ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି ୪ଜଣ ସମିତିସଭ୍ୟ। ଏହାକୁ ନେଇ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନାନୁଯାୟୀ, ରାୟଗଡ଼ା ବିଷମକଟକ  ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବିଷମକଟକ ପଞ୍ଚାୟତସମିତିର ୭ ସମିତି ସଭ୍ୟ ଓ ୨ ସରପଞ୍ଚ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ସେମାନେ ଶନିବାର ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଥିବା ନେଇ ଭାଜପା ପକ୍ଷରୁ ଫଟୋ ଓ ପ୍ରେସ ବିବୃତି ଛଡ଼ାଯାଇଥିଲା । ଭାଜପାରେ ଯୋଗଦେଇଥିବା ୭ ସମିତିସଭ୍ୟ ହେଲେ କାଙ୍କୁବା ପଞ୍ଚାୟତର ଅକ୍ଷୟ କୁମାର ହିକକା, ହାଟମୁନିଗୁ ଦୁର୍ଯ୍ୟଧନ ପିରିବାକା, ଡୁମୁରିନେଲିର ବୋଇଦ ଉର୍ଲ୍ଲାକା, ହଜାରି ସୁକାନ୍ତ ବେନିଆ, ଡାଲଆକୁଜିର କରୁଣାକର ସୁନା, ସାହା ଜୟନ୍ତି କଲକା ଏବଂ କୁର୍ଲିର ତେଲା ହୁଇକା। ହେଲେ ମଙ୍ଗଳବାର ସେହି ସମିତି ସଭ୍ୟମାନଙ୍କ ମଧ୍ୟରୁ ୪ଜଣ ପୁର୍ନବାର ନିଜର ପ୍ରାଥମିକ ଦଳ ବିଜେଡିକୁ ଫେରିଛନ୍ତି ।
ବିଜେଡି ଫେରିଥିବା ୪ଜଣ ସମିତିସଭ୍ୟ ହେଲେ ବୋଇଦ, ହଜାରି ସୁକାନ୍ତ, ସାହା ଜୟନ୍ତି ଏବଂ ତେଲା । ଜିଲା ବିଜେଡିର ଟାଣୁଆ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କ ଉପସ୍ଥିତିରେ ସମସ୍ତେ ବିଜେଡି ଫେରିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ପୃକ୍ତ ସମିତି ସଭ୍ୟମାନେ ସୂଚନା ଦେଇଛନ୍ତି ।
ଏପରିକି ବିଷମକଟକ ନିର୍ବାଚନମଣ୍ଡଳୀର କଂଗ୍ରେସର ଟାଣୁଆ ନେତା ଦିଲୀପ ପଟ୍ଟନାୟକଙ୍କ ଇଙ୍ଗିତରେ ସେମାନେ ଭୁବନେଶ୍ୱର ଯାଇ ଭାଜପାରେ ମିଶିଥିବା ଏବଂ ଦିଲୀପଙ୍କୁ ସେଠାରେ ନ ଦେଖିବା ପରେ ପୁଣି ଥରେ ବିଜେଡି ଫେରିଥିବା ପ୍ରକାଶ କରିଛନ୍ତି। ତେବେ ବିଷମକଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥି ନୀଳମାଧବ ହିକକାଙ୍କୁ ଜିତାପଟ ପିନ୍ଧାଇଥିବା ଦିଲୀପ କ’ଣ ସତରେ ଭାଜପା ସହିତ ଜଡିତ ଅଛନ୍ତି କି ବୋଲି ପ୍ରଶ୍ନ ଉଠିଛି
ଏନେଇ ଦିଲୀପଙ୍କୁ ପଚାରିବାରୁ ସେ କାହାକୁ ଭାଜପାରେ ଯୋଗଦେବା ପାଇଁ କହିନାହାନ୍ତି କିନ୍ତୁ ପୂର୍ବରୁ ସେମାନେ ପଞ୍ଚାୟତସମିତିରେ ସୁଧୀର ଦାସ ସେମାନଙ୍କୁ ଅଣଦେଖା କରି ରଖିଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେମାନେ ପୁଣି ଥରେ ନିଶ୍ଚୟ ଅଭିଯୋଗ କରିବାକୁ ଆସିବେ ବୋଲି ଦିଲୀପ କହିଛନ୍ତି ।

ଏଭଳିକି ହଜାରି ସମିତିସଭ୍ୟ ସୁକାନ୍ତ ବେନିଆ ମଣ୍ଡିରେ ଧାନ ଉଠୁ ନ ଥିବା ନେଇ ଦିଲୀପଙ୍କ ନିକଟରେ ଫେରାଦ ହୋଇଥିବାରୁ ସେ ଧାନ ମଣ୍ଡିରେ ଧାନ ଉଠିବା ନେଇ ସହଯୋଗ କରିଥିଲେ । ସେହିଭଳି କୁର୍ଲିର ତେଲା ହୁଇକା ସମିତିସଭ୍ୟା ରହିଥିଲେ ହେଁ ତାଙ୍କୁ ପଂଚାୟତସମିତିରେ ନିଜ ଅଞ୍ଚଳର ବିକାଶ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ଦିଆଯାଉ ନ ଥିଲା ଏବଂ ଏନେଇ ସେ ଦିଲୀପଙ୍କ ନିକଟରେ ଜଣାଇବା ପରେ ଦିଲୀପ ବ୍ଲକର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ତେଲା ସହଯୋଗ କରିବାକୁ କହିଥିବା ପ୍ରକାଶ କରିଛନ୍ତି ଦିଲୀପ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ଆରବ ସାଗରରେ ଭାରତୀୟ-ପାକିସ୍ତାନ ମଧ୍ୟରେ ମହାଭାରତ! ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଜବାବ ମାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୯: ପାକିସ୍ତାନୀ ନୌସେନା ଜାହାଜ ଏବଂ ଭାରତୀୟ ନୌସେନା ୟୁନିଟ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନୂଆଦିଲ୍ଲୀରେ, ବୈଦେଶିକ…

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?