ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍‌ ରହିଛି କିନ୍ତୁ ବର୍ଷତମାମ୍‌ ଏହା ଚଳଚଞ୍ଚଳ ରହିଥାଏ। ଏହି ରାଜପଥର ପୁରୀ ଉପକଣ୍ଠ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟ କାଠପୋଲ ଛକଠାରେ ଏକ ବ୍ରିଜ୍‌ ବିପଦପୂର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ ମରାମତି କରାଯାଉନାହିଁ। ବରଂ ବ୍ରିଜ୍‌ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରି ଯାତାୟାତକୁ ବନ୍ଦ କରିବା ଲାଗି ଚେଷ୍ଟା କରାଯାଇଛି। ଏହାଦ୍ୱାରା ବିଭାଗୀୟ କର୍ତ୍ତୃପକ୍ଷ ଗାଡ଼ିଚାଳକଙ୍କ ଜୀବନକୁ ବାଜିରେ ଲଗାଇଦେଇଛନ୍ତି ବୋଲି ଅଭିଯୋଗ ଉଠିଛି।
ପୁରୀରୁ ଭୁବନେଶ୍ୱର ଯିବାବେଳେ ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଆଗକୁ କାଠପୋଲ ଛକରେ ରହିଛି ଏହି ବ୍ରିଜ୍‌। ଗୋଟିଏ ପାର୍ଶ୍ୱ (ପୁରୀ ପଟୁ ଗଲେ ଡାହାଣ ପାର୍ଶ୍ୱ) ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପ୍ରାୟ ୩ମାସ ହେବ ଏହାକୁ ସିଲ୍‌ କରି ଦିଆଯାଇଛି।
ଏହି ବ୍ରିଜ୍‌ ସହ ଚନ୍ଦନପୁର ବାଇପାସ୍‌ ଛକଠାରୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଛକ କଟିଂ ପର୍ଯ୍ୟନ୍ତ ପ୍ରାୟ ୧.୫ କିମି ରାସ୍ତାକୁ ବନ୍ଦ କରାଯାଇଛି। ଗୋଟିଏ ପାର୍ଶ୍ୱ ବ୍ରିଜ୍‌ ଅର୍ଥାତ୍‌ ନୂଆ ବ୍ରିଜ୍‌ରେ ଏବେ ଯାତାୟାତ ହେଉଛି। ପୁରୁଣା ବ୍ରିଜ୍‌ ଉପରେ ଯାତାୟାତ ବାରଣ ଲାଗି ଜାତୀୟ ରାଜପଥ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରାଯାଇଛି। କିନ୍ତୁ ମାଳତୀପାଟପୁର ବାଇପାସ୍‌ ନିକଟରେ ଏ ନେଇ କୌଣସି ସୂଚନା ବା ଅବରୋଧ ନ ଥିବାରୁ ଗାଡ଼ି ଚାଳକମାନେ ବ୍ରିଜ୍‌ ପର୍ଯ୍ୟନ୍ତ ପଳାଇ ଆସୁଛନ୍ତି। କେହି କେହି ପୁଣି ପ୍ରାୟ ୧ କିମି ପଛକୁ ଫେରି ଡାହାଣ ପାର୍ଶ୍ୱ ରାସ୍ତା ଓ ବ୍ରିଜ୍‌ରେ ଯାଉଛନ୍ତି। ମାତ୍ର କେତେକ ଚାଳକ ଗଳି ବାଟ ଦେଇ ବିପଦପୂର୍ଣ୍ଣ ଭାବେ ଏହି ବ୍ରିଜ୍‌ରେ ଯାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ସନ୍ଧ୍ୟା ପରଠାରୁ ଏହି ବ୍ରିଜ୍‌ ପାଇଁ ଗାଡି ଚାଳକଙ୍କ ଜୀବନ ଏକପ୍ରକାର ବାଜିରେ ଲାଗୁଛି। ସାଧାରଣତଃ ବାଇକ୍‌ ଚାଳକମାନେ ଦ୍ରୁତଗତିରେ ଆସୁଥିବାବେଳେ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ ନ ଥିବାରୁ ଦୂରରୁ ବାଡ଼ା ଦେଖି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏମିତି ପ୍ରାୟ ପ୍ରତିଦିନ ଦୁର୍ଘଟଣାର ଖବର ଆସୁଛି। କୌଣସି ଗାଡ଼ିି ଧକ୍କା ଲାଗିବାରୁ ବୁଧବାର ରାତିରେ ବାଡ଼ା ଭାଙ୍ଗିଯାଇଥିଲା। ଏବେ କେହି ଇଟାଗୁଡ଼ିକୁ କେବଳ ଖଞ୍ଜି ଦେଇଛନ୍ତି। ପର୍ଯ୍ୟଟନ ସହର ପୁରୀକୁ ଦେଶ ବିଦେଶର ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଭକ୍ତ ଆସିଥାନ୍ତି। ବର୍ଷତମାମ୍‌ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳର ଗହଳି ଦେଖିବାକୁ ମିଳିଥାଏ। ୨୦୧୮ରୁ ଏହି ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମାତ୍ର ଏହାର ମରାମତି ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହାର ଗୁରୁତ୍ୱକୁ ଉପଲବ୍‌ଧି କରି ପୁରୀ ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୨୦୧୮ ଅଗଷ୍ଟ ୩ରେ ଟୁଇଟ୍‌ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ପୁରୀ ଜିଲାପାଳଙ୍କୁ ବି ଟୁଇଟ୍‌ କରି ଜଣାଇଥିଲେ। କିନ୍ତୁ ବ୍ରିଜ୍‌ ମରାମତି କରାଗଲା ନାହିଁ। ବରଂ ଅବହେଳାକୁ ଘୋଡାଇବା ପାଇଁ ପୂର୍ବରୁ ୱିକ୍‌ ବ୍ରିଜ୍‌ ବୋଲି ଫଳକ ଲଗାଇଥିଲା। ଏବେ ଜାତୀୟ ରାଜପଥରେ ସିମେଣ୍ଟ ବାଡ଼ା କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ବ୍ରିଜ୍‌ର ମରାମତି କରାଯାଇ ଏହାକୁ ଯାତାୟାତ ଉପଯୋଗୀ କରିବା ଦରକାର ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷେ ଏ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କୁ ଛଟେଇ ନେଇ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଦଣ୍ଡ ପ୍ରଣାମ ମାରିମାରି…

ଖୋର୍ଦ୍ଧା,୨୬ା୧୦(ପ୍ରଭାତ ପାଣିଗ୍ରାହୀ): ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଖୋର୍ଦ୍ଧାରେ ତେଜିଛି ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଖୋର୍ଦ୍ଧା ବିଦ୍ୟୁତ୍‌ ଡିଭିଜନ ଅଧୀନ ୧୮ଟି ସେକ୍ସନରେ କାର୍ଯ୍ୟରତ…

ବିବାଦ ଘେରରେ କଟକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ତହସିଲଦାରଙ୍କୁ ରାଜସ୍ବ କ୍ଷମତା ହସ୍ତାନ୍ତରକୁ ନେଇ ଉଠିଲା ପ୍ରଶ୍ନ

କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ…

ଡ୍ରାଇଭିଂ ଲାଇସେନ୍ସ କରାଉଥିଲେ ଜାଣନ୍ତୁ, ବଦଳିବ ନିୟମ; ଏଣିକି…

ନୂଆଦିଲ୍ଲୀ, ୨୬।୧୦: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)। ସେଣ୍ଟ୍ରାଲ ମୋଟର…

ରାସ୍ତାରେ ଦଙ୍ଗା, ଭଙ୍ଗାରୁଜା କଲେ ଅଭିଭାବକ ଗଣିବେ ଟଙ୍କା! ନୂଆ ଆଇନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ…

ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ଢେଙ୍କାନାଳ,୨୬ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୁରୁଣା କଟକ-ସମ୍ବଲପୁର ରାସ୍ତାର କୋତ୍ତମଠାରେ ରବିବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଧକ୍କାରେ ବିପରୀତ ଦିଗରୁ…

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ…

ଜଙ୍ଗଲରୁ ମିଳିଲା କବିରାଜଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇ…

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ କବିରାଜଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଆଗକୁ ଦେଖିବାକୁ ପଡ଼ିବ ଅନେକ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର,୨୬ା୧୦: ଆମ ଚାରିପାଖରେ ପଡି ରହିଥିବା ଜିନିଷ ହିଁ ପ୍ରଦୂଷଣ ବଢାଉଛି। ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ। ଆମେ ବଜାରରୁ ପ୍ଲାଷ୍ଟିକ ଓ ପଲିଥିନରେ ଜିନିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?