ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଖବରପାଇ ନିମାପଡ଼ା ଡିଏସ୍‌ପି ପି.କେ. ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଗୋପ ଥାନାଧିକାରୀ ସୁଧୀର ସାହୁ, ରାମଚଣ୍ଡୀ ଥାନାଧିକାରୀଙ୍କ ସହ ଗୋଟିଏ ପୋଲିସ ଫୋର୍ସ ଶୁକ୍ରବାର ସକାଳ ୬ଟାରେ ପହଞ୍ଚିବାରେ ଗ୍ରାମର ମହିଳାମାନେ ପୋଲିସ ଗାଡ଼ି ଆଗରେ ବସିଯାଇଥିଲେ। ପରେ ଡିଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ପୋଲିସ ଗାଁରୁ ମୁକୁଳି ଥିଲେ।
ରେଢୁଆ ଗ୍ରାମରେ କିଛି ବର୍ଷ ହେବ ହନୁମାନ ମନ୍ଦିର ଜାଗା ସହ ପ୍ରାୟ ସମୟ ଗଁା ବିବାଦ ଲାଗି ରହିଥିଲା। ଫଳରେ ୨ ପରିବାର ଅଲଗା ରହୁଥିବା ବେଳେ ୧୦୦ ରୁ ଊଦ୍ଧର୍‌ବ ପରିବାର ଗୋଟିଏ ପଟେ ରହୁଛନ୍ତି। ୩ଦିନ ତଳେ ଏକ ଷଣ୍ଢ ଅଲଗା ରହୁଥିବା ବ୍ୟକ୍ତିଙ୍କ କୁଣ୍ତା ଖାଇ ଯିବାରେ ସାମାନ୍ୟ ପାଟିତୁଣ୍ଡ ହେବାରୁ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଗୁରୁବାର ଗାଁରେ ପହଞ୍ଚି ତଦନ୍ତ କରି ୨ ପକ୍ଷକୁ ଥାନାକୁ ଡାକିଥିଲୋ। ମାତ୍ର ଗୋଟିଏ ପକ୍ଷର ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ଥାନାକୁ ଆସିଥିବାବେଳେ ଅନ୍ୟ ପକ୍ଷ ଆସି ନ ଥିଲେ। ପରେ ବିଳମ୍ବିତ ରାତ୍ରରେ ଗ୍ରାମବାସୀ ଗାଁକୁ ଫେରିଥିଲେ। ଏ ସମ୍ପର୍କରେ କୌଣସି ସମାଧାନ ବା କାହାରି ନାମରେ ମାମଲା ନ କରି ହଠାତ୍‌ ରାତ୍ର ପ୍ରାୟ ୧ ଟାରେ ପୋଲିସ ଏକ ଟିମ୍‌ ସହ ସଦଳବଳେ ଗ୍ରାମରେ ଚଢ଼ାଉ କରିଥିଲେ। ଜଣଙ୍କ ଘରେ ପଶିବାରୁ ମହିଳାମାନେ ପାଟି କରିବାରୁ ଗ୍ରାମବାସୀ ଉଠି ପଡ଼ିଥିଲେ। ଏଭଳି ଅଚାନକ ଘରେ ପଶିବାକୁ ଗ୍ରାମବାସୀ ସହଜରେ ଗ୍ରହଣ ନ କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପୋଲିସ ୨ଜଣ ଯୁବକଙ୍କୁ ଧରି ଗାଡିରେ ବସାଇବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପୋଲିସ ଓ ଗାଡ଼ିକୁ ଅଟକ ରଖିଥିଲେ। ରାତ୍ର ୧ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ପୋଲିସ ଅଟକ ଥିବା ଖବର ପାଇ ଅନ୍ୟ ପୋଲିସ ଅଧକାରୀ ପହଞ୍ଚତ୍ଥିଲେ। ପୋଲିସ କେତେକ ଲୋକଙ୍କ ଘରେ ପଶି ମାରପିଟ କରିବା, ଭଙ୍ଗାରୁଜା କରିବା ସହ ମହିଳାମାନଙ୍କୁ ଅସଦାଚରଣ କରିଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଲୋକଙ୍କୁ ବୁଝାଶୁଝା କରିବାରୁ ପୋଲିସଙ୍କୁ ଛାଡ଼ିଥିଲେ। ତେବେ ବିନା ମାମଲାରେ ପୋଲିସର ଏଭଳି ରାତିଅଧିଆ ଚଢ଼ାଉକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରୁଛି। ଏ ନେଇ ଗୋପ ଥାନାଧିକାରୀ ସାହୁଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ମୟୂର ଭଳି ବିରଳ ମାଛ

ରାଜନଗର,୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ...

ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି

ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

ପତିଆରା ଲଢ଼େଇ ପାଇଁ ବ୍ୟସ୍ତ

ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍‌ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନରେନ୍ଦ୍ର...

ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ: ଶେଷରେ ଆଖିବୁଜିଲେ ଯବାନ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ। ଶେଷରେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହୋଇ କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ମୃତ୍ୟୁ...

୨୨ ତାରିଖ ବେଳକୁ ବାତ୍ୟାର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ...

ଏଏସ୍‌ଓଙ୍କଠାରୁ ଠକିନେଲେ ୨୭ ଲକ୍ଷ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ)ଙ୍କୁ ‘ବଜାଜ୍‌ ଫାଇନାନ୍‌ସ’ରୁ ୧୦ଲକ୍ଷ ଟଙ୍କା ଲୋନ୍‌ ଦେବା ଆଳରେ ୨୬.୮୧ ଲକ୍ଷ...

ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ...

Advertisement
Archives

Model This Week