ପୋଲିସଙ୍କୁ ୫ ଘଣ୍ଟା ଅଟକ ରଖିବା ମାମଲା: ୧୯ ମହିଳାଙ୍କ ସମେତ ୨୭ଜଣ ଗଲେ ଜେଲ

ଗୋପ,୧୧।୮(ଡି.ଏନ.ଏ):  ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ରେଢୁଆ ଗଁାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସଙ୍କୁ ଗ୍ରାମବାସୀ ୫ଘଣ୍ଟା ଅଟକ ରଖିବା ଅଭିଯୋଗରେ ୨୭ଜଣଙ୍କୁ ସୋମବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ ୧୯ଜଣ ମହିଳା ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୩୭୯, ୩୨୩, ୩୨୫, ୩୦୭ ଭଳି ୨୦ରୁ ଊର୍ଦ୍ଧ୍ୱ ଦଫା ଲଗାଯାଇଛି। ଏ ନେଇ ଏସ୍‌ପି ଅଖିଳେଶ୍ୱର ସିଂ ଗୋପ ଥାନାରେ ଖବରଦାତା ସମ୍ମଳନୀରେ ଏହା ଜଣାଇଛନ୍ତି। ହେଲେ ପୋଲିସର ଏଭଳି ଘରେ ପଶି ଜବରଦସ୍ତ ଉଠାଇ ନେବା ଘଟଣାକୁ ସାଧାରଣରେ ନାପସନ୍ଦ କରିବା ସହ ପୋଲିସ ଆଇନର ଅପବ୍ୟବହାର କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଗଁାରେ କିଛିଦିନ ଧରି ଏକ ହନୁମାନ ମନ୍ଦିର ଜାଗାକୁ ନେଇ ବିବାଦ ଲାଗିରହିଥିଲା। ଗତ ୪ତାରିଖରେ ଗୋଟିଏ ଷଣ୍ଢ କୁଣ୍ଡା ଖାଇବାକୁ ନେଇ ପାଟିତୁଣ୍ଡ ହୋଇ ୨ଟି ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାକୁ ଧ୍ୟାନ ନ ଦେଇ ଏକ ପାଇପ୍‌ ଚୋରିକୁ ନେଇ ୭ତାରିଖ ରାତ୍ର ପ୍ରାୟ ୧ଟାରେ ଗିରଫ ପାଇଁ ଗ୍ରାମକୁ ଯାଇଥିଲା। ମାତ୍ର କୌଣସି କାଗଜ ନ ଥାଇ ୨ଯୁବକଙ୍କୁ ଗିରଫ କରିବା ବେଳେ ମହିଳାଙ୍କୁ ଅସଦାଚରଣ, ଘରଦ୍ୱାର ଭାଙ୍ଗିବାରୁ ଗ୍ରାମବାସୀ ପୋଲିସଙ୍କୁ ଦୀର୍ଘ ୫ଘଣ୍ଟା ଧରି ଅଟକ ରଖିଥିଲେ। ସକାଳୁ ନିମାପଡ଼ା ଡିଏସ୍‌ପି ପି.କେ ଦଳେଇ ଗାଁରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ପୋଲିସ ମୁକୁଳିଥିଲେ। ଏହି ଘଟଣାକୁ ନେଇ ଗୋପ ଥାନାର ଏଏସ୍‌ଆଇ ଗଙ୍ଗାଧର ସେଠୀ ନିଜଆଡୁ ଏକ ମାମଲା ନଂ. ୨୧୨/୨୦ ରୁଜୁ କରିଥିଲେ। ଏ ନେଇ ପୋଲିସ ସୋମବାର ଭୋର ସମୟରେ ଉକ୍ତ ଗାଁରେ ପଶି ୧୯ ମହିଳା, ୯ ଜଣ ପୁରୁଷଙ୍କୁ ଉଠାଇ ଆଣି ଗୋପ ଥାନାକୁ ନ ଆଣି ରାମଚଣ୍ଡୀ ଥାନାକୁ ନେଇ କୋର୍ଟ ଚାଲାଣ କରିଥିଲା। ସମସ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ କୋର୍ଟ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି। ତେବେ ଘଟଣାର ୨ଦିନ ପରେ ହଠାତ୍‌ ଏଭଳି ଅଚାନକ ବିନା ପଚରାଉଚରା କରି ମିଥ୍ୟାରେ ନେଇଯିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣାର ଠିକ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଗ୍ରାମରେ ମହିଳାମାନଙ୍କୁ ନେଇଯିବା ପରେ ଛୋଟ ପିଲାମାନେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଏ ସମ୍ପର୍କରେ ନିମାପଡ଼ା ଡିଏସ୍‌ପି ପି.କେ. ଦଳେଇଙ୍କୁ ପଚାରିବାରୁ ଏହି କଥାକୁ ଏଡ଼ାଇ ଦେଇ କହିଛନ୍ତି, ଆଇନ ସମସ୍ତ ଲାଗି ସମାନ। ଆଇନକୁ ହାତକୁ ନେବା ଉଚିତ୍‌ ନୁହେଁ, ବରଂ ସମସ୍ତେ ସମ୍ମାନ ଦେବା କଥା। ଏ ନେଇ ଏସ୍‌ପି ସିଂ କୁହନ୍ତି, ପୋଲିସ ସେଦିନ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯାଇଥିବାବେଳେ ଗ୍ରାମବାସୀ ପ୍ରତିବନ୍ଧକ ସାଜିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ମାମଲା ରୁଜୁ କରି ଗିରଫ କରିଥିବାବେଳେ ଆଉ କେତେଜଣ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?