କାଶୀପୁରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ

ରାୟଗଡ଼ା ଅଫିସ/ଟିକିରି,୨୪।୭(ଡି.ଏନ୍‌.ଏ.): ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ଆଉ ଜଣେ କଲେରା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁଡୁକାବାହାଲ ପଞ୍ଚାୟତ ଡେଘାଗୁଡ଼ା ଗ୍ରାମର ଅର୍ଜୁନ ଜାନି(୫୫)। ଏହାକୁ ମିଶାଇ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୮ ରେ ପହଞ୍ଚିଛି। ୬୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ମୃତ୍ୟୁ ସଂଖ୍ୟା ୨ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରୁ ଜଣେ ଏବଂ ନନ୍ଦାହାଣ୍ଡି ବ୍ଲକରୁ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଶନିବାର ରାୟଗଡ଼ା ଜିଲା ଗସ୍ତରେ ଯାଇ କାଶୀପୁରରେ କଲେରା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।
ମନ୍ତ୍ରୀ ପ୍ରଥମେ ରାୟଗଡ଼ାଠାରେ ପହଞ୍ଚି ଜିଲାପାଳ ସ୍ବଧାଦେବ ସିଂ, ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟ ଏବଂ ଡାକ୍ତରୀ ଟିମ୍‌ ସହ ଆଲୋଚନା କରି ପରିସ୍ଥିତି କିପରି ରହିଛି ସେ ବିଷୟରେ ଆଲୋଚନା କରିଥିଲେ। ପରେ କଲେରା ପ୍ରଭାବିତ ଟିକିରି ଝୋଡ଼ିଆସାହି, ଡୁଡୁକାବାହାଲ, ଉଷାପଡ଼ା ଏବଂ ଅନ୍ୟ ଅଞ୍ଚଳକୁ ଯାଇ ମୃତ ଏବଂ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ପରିମଳ ଓ ବିଶୋଧନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲକୁ ଯାଇ ଚିକିତ୍ସାଧୀନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଅଞ୍ଚଳ ପରିଦର୍ଶନ ପରେ ଉତ୍କଳ ଆଲୁମିନା ଅତିଥି ଭବନରେ ପୁଣି ଜିଲାପାଳ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ସିଡିଏମ୍‌ଓ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ଏବଂ କଲେରାକୁ କିପରି ନିୟନ୍ତ୍ରଣକୁ ଅଣାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କଲେରା ନିୟନ୍ତ୍ରଣ କରିବାକୁ ସମସ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ୬ ବେଡ୍‌ର ବ୍ୟବସ୍ଥା କରାଯାଉ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅତିରିକ୍ତ କୋଠା ନିର୍ମାଣ ନିମନ୍ତେ ଚିଠି କଲେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ତେଣୁ ଦୁଇ ମନ୍ତ୍ରୀଙ୍କ ସହ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଏବଂ ଡାକ୍ତରୀ ଟିମ୍‌ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟିକିରି ଚକାଚକ

କାଶୀପୁର ବ୍ଲକର ଟିକିରି ଅଞ୍ଚଳବାସୀ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗାଁରେ ଦେଖି ଘେରିଥିଲେ। ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ପ୍ରକାଶ କରିଥିଲେ। କେବେ ଡ୍ରେନ୍‌ ସଫା ହେଉନି କି ବ୍ଲିଚିଂ ପାଉଡର ମିଳୁନି। ସ୍ବାସ୍ଥ୍ୟକେନ୍ଦ୍ରରେ ବେଡ୍‌ ନ ଥିବାରୁ ଆମେ ସମସ୍ୟା ଭୋଗୁଛୁ। ଶନିବାର ମନ୍ତ୍ରୀ ଆସୁଛନ୍ତି ବୋଲି ଆମ ଗାଁକୁ ସଫା କରାଯାଇଛି ଏବଂ ଆର୍‌ଓ ଓ୍ବାଟର ବ୍ୟବସ୍ଥା କରାଯାଇଛି। ଗ୍ରାମବାସୀ ମନ୍ତ୍ରୀଙ୍କ ନିକଟରେ ଏଭଳି କହିବା ସହ ଏକ ଦାବିପତ୍ର ଦେଇଥିଲେ।

କମ୍ପାନୀଙ୍କ ସହ ଆଲୋଚନା କରିବୁ: ସ୍ବାସ୍ଥ୍ୟମନ୍ତ୍ରୀ

ସ୍ଥାନୀୟ ଅଞ୍ଚଳରେ ଏକାଧିକ କମ୍ପାନୀ ଅଛି। ସିଏସ୍‌ଆର୍‌ ପଲିସିରେ ରାସ୍ତାଘାଟ ଓ ସ୍ବାସ୍ଥ୍ୟସେବାରେ ଉନ୍ନତି ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ଏଠାରେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରୋଗୀସେବା ନିମନ୍ତେ ଆଉ ୨ ଟି ମୋବାଇଲ ଭ୍ୟାନ୍‌ ଦେବାକୁ କୁହାଯିବ। ସେହିପରି ରାସ୍ତା ସମସ୍ୟା ନେଇ ପଞ୍ଚାୟତ ସ୍ତରରୁ ଚିଠି କଲେ ପିଡବ୍ଲ୍ୟୁଡି ପାଖକୁ ଯିବ। ଏହାପରେ କାମ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri