ମହାପ୍ରଭୁଙ୍କୁ ଲାଗି ହେଲା ଯେଉଡ଼ ଭୋଗ

ପୁରୀ ଅଫିସ,୧୧।୮: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଙ୍ଗଳବାର ହେଉଛି ପବିତ୍ର ଜନ୍ମାଷ୍ଟମୀ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ିି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା। ସନ୍ଧ୍ୟାଧୂପ ପୂଜା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ହେବା ପରେ ଯେଉଡ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ଧୋପଖାଳ ହେଲା ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଯେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି। ଜନ୍ମାଷ୍ଟମୀ ପୂର୍ବଦିନ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଯେଉଡ଼ ଭୋଗ ଖାଇଥାନ୍ତି। ତାଙ୍କ ଗର୍ଭରେ ଶ୍ରୀକୃଷ୍ଣ ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତେଣୁ ତାଙ୍କଠାରୁ ଶ୍ରୀକୃଷ୍ଣ ସୃଷ୍ଟି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାସ୍କର୍ଯ୍ୟ କଳାରେ କରୋନା ସଚେତନତା

ପୁରୀ ଅଫିସ,୧୬ା୪: ପୁରୀର ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଅଜିତ କୁମାର ପରିଡ଼ା ଭାସ୍କର୍ଯ୍ୟ କଳାରେ କରୋନା ସଚେତନାର ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଘରେ ରହିବା,...

ମାନୁ ନାହାନ୍ତି କଟକଣା: ପେଟ୍ରୋଲ ଟାଙ୍କିରେ ଭତ୍ତା ବଣ୍ଟନ

ପୁରୀ ଅଫିସ,୨୫ା୩: ମହାମାରୀ କରୋନାକୁ ନେଇ ଏବେ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ପ୍ରାଣଘାତୀ ଭୂତାଣୁ ବିଭିନ୍ନ ଦେଶକୁ ଡେଇଁ ଚାଲିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା...

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ରଥ ନିର୍ମାଣ, ସାମାଜିକ ଦୂରତ୍ୱ ରକ୍ଷା କରି ଚାଲିଛି କାମ

ପୁରୀ ଅଫିସ,୮ା୫: ରଥ ନିର୍ମାଣକୁ ନେଇ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ରଥଖଳାରେ ଆରମ୍ଭ ହୋଇଛି ତିନିରଥ ନିର୍ମାଣ କାର୍ଯ୍ୟ।...

ବିଜୟା ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ,୮।୧୦: ଶ୍ରୀକ୍ଷେତ୍ରରେ ଚାଲିଛି ଶାରଦୀୟ ପୂଜା। ଉତ୍ସବମୁଖର ସହର। ବିଭିନ୍ନ ଦେବୀ ପୀଠରେ ଚାଲିଛି ଷୋଡ଼ଶ ପୂଜା। ଚଳଚଞ୍ଚଳ ଦେବୀ ପୀଠ। ସକାଳଠାରୁ ଦେବୀ...

ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୭ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଏବେ ସେଠାରେ ଦାରୁଦିଅଁଙ୍କ...

ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ...

ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ ଅଫିସ, ୧୫।୧: ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର...

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ

ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର...

Advertisement
Archives

Model This Week