ପୁରୀ

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ

ପିପିଲି, ୧୧।୮(ସ୍ବ.ପ୍ର./ଡି.ଏନ୍‌.ଏ): ସରକାରୀ ସହାୟତା ମଞ୍ଜୁର ପାଇଁ ଜଣେ ଚାଷୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭ୍ରାଂଶୁ ସାହୁ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମରେ ୟୁ/ସି ୭ପିସି…

ମହାପ୍ରଭୁଙ୍କୁ ଲାଗି ହେଲା ଯେଉଡ଼ ଭୋଗ

ପୁରୀ ଅଫିସ,୧୧।୮: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଙ୍ଗଳବାର ହେଉଛି ପବିତ୍ର ଜନ୍ମାଷ୍ଟମୀ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି…

ପୋଲିସଙ୍କୁ ୫ ଘଣ୍ଟା ଅଟକ ରଖିବା ମାମଲା: ୧୯ ମହିଳାଙ୍କ ସମେତ ୨୭ଜଣ ଗଲେ ଜେଲ

ଗୋପ,୧୧।୮(ଡି.ଏନ.ଏ):  ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ରେଢୁଆ ଗଁାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସଙ୍କୁ ଗ୍ରାମବାସୀ ୫ଘଣ୍ଟା ଅଟକ ରଖିବା ଅଭିଯୋଗରେ ୨୭ଜଣଙ୍କୁ ସୋମବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ ୧୯ଜଣ ମହିଳା ଥିବା ଜଣାପଡ଼ିଛି। ଗିରଫ…

ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍‌…

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି…

କୋଭିଡ୍‌ ପରିସ୍ଥିତିର ସମୀକ୍ଷା କଲେ ଆର୍‌ଡିସି

ପୁରୀ ଅଫିସ, ୮।୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ପୁରୀ ଜିଲା କୋଭିଡ୍‌ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସ୍‌ ପରିସରରେ ଶୁକ୍ରବାର ଆୟୋଜିତ ସମୀକ୍ଷା ବୈଠକରେ ଆର୍‌ଡିସି ସାମଲ ପୁରୀ ଜିଲାରେ କରୋନା ମୁକାବିଲା ନିମନ୍ତେ…

ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ…

ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍‌ସିତଙ୍କୁ ନୋଟିସ୍‌ ଦିଆଯାଇଥିଲା।…

‘ଶ୍ରୀମନ୍ଦିରରେ ଅନ୍‌ଲାଇନ ଦର୍ଶନ ପାଇଁ ବିଚାରବିମର୍ଶ’

ପୁରୀ ଅଫିସ,୭ା୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ବିଚାର ବିମର୍ଶ ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ…

ଖୋଲାଯାଉଛି ତାଳଧ୍ୱଜ ରଥ

ପୁରୀ ଅଫିସ,୬।୮: ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥ ଖୋଲା କାର୍ଯ୍ୟ ଜାରି ରହିଛି। ବୁଧବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଶେଷ ହୋଇଥିବା ବେଳେ ଗୁରୁବାର ସକାଳୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଆରମ୍ଭ ହୋଇଛି। ଦର୍ପଦଳନ ରଥର…

ଟ୍ରଲିରେ ବୁହାହେଲା ମୃତଦେହ

କୋଣାର୍କ,୬ା୮(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତ ସହ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକେ ଭୟରେ ସାଧାରଣ ରୋଗରେ ମୃତବ୍ୟକ୍ତିଙ୍କୁ ମଧ୍ୟ ସ୍ପର୍ଶ କରୁ ନାହାନ୍ତି। ଏଭଳି ଜଣଙ୍କ ମୃତଦେହକୁ ଉଠାଇବାରେ ଗ୍ରାମବାସୀ ସହାୟତା ନ କରିବାରୁ ଶେଷରେ ଏକ ଟ୍ରଲି ଜରିଆରେ ଶ୍ମଶାନ…

ଜଗନ୍ନାଥ ଅବତାରୀ, ରାମ ଅବତାର

ପୁରୀ ଅଫିସ, ୬।୮: ଅଯୋଧ୍ୟାରେ ବୁଧବାର ରାମମନ୍ଦିରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ସ୍ଥାନ ଭଳି ପୁରୀରେ ମଧ୍ୟ ଏହି ଉତ୍ସବକୁ ନେଇ ଏକ ଭାବାତ୍ମକ ପରିବେଶ ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri