ପୁରୀ

ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧

ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୨୧୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୮ ଜଣ ସୁସ୍ଥ ହୋଇଥିଲା ବେଳେ ୧୦୩ଜଣ…

୩୨୮ବର୍ଷ ପରେ ପୁନରାବୃତ୍ତି: ୧୫୫ବର୍ଷ ବନ୍ଦ ରହିଛି ରଥଯାତ୍ରା

ପୁରୀ ଅଫିସ,୧୯।୬: କରୋନା ପାଇଁ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ହେବ ନାହିଁ। ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୩୨୮ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିବାକୁ ଯାଉଛି। ୧୬୯୨ରେ ଶ୍ରୀମନ୍ଦିର ଉପରେ ଏକ୍ରାମ୍‌…

ଭକ୍ତ, ସେବାୟତଙ୍କ ମନରେ କ୍ଷୋଭ: ରଥଯାତ୍ରା ହେବା ଦାବିରେ ଆଜି ୬ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ,୧୯ା୬: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚାଲିଥିଲା। କରୋନା କଟକଣା ତଥା ଲକ୍‌ଡାଉନ ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଧାର୍ଯ୍ୟ ସମୟ ପୂର୍ବରୁ କାମ ସରିଥିଲା। ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ…

ଯାତ୍ରା ନ ହେଲେ କ’ଣ ହେବ ତିନିରଥ

ପୁରୀ ଅଫିସ,୧୯ା୬: ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏଥର ରଥଯାତ୍ରା ହେବ ନାହିଁ। ରାଜ୍ୟ କ୍ୟାବିନେଟ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛି। ତେବେ ରଥଯାତ୍ରା ନ ହେଲେ କଣ ହେବ ତିନିରଥ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ…

ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ: ଗଜପତି କହିଲେ ‘ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ’

ପୁରୀ ଅଫିସ,୧୮।୬: କିଛିଦିନ ଧରି ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମକୋର୍ଟ ଗୁରୁବାର…

ବାଲୁକାକଳାରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ,୧୮।୬: ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ସୋମବାର ବିଳମ୍ବିତ ରାତିରେ ଭାରତର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ବୀର ଯବାନମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି…

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ…

ବ୍ରହ୍ମଗିରି ଥାନା ମହିଳା ଏସ୍‌ଆଇ କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍‌ଆଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍‌ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କର…

ଏବର୍ଷ ରଥଯାତ୍ରା ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏ ବର୍ଷ ଘୋଷଯାତ୍ରାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ୍‌ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ…

ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍‌: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ

ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍‌ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ…

ପୁରୀରୁ ପୁଣି ୧୬କରୋନା ପଜିଟଭ୍‌ ଚିହ୍ନଟ: ଜିଲାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଅଫିସ,୧୮।୬: ପୁରୀ ଜିଲାରୁ ଗୁରୁବାର ପୁଣି ୧୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ଦ୍ବିଶତକ ପାର କରିଛି। ନୂଆ ଚିହ୍ନଟ ହୋଇଥିବା ୧୬ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ।…

ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ ଗତ ୧୫ ତାରିଖରେ ମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ ସହିତ ଠାକୁରଙ୍କ ଫଟୋ ସମ୍ପୁର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?