ଶିଶୁ ମୃତ୍ୟୁ: ନିଶା ସେବନକାରୀ ମହିଳାଙ୍କ କ୍ଷେତ୍ରରେ ୫ ଗୁଣା ଅଧିକ

ସମ୍ବଲପୁର,୨ା୬(ବ୍ୟୁରୋ): ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ମହିଳାଙ୍କ ସ୍ବପ୍ନ ରହିଥାଏ। ହେଲେ ବିଭିନ୍ନ କାରଣରୁ କେତେକ ଶିଶୁ ଜନ୍ମ ପୂର୍ବରୁ କିମ୍ବା ଜନ୍ମହେବା ମାତ୍ରେ ମୃତ୍ୟୁବରଣ କରନ୍ତି। ଶିଶୁ ମୃତ୍ୟୁର ଅନେକ କାରଣ ରହିଛି। ଯେଉଁ ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ। ଅନ୍ୟ ମହିଳାଙ୍କ ତୁଳନାରେ ସେମାନଙ୍କ କ୍ଷେତ୍ରରେ ଏହା ୫ଗୁଣା ଅଧିକ ବୋଲି ସମ୍ବଲପୁର ବୁର୍ଲା ଭିମ୍‌ସାରର ୪ଜଣିଆ ଡାକ୍ତରୀ ଦଳ ଗବେଷଣା କରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ କ୍ୟୁରିଅସ ଜର୍ନାଲ ଅଫ ମେଡିକାଲ ସାଇନ୍ସରେ ମଧ୍ୟ ପ୍ରକାଶ ପାଇଛି। ଭିମ୍‌ସାରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ଓଜସ୍ପିନୀ ପଟେଲ, ଡା. ପ୍ରଣତି ପ୍ରଧାନ, ଡା. ପ୍ରେରଣା ଦାସଙ୍କ ସହିତ କମ୍ୟୁନିଟି ମେଡିସିନ ବିଭାଗ ଡା. ସଞ୍ଜୀବ କୁମାର ମିଶ୍ର ଏହି ଗବେଷଣା ଦଳରେ ଅଛନ୍ତି। ଡାକ୍ତର ମିଶ୍ରଙ୍କ କହିବା ଅନୁସାରେ, ପୃଥିବୀରେ ନବଜାତ ଶିଶୁ ମୃତ୍ୟୁହାର ଚିନ୍ତାଜନକ। ପ୍ରତିବର୍ଷ ପ୍ରାୟ ୨୬ଲକ୍ଷ ନବଜାତକଙ୍କ ମୃତ୍ୟୁ ହେଉଥିବା ରେକର୍ଡ ରହିଛି। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ଅବିକଶିତ ଦେଶଗୁଡିକ ରହିଛି। ୨୦୧୯ରେ ସମୁଦାୟ ସଂଖ୍ୟାରୁ ଭାରତରେ ୧.୬ ପ୍ରତିଶତ ଏକ ରିପୋର୍ଟରେ ରହିଛି, ଯାହାକି ଉଦ୍‌ବେଗଜନକ। ଏହାର କାରଣ ନେଇ ଭିମ୍‌ସାର ଡାକ୍ତରମାନେ ଗବେଷଣା କରିଥିଲୁ। ଭିମ୍‌ସାର ପ୍ରସୂତି ବିଭାଗ ସହିତ ୨୮ ସପ୍ତାହରୁ ଅଧିକ ସମୟ ଧରି ଗର୍ଭବତୀ ଥିବା ମହିଳାମାନଙ୍କୁ ଗବେଷଣାରେ ନିଆଯାଇଥିଲା। ୧୫୮ଜଣ ଗର୍ଭବତୀଙ୍କୁ ନେଇ ଗବେଷଣା କରିବା ସହ ବିଭିନ୍ନ ପରୀକ୍ଷା କରାଯାଇଥିଲା। ପ୍ରାୟ ଏକବର୍ଷ ସମୟ ଭିତରେ ନବଜାତ ଶିଶୁ ମୃତ୍ୟୁର କାରଣ ଖୋଜାଯାଇଥିଲା। ବିଶେଷ କରି ତମାଖୁ, ଗୁଟ୍‌ଖା, ମଦ ଭଳି ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଏହା ଅଧିକା ରହିଛି। ୩୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ୩ଗୁଣା ଅଧିକ ରହିଛି। ସେହିପରି ଉଚ୍ଚଶିକ୍ଷିତା ମହିଳାଙ୍କ କ୍ଷେତ୍ରରେ କମ ରହିଥିବା ବେଳେ କମ୍‌ ଶିକ୍ଷା ଲାଭ କରିଥିବା କ୍ଷେତ୍ରରେ ୬.୧ ଗୁଣ ଅଧିକ ରହିଛି। ନିଶାଦ୍ରବ ସେବନ କରିବା ଫଳରେ ମହିଳାମାନଙ୍କ ଗର୍ଭଧାରଣ ଓ ଠିକ୍‌ ଭାବେ ଶିଶୁ ଜନ୍ମ ଦେବାରେ ସମସ୍ୟା ହୋଇଥାଏ। ଶରୀରରେ ବିଭିନ୍ନ ଅଂଶ କାମ କରେ ନାହିଁ। ଫଳରେ ଗର୍ଭଧାରଣ କରିବା ପରେ ଶିଶୁଟି ମା’ ପେଟରେ ସମୟ ଅନୁସାରେ ବଢି ନ ଥାଏ ା ଜନ୍ମ ହେବା ପୂର୍ବରୁ ପେଟ ଭିତରେ ମୃତ୍ୟୁ ହୋଇଯାଇଥାଏ। ଏବେ ଶିଶୁ ଓ ପ୍ରସୂତି ମୃତ୍ୟୁ ରୋକିବାକୁ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ସଫଳତା ମଧ୍ୟ ମିଳିଛି। ପୂର୍ବ ଅପେକ୍ଷା ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ମହିଳାମାନେ ନିଶା ସେବନ କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri