ପୋଲିସଙ୍କୁ ୫ ଘଣ୍ଟା ଅଟକ ରଖିବା ମାମଲା: ୧୯ ମହିଳାଙ୍କ ସମେତ ୨୭ଜଣ ଗଲେ ଜେଲ

ଗୋପ,୧୧।୮(ଡି.ଏନ.ଏ):  ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ରେଢୁଆ ଗଁାରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସଙ୍କୁ ଗ୍ରାମବାସୀ ୫ଘଣ୍ଟା ଅଟକ ରଖିବା ଅଭିଯୋଗରେ ୨୭ଜଣଙ୍କୁ ସୋମବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ ୧୯ଜଣ ମହିଳା ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୩୭୯, ୩୨୩, ୩୨୫, ୩୦୭ ଭଳି ୨୦ରୁ ଊର୍ଦ୍ଧ୍ୱ ଦଫା ଲଗାଯାଇଛି। ଏ ନେଇ ଏସ୍‌ପି ଅଖିଳେଶ୍ୱର ସିଂ ଗୋପ ଥାନାରେ ଖବରଦାତା ସମ୍ମଳନୀରେ ଏହା ଜଣାଇଛନ୍ତି। ହେଲେ ପୋଲିସର ଏଭଳି ଘରେ ପଶି ଜବରଦସ୍ତ ଉଠାଇ ନେବା ଘଟଣାକୁ ସାଧାରଣରେ ନାପସନ୍ଦ କରିବା ସହ ପୋଲିସ ଆଇନର ଅପବ୍ୟବହାର କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଗଁାରେ କିଛିଦିନ ଧରି ଏକ ହନୁମାନ ମନ୍ଦିର ଜାଗାକୁ ନେଇ ବିବାଦ ଲାଗିରହିଥିଲା। ଗତ ୪ତାରିଖରେ ଗୋଟିଏ ଷଣ୍ଢ କୁଣ୍ଡା ଖାଇବାକୁ ନେଇ ପାଟିତୁଣ୍ଡ ହୋଇ ୨ଟି ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାକୁ ଧ୍ୟାନ ନ ଦେଇ ଏକ ପାଇପ୍‌ ଚୋରିକୁ ନେଇ ୭ତାରିଖ ରାତ୍ର ପ୍ରାୟ ୧ଟାରେ ଗିରଫ ପାଇଁ ଗ୍ରାମକୁ ଯାଇଥିଲା। ମାତ୍ର କୌଣସି କାଗଜ ନ ଥାଇ ୨ଯୁବକଙ୍କୁ ଗିରଫ କରିବା ବେଳେ ମହିଳାଙ୍କୁ ଅସଦାଚରଣ, ଘରଦ୍ୱାର ଭାଙ୍ଗିବାରୁ ଗ୍ରାମବାସୀ ପୋଲିସଙ୍କୁ ଦୀର୍ଘ ୫ଘଣ୍ଟା ଧରି ଅଟକ ରଖିଥିଲେ। ସକାଳୁ ନିମାପଡ଼ା ଡିଏସ୍‌ପି ପି.କେ ଦଳେଇ ଗାଁରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ପୋଲିସ ମୁକୁଳିଥିଲେ। ଏହି ଘଟଣାକୁ ନେଇ ଗୋପ ଥାନାର ଏଏସ୍‌ଆଇ ଗଙ୍ଗାଧର ସେଠୀ ନିଜଆଡୁ ଏକ ମାମଲା ନଂ. ୨୧୨/୨୦ ରୁଜୁ କରିଥିଲେ। ଏ ନେଇ ପୋଲିସ ସୋମବାର ଭୋର ସମୟରେ ଉକ୍ତ ଗାଁରେ ପଶି ୧୯ ମହିଳା, ୯ ଜଣ ପୁରୁଷଙ୍କୁ ଉଠାଇ ଆଣି ଗୋପ ଥାନାକୁ ନ ଆଣି ରାମଚଣ୍ଡୀ ଥାନାକୁ ନେଇ କୋର୍ଟ ଚାଲାଣ କରିଥିଲା। ସମସ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ କୋର୍ଟ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି। ତେବେ ଘଟଣାର ୨ଦିନ ପରେ ହଠାତ୍‌ ଏଭଳି ଅଚାନକ ବିନା ପଚରାଉଚରା କରି ମିଥ୍ୟାରେ ନେଇଯିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣାର ଠିକ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଗ୍ରାମରେ ମହିଳାମାନଙ୍କୁ ନେଇଯିବା ପରେ ଛୋଟ ପିଲାମାନେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଏ ସମ୍ପର୍କରେ ନିମାପଡ଼ା ଡିଏସ୍‌ପି ପି.କେ. ଦଳେଇଙ୍କୁ ପଚାରିବାରୁ ଏହି କଥାକୁ ଏଡ଼ାଇ ଦେଇ କହିଛନ୍ତି, ଆଇନ ସମସ୍ତ ଲାଗି ସମାନ। ଆଇନକୁ ହାତକୁ ନେବା ଉଚିତ୍‌ ନୁହେଁ, ବରଂ ସମସ୍ତେ ସମ୍ମାନ ଦେବା କଥା। ଏ ନେଇ ଏସ୍‌ପି ସିଂ କୁହନ୍ତି, ପୋଲିସ ସେଦିନ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯାଇଥିବାବେଳେ ଗ୍ରାମବାସୀ ପ୍ରତିବନ୍ଧକ ସାଜିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ମାମଲା ରୁଜୁ କରି ଗିରଫ କରିଥିବାବେଳେ ଆଉ କେତେଜଣ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri