ଭୟାନକ ରୂପ ନେଉଛି କଲେରା: କାଶୀପୁରରେ ୫ ଶିଶୁ ଆକ୍ରାନ୍ତ

ରାୟଗଡ଼ା ଅଫିସ/ଟିକିରି,୨୪ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଛୋଟ ପିଲା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୩ରୁ ୧୨ ବର୍ଷ ବୟସର ୫ ଶିଶୁ କଲେରାରେ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ଡାକ୍ତରୀ ଟିମ୍‌କୁ ଚିନ୍ତାରେ ପକାଇଛି। ୫ ଆକ୍ରାନ୍ତ ହେଲେ ଟିକିରି ଏବଂ ଶଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବରଘାଟି ଗାଁର କବର ମାଝି, ପାଞ୍ଚାଳିର ନୟନା ମାଝି, ତାଣାବନ୍ଧ ଗାଁର ବବିଲି ମାଝି, ପଣସପଦର ଗ୍ରାମର ସୋନାଲି କୁମାରୀ ଏବଂ ଟିକିରି ସଦର ଗ୍ରାମର ବଗଲା ମାଝି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ କେବଳ ସ୍ବାସ୍ଥ୍ୟ ବିଭାଗ ଚାହିଁଲେ କଲେରା ନିୟନ୍ତ୍ରଣକୁ ଆସିବନି। ଏହାର ମୁକାବିଲା କରିବାକୁ ହେଲେ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଟିକିରି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଆର୍‌. ରାମାରାଓ କହିଛନ୍ତି। ଦୂଷିତ ପାନୀୟ ଜଳ ନ ପିଇ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିକୁ ଫୁଟାଇ ପିଇବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଅନ୍ୟ ବିଭାଗ ମଧ୍ୟ ଆଗେଇ ଆସିବାକୁ ପଡ଼ିବ ବୋଲି ଡା. ରାମାରାଓ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଶାସନର ତଥ୍ୟ ଅନୁଯାୟୀ, କାଶୀପୁର ବ୍ଲକରେ କଲେରାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରୁ ବୁଲା କୁକୁର ହଟାଅ: ମନ୍ତ୍ରୀ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ହାଇଦ୍ରାବାଦରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ଝୁଣି ମାରିଦେବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ...

୩୨୮ବର୍ଷ ପରେ ପୁନରାବୃତ୍ତି: ୧୫୫ବର୍ଷ ବନ୍ଦ ରହିଛି ରଥଯାତ୍ରା

ପୁରୀ ଅଫିସ,୧୯।୬: କରୋନା ପାଇଁ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ହେବ ନାହିଁ। ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି।...

ନାବାଳିକା ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୫(ଡି.ଏନ.ଏ.)-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ସ୍ବତନ୍ତ୍ର ବିଚାରପତି ପୋକ୍ସୋ ଅଜନ୍ତା ଷଡଙ୍ଗୀ ଶନିବାର ଅଭିଯୁକ୍ତ ଯୁବକଙ୍କୁ ଦୋଷୀ...

କଟକ ସହରରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ୯ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୨ା୭: ରବିବାର କଟକ ସହରରୁ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ୮ ଜଣ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ୱାରାଣ୍ଟାଇନରେ...

ଅସାବଧାନତାରୁ ଯାଉଛି ଜୀବନ

ବାଲେଶ୍ୱର ଅଫିସ,୨୨ା୫: ଦିନକୁ ଦିନ ବଢୁଛି ରେଳ ଲାଇନ୍‌ ଉପରେ ଦୁର୍ଘଟଣା। ରେଳ ବିଭାଗ ତରଫରୁ ନିଆଯାଇଥିବା ନିୟମ କାନୁନ୍‌କୁ ମାନୁନାହାନ୍ତି ଲୋକମାନେ। ରେଳ ଫାଟକ...

ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ଆୱାର୍ଡ

ଗଞ୍ଜାମ,୨୬।୮(ଡି.ଏନ୍‌.ଏ ) ଗଞ୍ଜାମ ଜିଲା ସ୍ଥିତ ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ୨୦୨୨ ଆୱାର୍ଡ l ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏନ୍‌ଏରଜି ଓ ଏନଭାରମେଣ୍ଟ...

ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡରେ ନିଯୁକ୍ତି ପ୍ରସଙ୍ଗ:ଘୁଞ୍ଚୁଛି ଦିନ: ଆଶା ଆଶଙ୍କାରେ ଆବେଦନକାରୀ

ପୁରୁଣା ଭୁବନେଶ୍ୱର,୧ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ରହିଛି। ତେବେ ଅନେକ ସମୟରେ ବୋର୍ଡ଼ର ବେପରୁଆ କାର୍ଯ୍ୟକଳାପ ପାଇଁ ଠାକୁରଙ୍କ...

୨୧ ପରିବାରକୁ ମିଳିଛି ୧୦୦ଦିନର କାମ

ସୋନପୁର, ୨୨।୧୦(ନି.ପ୍ର.): ସୋନପୁର ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସଏପି)ର ଜନଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week