ରାସ୍ତା ମରାମତି କଲେ ଗ୍ରାମବାସୀ

କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ ବିଛାଇ ମରାମତି କରିଛନ୍ତି।
ରାଜ୍ୟ ରଜପଥରୁ ନାଗଡିହି ଗ୍ରାମ ପର୍ଯ୍ୟନ୍ତ ୧କି.ମି. ରାସ୍ତାରେ ବଡ ବଡ ଗାତ ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି କରୁଥିଲା। ବର୍ଷା ଦିନେ ଖାଲଗୁଡିକରେ ପାଣି ଭର୍ତ୍ତି ହୋଇ ଛୋଟ ବଡ ଦୁର୍ଘଟଣା ଘଟୁଥିଲା। ଏହି ରାସ୍ତା ସମେତ ଅନ୍ୟ ୨୪ ଗୋଟି ରାସ୍ତାର ଉନ୍ନତି ସକାଶେ ୨୭ା୯ା୨୦୨୨ରେ କୁଚିଣ୍ଡା ପଞ୍ଚାୟତ ସମିତି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ନିମନ୍ତେ ପ୍ରସ୍ତାବ ହୋଇଥିଲା। ଗୃହୀତ ପ୍ରସ୍ତାବ କାର୍ଯ୍ୟକାରିତା ନିମନ୍ତେ କୁଚିଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା-୪୦୧୦/ତା୬ା୧୨ା୨୦୨୨ରେ ଡିଆର୍‌ଡିଏ ପିଡିଙ୍କୁ ପତ୍ରାଳାପ କରାଯାଇଥିଲା। ଇତିମଧ୍ୟରେ ୫ମାସ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ନ ଥବା ଜଣାଯାଏ। ତେଣୁ ପ୍ରଶାସନ ଉପରେ ଭରସା ନ କରି ଗ୍ରାମବାସୀ ନିଜେ ରାସ୍ତା ମରାମତି କରିଥିବା କହିଛନ୍ତି। ଏହି ମରାମତି କାର୍ଯ୍ୟରେ ସୁରଭି ମାକର, ଅଞ୍ଜଳି କିଷାନ, କେଶରୀ କିଷାନ, ସୁନାଫୁଲ ବର, ସୁବାସିନୀ କିଷାନ, ଯଜ୍ଞସିନୀ କିଷାନ, କୁମୁଦିନୀ କିଷାନ, ତେଲିରାମ ପ୍ରଧାନ, କଷ୍ଟୁ ମାକର, ସଚ୍ଚିନ୍ଦ୍ର ନାୟକ, ପ୍ରମୋଦ କର୍ସେଲ, ଦୁତିଆ ବର, କୁମର କଉଡି, ସନାତନ ବର, ବୁନ୍ଦେ ଧୂରୁଆଙ୍କ ସମେତ ବହୁ ସଂଖ୍ୟକ ମହିଳାପୁରୁଷ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri