ରାୟଗଡା

ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦ୍ରପୁର,୮।୬(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଏ ପର୍ଯ୍ୟନ୍ତ ଆଲୁଅ ଏବଂ ପାଣିର ସୁବିଧା ହୋଇପାରିନାହିଁ।…

ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା। ପୋଲିସ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

ଷ୍ଟେଶନରେ ଅକ୍ସିଜେନ ଟ୍ୟାଙ୍କର ଲିକ୍‌

ରାୟଗଡ଼ା ଅଫିସ,୨୫।୫: ରାୟଗଡ଼ା ରେଳ ଷ୍ଟେଶନରେ ସୋମବାର ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଲିକ୍‌ ହୋଇଥିବାବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମାଲବାହୀ ଟ୍ରେନ୍‌ ଯୋଗେ ରାଉରକେଲାରୁ ୬ଟି ଅକ୍ସିଜେନ ବୋଝେଇ ଟ୍ୟାଙ୍କର ବେଙ୍ଗାଲୁରୁ ଯାଉଥିଲା। ସିଗ୍‌ନାଲ ନିମନ୍ତେ ରାୟଗଡ଼ା…

କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିହ୍ନଟଙ୍କ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳରୁ ସର୍ବାଧିକ ୧୫ ରହିଛନ୍ତି। ତେଣୁ…

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ

ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି ପାଦଦେଶରେ ରହୁଥିବା ୧୭ ଡଙ୍ଗରିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି…

ସୂଚନା ଓ ଲୋକସମ୍ପର୍କ ଅଫିସ୍‌ ସିଲ୍‌

ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ(ଡିଆଇପିଆର୍‌ଓ)ର ଜଣେ ଅଧିକାରୀ କୋଭିଡ୍‌-୧୯ ପଜିଟିଭ୍‌ ଥିବା ଜଣାପଡିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ସୋମବାର…

ଇୟରଫୋନ୍‌ ନେଲା ଜୀବନ

ରାୟଗଡ଼ା ଅଫିସ,୧୩ା୫: ଇୟରଫୋନ୍‌ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଇୟରଫୋନ୍‌ ଲଗାଇ ରେଳଧାରଣା ନିକଟରେ ଶୌଚ ବେଳେ ଏକ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିତାମହଲ ଅଞ୍ଚଳର ଜଗନ୍ନାଥ ସାହୁକାର। ରାୟଗଡ଼ା ଜିଆର୍‌ପି ପହଞ୍ଚି…

ଶଟ୍‌ଡାଉନ୍‌ରେ ଚେକିଂ କଡ଼ାକଡ଼ି

ରାୟଗଡ଼ା ଅଫିସ, ୧।୫ରାୟଗଡ଼ାରେ କରୋନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଛି। ଶନିବାର ସହରର କଲେଜ ରୋଡ୍‌, ମଝିଘରିଆଣି ମନ୍ଦିର ଛକ, କପିଳାସ ରୋଡ୍‌ ଆଦି ପ୍ରମୁଖ ସ୍ଥାନ ଓ ସାହି ଗଳିରେ ମଧ୍ୟ କଡ଼ାକଡ଼ି ଚେକିଂ କରାଯାଇଛି।…

୪ ମାସ ତଳେ କରିଥିଲେ ବିବାହ : ନିଜ ବନ୍ଧୁକରୁ ଗୁଳିଫୁଟାଇ ଜୀବନ ହାରିଲେ ଯବାନ

ରାୟଗଡା ଅଫିସ,୨୮।୪: ୪ ମାସ ତଳେ ହୋଇଥିଲା ବିବାହ, ନୂଆ କରି ସ୍ବପ୍ନ ଦେଖୁଥିଲେ ସ୍ତ୍ରୀ , ଗଢ଼ି ଉଠିଥିଲା ସୁଖର ସଂସାର ହେଲେ କ୍ଷଣକରେ ସବୁ ଉଜୁଡି ଗଲା। ନିଜ ବନ୍ଧୁକରୁୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏଭଳି…

କୋଭିଡ୍‌ ହସ୍ପିଟାଲରେ ପଡ଼ିରହିଲା ମୃତଦେହ

ରାୟଗଡ଼ା ଅଫିସ,୧୮।୪: ରାୟଗଡ଼ା ଜିଲା ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଅସ୍ଥାୟୀଭାବେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ରବିବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କରୋନାରେ…

ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବୁଲେଟ୍‌ରେ ଯାଉଥିବା ଜଣେ ଅମାନିଆ ମାସ୍କ ପିନ୍ଧି ନ ଥିବାରୁ ପୋଲିସ…

ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌

ରାୟଗଡ଼ା ଅଫିସ/ଗୁଣପୁର,୧୨ା୪: ରାୟଗଡ଼ା ଜିଲାରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ରୋକିବା ନିମନ୍ତେ ଜିଲାରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ସମସ୍ତ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri