରୀଣ ଜିଲାଗୁଡିକରେ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି। ବିଶେଷ କରି ପଶ୍ଚିମଓଡ଼ିଶାର…
ଶିଶୁ ମୃତ୍ୟୁ: ନିଶା ସେବନକାରୀ ମହିଳାଙ୍କ କ୍ଷେତ୍ରରେ ୫ ଗୁଣା ଅଧିକ
ସମ୍ବଲପୁର,୨ା୬(ବ୍ୟୁରୋ): ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ମହିଳାଙ୍କ ସ୍ବପ୍ନ ରହିଥାଏ। ହେଲେ ବିଭିନ୍ନ କାରଣରୁ କେତେକ ଶିଶୁ ଜନ୍ମ ପୂର୍ବରୁ କିମ୍ବା ଜନ୍ମହେବା ମାତ୍ରେ ମୃତ୍ୟୁବରଣ କରନ୍ତି। ଶିଶୁ ମୃତ୍ୟୁର ଅନେକ କାରଣ ରହିଛି। ଯେଉଁ ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି…
ଟ୍ରକ୍ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା
ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ…
ଶୁଖୁଛି ନଦୀଧାର
କୁଚିଣ୍ଡା,୨୯ା୫(ଡି.ଏନ.ଏ.): ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ କୁଚିଣ୍ଡା ଏନ୍ଏସିରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଖର୍ଲା ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ କୁଚିଣ୍ଡା ସହରକୁ ଠିକ୍ ଭାବେ ଜଳ ଯୋଗାଣ ହୋଇପାରୁ ନାହିଁ। ଫଳରେ ପାଣି ପାଇଁ ଲୋକେ ଡହଳ…
ରାସ୍ତା ମରାମତି କଲେ ଗ୍ରାମବାସୀ
କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ…

