ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି
କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି ସଂଗ୍ରହ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଶାଖା ପକ୍ଷରୁ କୋରିୟର ଯୋଗେ...
ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ
କାକଟପୁର,୨୫।୭(ଡି.ଏନ୍.ଏ): କାକଟୁପୁର ଥାନା ଅନ୍ତର୍ଗତ ଭଣ୍ଡିସାହିରେ ଚାଲିଥିବା ଏକ ଜୁଆଆଡ୍ଡାରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଥାନାକୁ ନେବାକୁ ବେଳେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ କର୍ମଚାରୀ...
୪ ମାସ ପରେ ହୋଇଥାନ୍ତା ବାହାଘର: ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା କଲେ ପ୍ରେମିକ
ବ୍ରହ୍ମଗିରି,୨୫ା ୦୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍ଭିନ୍...
ଯୁବତୀଙ୍କୁ ହତ୍ୟା କରି ଚିଲିକା କୂଳରେ ପୋତିଦେବା ଅଭିଯୋଗ
ବ୍ରହ୍ମଗିରି,୨୫।୭(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରାଯାଇ ନ ଥିବା ସୂଚନା ମିଳିଛି। ତେବେ...
ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ
ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର ତିନିଗୁଣା ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଜିଲାର ମୋଟ...
ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର
ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍ କରାଯିବା...
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
ଗୋପ,୨୫ା୭(ଡି.ଏନ୍.ଏ.): ଚିକିତ୍ସା ଅବହେଳାରୁ ଗୋପ ବ୍ଲକ ଅନ୍ତର୍ଗତ ମୁଗୁରିଆ ଗ୍ରାମର ତ୍ରିଲୋଚନ କାଣ୍ଡିଙ୍କ ଦେଢ଼ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ପୋଲିସ ଏକ ମାମଲା (ନଂ.୧୯୫/୨୦)ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପଟେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ...
କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍ ମେଶିନ
ଗୋପ,୨୫ା୭(ଡି.ଏନ୍.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା ଗୋପ ବ୍ଲକର ଜଣେ କୁନି ଛାତ୍ର ଏକ ଅଟୋମେଟିକ ସାନିଟାଇଜ୍ ମେଶିନ ନିର୍ମାଣ...
କରୋନାକୁ ନେଇ ବୋମାମାଡ଼, ଜଣେ ଆହତ
ବ୍ରହ୍ମଗିରି,୨୪ା୭(ଡି.ଏନ୍.ଏ.): ବ୍ରହ୍ମଗିରି ବ୍ଲକରେ ଜଣେ କରୋନା ପଜିଟିଭ୍ ବାହାରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଗାଁରେ ପୋଲିସ ମୁତୟନ ରହିଛି। ଏଭଳି ଘଟଣା ଘଟିଛି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ...
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା...
ଗଳାବାଟ ଦେଇ ଆସୁଛି କରୋନା
ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮...
ଆଜିଠୁ ୯ ଦିନ ୪ ୱାର୍ଡ କଣ୍ଟେନ୍ମେଣ୍ଟ ଜୋନ୍
ପୁରୀ ଅଫିସ, ୨୪। ୭: ପୁରୀ ସହରସ୍ଥ ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ଚିନ୍ତା ବଢାଇଛି। ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଶୁକ୍ରବାରଠାରୁ ୯ ଦିନ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।...
ପୁରୀ ଉପକୂଳରେ ଅଲିଭ ରିଡ୍ଲେଙ୍କ ଅଣ୍ଡାଦାନ କମୁଛି
ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନିୟମିତ ପାଣିପାଗ ଯୋଗୁ ଅଧିକାଂଶ...
ଖାଦ୍ୟର ମାନ ଉପରେ ଗୁରୁତ୍ୱ
ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକରେ ଆର୍ଡିସି ସାମଲ ଜିଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ...
୮ ବର୍ଷ ପରେ ନିଖୋଜ ଦିବ୍ୟାଙ୍ଗ ଘରକୁ ଫେରିଲେ
କଣାସ, ୨୩ା୭(ସ୍ବ.ପ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲା ଅଧୀନ ବଡଗୁଟୁଲିପାଲ୍ଲି ଗ୍ରାମର ପରମେଶ୍ୱରମ୍ଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ମାର୍ମା ୮ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପୁରୀ ରେଳ ଷ୍ଟେଶନରୁ ଉଦ୍ଧାର କରାଯାଇ କଣାସ ବାଳାଶ୍ରମରେ ରଖାଯାଇଥିଲା। ତେବେ କେତେଜଣ ସାମାଜିକ...
ଚଳିତ ବର୍ଷ ଭଙ୍ଗା ଯିବନି ୩ ରଥ
ପୁରୀ ଅଫିସ,୨୨।୭-ଚଳିତ ବର୍ଷ ପୁରୀ ରଥଯାତ୍ରାର ୩ ରଥକୁ ଭଙ୍ଗାଯିବ ନାହିଁ। ଜଗନ୍ନାଥଙ୍କ ନନ୍ଦିଘୋଷ, ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନ ଭାଙ୍ଗିବା ପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର...
ଶ୍ରୀମୁଖରେ ଝଲସିଲା ରତ୍ନ ଚିତା
ପୁରୀ ଅଫିସ,୨୧।୭: ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ତିନିଠାକୁରଙ୍କୁ ଦଇତାପତି ସେବକମାନେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସି ଉଠିଛି ରତ୍ନଚିତା। ଶ୍ରୀମନ୍ଦିରରେ ସକାଳଧୂପ ଓ ଭୋଗମଣ୍ଡପ...
୨ ସେବାୟତଙ୍କୁ କରୋନା
ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍ ସଂଗ୍ରହ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ...