ଦାରିଙ୍ଗବାଡି ଅଞ୍ଚଳରେ ବନ୍ଦର ପ୍ରଭାବ ଶୂନ: ଦୋକାନ ବଜାର ଖୋଲା

ଦାରିଙ୍ଗବାଡ଼ି, ୨୮।୧(ଅରୁଣ ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ କୌଣସି ପ୍ରଭାବ ପଡ଼ି ନ ଥିବା ଜଣାପଡିଛି। ଦୋକାନ ବଜାର, ବ୍ୟାଙ୍କ ସେବା, ସ୍କୁଲ, କଲେଜସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଦି ଖୋଲା ଯାଇଥିବା ବେଳେ ଭୋର ସମୟରୁ ହିଁ ଚା’ ଦୋକାନ ଗୁଡିକ ଖୋଲିଥିଲା। ଅଞ୍ଚଳରେ ଶୀତର ପ୍ରଭାବ ଯୋଗୁ ଧୀରେ ଧୀରେ ୯ଟା ଠାରୁ ଅନ୍ୟ ଦୋକାନ ବଜାର ଖୋକିବା ଆରମ୍ଭ ହୋଇଥିଲା। ସେହିପରି ସରକାରୀ ଲଷ୍ମୀ ବସ ଗୁଡିକ ସମସ୍ତ ପଞ୍ଚାୟତ ହେଡ଼ କ୍ୱାର୍ଟରକୁ ଯାତାୟାତ କରୁଥିବା ଜଣାପଡିଛି। ତେବେ କୁହାଯାଉଛି ଘରୋଇ ବସ ପକ୍ଷରୁ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ଉକ୍ତ ବ୍ଲକର ବ୍ରାହ୍ମଣୀଗାଁ, ଗଦାପୁର ଦେଇ ଦାରିଙ୍ଗବାଡି ପର୍ଯ୍ୟନ୍ତ ବ୍ରହ୍ମପୁରକୁ ସକାଳୁ ବସ ପହଞ୍ଚିଥିବା ଜଣାପଡିଛି। ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି, ସିମନବାଡି, ବୁଡ଼ାଗୁଡା, ବାଡାବାଙ୍ଗା ଅଞ୍ଚଳରେ ସମସ୍ତ ପ୍ରକାର ଦୋକାନ ଖୋଲା ରହିଛି। ଖବର ଲେଖିବା ସୁଦ୍ଧା ବନ୍ଦ ରଖିବାକୁ ଉକ୍ତ ସଙ୍ଘ ପକ୍ଷରୁ କୌଣସି ପିକେଟିଂ କରାଯାଇ ନ ଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପୁଅର ନାମ ପ୍ରକାଶ କଲେ ସୋନମ କପୁର, ଜାଣନ୍ତୁ ଏହାର ଅର୍ଥ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ବର୍ତ୍ତମାନ ମଦରହୁଡ ଏନଜୟ କରୁଛନ୍ତି। ସେ ବର୍ତ୍ତମାନ ଦୁଇଟି ପୁଅର ମାଆ। ତାଙ୍କ ବଡ଼ ପୁଅର ନାମ ବାୟୁ। ଅଭିନେତ୍ରୀ ଏବେ…

ତାମିଲନାଡୁରେ ନୂଆ ଯୁଗର ଆରମ୍ଭ, ଶେଷ ହେଲା ଦ୍ରାବିଡ଼ ରାଜନୀତିର ଦବଦବା

ଚେନ୍ନାଇ,୧୦।୫: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ରବିବାର ସକାଳ ୧୦ଟା୨୨ରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତି ଶେଷରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

୫ ଦିନ ୪ ବୈଠକ ପରେ ମିଳିଲା ‘ବିଜୟ’…

ଚେନ୍ନାଇ,୧୦।୫: ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ସଭାପତି ବିଜୟଙ୍କୁ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ସଂଗ୍ରହ କରିବାକୁ ପାଞ୍ଚ ଦିନ, ରାଜ୍ୟପାଳଙ୍କ ସହ ଚାରୋଟି…

ହର୍ମୁଜ ନୁହେଁ ଏଇଠୁ ଆସିବ ଖୁସି ଖବର, ବିଶ୍ୱକୁ ଫେରିବ ଶାନ୍ତି!

ମସ୍କୋ/କ୍ୱିଭ,୧୦।୫: ଗତ କିଛି ବର୍ଷ ଧରି ବିଶ୍ୱ ନିରନ୍ତର ଯୁଦ୍ଧ ଏବଂ ସଂଘର୍ଷର ଏକ ଅବଧି ଦେଖିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି…

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ/ ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର…

କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଡି. ସୁଧାକରଙ୍କ ଦେହାନ୍ତ, ହସ୍ପିଟାଲରେ ହେଉଥିଲା ଚିକିତ୍ସା

ବେଙ୍ଗାଲୁରୁ,୧୦।୫: କର୍ନାଟକର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଡି. ସୁଧାକରଙ୍କ ଦେହାନ୍ତ ହୋଇଛି। ସେ ବହୁ ସମୟ ଧରି ଚିକିତ୍ସାଧୀନ ଥିଲେ। ଏହି ଅବସରରେ, ଉପମୁଖ୍ୟମନ୍ତ୍ରୀ ଡି.କେ.…

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri