ଆମ ଜିଲା ଖବର

ଦୁଇ ସ୍କ୍ରାପ୍‌ ଦୋକାନରୁ ବାଇକ୍‌ର ବହୁ ଯନ୍ତ୍ରାଂଶ ଜବତ, ୨ ଗିରଫ

ପୋଲସରା,୧୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଚଢ଼ିଆପଡ଼ା ଗ୍ରାମରେ ଥିବା ଦୁଇଟି ସ୍କ୍ରାପ୍‌ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗାଡ଼ିର ଯନ୍ତ୍ରାଂଶ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ...

ମେ’ ୨୦ରେ ଉଦ୍‌ଘାଟନ ହେବ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କୋର୍ଟ

ପୁରୁଷୋତ୍ତମପୁର,୧୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ଲାଗି ଦୀର୍ଘଦିନ ହେଲା ଓକିଲ ସଂଘ ଦାବି କରିଆସୁଥିଲା। ଦାବିକୁ ରାଜ୍ୟ ସରକାର ଗୁରୁତର ସହ ନେଇ ନୂତନ କୋର୍ଟ...

୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବେଗୁନିଆପଡ଼ା,୧୧ା୫(ଡି.ଏନ୍‌.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୧୪...

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ...

୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ

ଛତ୍ରପୁର,୧୧ା୫(ଡି.ଏନ୍‌.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ...

ଭର୍ଚୁଆଲ ମୋଡ୍‌ରେ ଜଟଣୀରେ ହସ୍ପିଟାଲ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୧୧ା୫: ଖୋର୍ଦ୍ଧା ଜିଲା ଜଟଣୀଠାରେ ଗୁରୁବାର ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭର୍ଚୁଆଲ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ଡ....

୩ ଜଣଙ୍କୁ ହତ୍ୟା ଉଦ୍ୟମ: ଖଣ୍ଡା ବାଇକ୍‌ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୧୧ା୫: ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ହିଲ୍‌ପାଟଣା ଗଣେଶ ମନ୍ଦିର ନିକଟରେ ଥିବା ସମ୍ପର୍କ ଟ୍ରାଭେଲର୍ସ ମାଲିକ ସମେତ ୩ଜଣଙ୍କୁ ବୁଧବାର ରାତିରେ ହତ୍ୟା ଉଦ୍ୟମ ହୋଇଥିଲା। ଏଥିରେ ଟ୍ରାଭେଲର୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ...

ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ ଚାଲିଥିବା ଜଣାପଡ଼ିଛି। କେନ୍ଦୁଝର, ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରା ସହ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ...

ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର ୩ ମାସ ପରେ ପୋଲିସ କୁଆଁସ ଅଞ୍ଚଳର ଅଭିଯୁକ୍ତ ସାଗର ଦାସଙ୍କୁ ବୁଧବାର...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ 

ଫୁଲବାଣୀ ଅଫିସ,ଫିରିଙ୍ଗିଆ, ୧୧।୫: କନ୍ଧମାଳ ଜିଲାର ମାଓବାଦୀ ଅଧ୍ୟୁଷତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି ।...

ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟରେ ଶିଶୁ ଶ୍ରମିକ

କାଳିଆପାଣି,୧୧ା୫(ଡି.ଏନ.ଏ.): ଟମକା-ମଙ୍ଗଳପୁର କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଛି। ଟମକା-ମଙ୍ଗଳପୁର ରାସ୍ତାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ବେଦାନ୍ତ ଫେକର-କଲରଙ୍ଗୀ ଖଣି ଗେଟ୍‌ ସମ୍ମୁଖରୁ ଟାଟା ପାଚେରି ପର୍ଯ୍ୟନ୍ତ ଜଣେ...

କୁପୋଷଣର ଶିକାର ହେଉଛନ୍ତି ଶିଶୁ

ଯୋଡ଼ା,୧୧ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼ କାଳିମାଟି ପଞ୍ଚାୟତ ଅଧୀନରେ ଥିବା ପୀଢ଼ପୋଖରୀ ଗାଁ ସରକାରୀ ଅବହେଳାର ଶିକାର ହୋଇଛି। ଏହି ଗାଁର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ କାଳାତିପାତ କରୁଛନ୍ତି। ବ୍ଲକ୍‌ଠାରୁ ସ୍ବଳ୍ପ ଦୂରରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri