କାଶୀପୁରରେ ବ୍ୟାପିଛି ଭିବ୍ରିଓ କଲେରା

ରାୟଗଡ଼ା ଅଫିସ,୧୯ା୭:ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ସୋମବାର ଆର୍‌ଏମ୍‌ଆର୍‌ସି ଲ୍ୟାବ୍‌ର ମଳ ରିପୋର୍ଟ ପହଞ୍ଚିଛି। ଅଞ୍ଚଳବାସୀ ଭିବ୍ରିଓ କଲେରାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜିଲାପାଳ ସ୍ବଧା ଦେବ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୭ ଥିବାବେଳେ ଏବେ ବି ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
କଲେରାକୁ ପ୍ରତିହତ କରିବା ପାଇଁ କାଶୀପୁର ବ୍ଲକର ସମସ୍ତ ପଞ୍ଚାୟତରେ ଲୋକଙ୍କୁ ସଚେତନ କରାଯାଉଛି। ଅନ୍ୟ ଲୋକମାନେ ଯେପରି ଆକ୍ରାନ୍ତ ନ ହେବେ ଏବଂ ଚକିିତ୍ସାଧୀନ ଆକ୍ରାନ୍ତ ଯେପରି ଗୁରୁତର ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ କହିଛନ୍ତି। ଲକ୍ଷଣ ଦେଖାଯିବା ମାତ୍ରେ ସେମାନଙ୍କ ଚିକିତ୍ସା କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ୯୪୩୭୪୪୮୭୪୭ ଜାରି କରାଯାଇଛି। ଆଶା, ଅଙ୍ଗନଓ୍ବାଡି କର୍ମୀମାନେ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରୁଛନ୍ତି। ନଦୀ ଏବଂ କୂଅର ଦୂଷିତ ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ପାନୀୟ ଜଳର ସୁବିଧା ପାଇଁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଛି। ଗ୍ରାମରେ ଥିବା ସମସ୍ତ ଜଳ ଉତ୍ସରୁ ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଆଗାମୀ ୩ ଦିନରେ ରିପୋର୍ଟ ଆସିବ। ଯେଉଁ ଉତ୍ସର ପାଣି ପିଇବା ଯୋଗ୍ୟ ଜଣାପଡ଼ିବ, ପରେ ତାହାକୁ ବ୍ୟବହାର କରିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯିବ ବୋଲି ଜିଲାପାଳ ସିଂ କହିଛନ୍ତି। ଏହା ବ୍ୟତୀତ ଗ୍ରାମବାସୀଙ୍କୁ ପାଣି ଫୁଟାଇ ପିଇବାକୁ ସଚେତନ କରାଯାଉଛି। ବିଶେଷକରି ସର୍ବାଧିକ ଆକ୍ରାନ୍ତ ହୋଇଥିବା ଡୁଡୁକାବାହାଲ ଗ୍ରାମର ଲୋକେ ସୁଷମ ଖାଦ୍ୟ ଖାଇବା ସହ କିପରି ବିଶୁଦ୍ଧ ଜଳ ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା କୁହାଯାଇଛି। ସେହିପରି ସିଡିଏମ୍‌ଓ ଲାଲମୋହନ ରାଉତରାୟ ସୂଚନା ଦେଇ କହିଛନ୍ତି, ଏକାଧିକ ସ୍ବାସ୍ଥ୍ୟ ଟିମ୍‌ ପଠାଯାଇଛି। ମଙ୍ଗଳବାର ଠାରୁ ଅସ୍ଥାୟୀ ଶିବିର କରି ଚିକିତ୍ସା କରାଯିବ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri