ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ନିଖୋଜ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରାୟଗଡା ବ୍ଲକ ପଦକାପାଡୁ ଗ୍ରାମର ଫକିର ମିଣିଆକା(୩୬) ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ତାଙ୍କ ସ୍ତ୍ରୀ ଶାନ୍ତି ମିଣିଆକା ସୂଚନା ଦେବା ସହ ତାଙ୍କୁ ଖୋଜି ଆଣିବା ପାଇଁ ନିବେଦନ କରିଛନ୍ତି । ଏ ନେଇ ସେ ମଙ୍ଗଳବାର ରାୟଗଡା ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।
ସୂଚନା ଅନୁଯାୟୀ, ରାୟଗଡା ବ୍ଲକ କୁମ୍ବିକୋଟା ପଞ୍ଚାୟତ ଟିଟିଝୋଲା ଗ୍ରାମର ମଇଁଷି କାଣି ନାମକ ଜଣେ ମଧ୍ୟସ୍ଥି ବାଙ୍ଗାଲୋରଠାରେ କାର୍ଯ୍ୟ କରିବ ବୋଲି କହି ଡିସେମ୍ବର ୩ ତାରିଖରେ ଫକିରଙ୍କୁ ନେଇ ରାୟଗଡା ଶେସନରେ ଦଲାଲଙ୍କ ହାତରେ ଟେକି ଦେଇଥିଲେ । ତାଙ୍କୁ ଖାଇବା ପିଇବା ସହ ମାସକୁ ୧୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଗତ ଡିସେମ୍ବର ୨୧ ତାରିଖରେ ଉକ୍ତ ଦଲାଲ ଫୋନ ଯୋଗେ ପରିବାରକୁ ଫକିର କାମରେ ଯୋଗ ଦେଇନାହିଁ ବୋଲି ଜଣାଇଥିଲା । ଫକିରକୁ କାମକୁ ନେଇଥିବା ଲୋକର ଫୋନ ନମ୍ବର ୭୯୭୮୨୪୮୫୨୫ ବୋଲି ସ୍ତ୍ରୀ ଶାନ୍ତି ଲିଖିତ ଭାବରେ ଜଣାଇଛନ୍ତି। ଫକିରକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କେଣସି ପତ୍ତା ମିଳି ପାରୁନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଫକିରକୁ କାମଦେବି ବୋଲି କହି ନେଇଥିବା ବ୍ୟକ୍ତି ଦେଉଥିବା ତଥ୍ୟରେ କୌଣସି ତାଳମେଳ ରହୁ ନ ଥିବା ଏବଂ ମିଥ୍ୟା ତଥ୍ୟ ଦେଉଥିବାରୁ ଫକିର ମୃତ କି ଜୀବିତ ସେ ନେଇ ସନ୍ଦେହ ଉପୁଜୁଥିବା ସ୍ତ୍ରୀ ଶାନ୍ତି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେମାନଙ୍କ ଦୁଇଟି ଛୋଟ ପିଲା ଏବଂ ଫକିର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ବାମୀଙ୍କୁ ଫେରାଇଆଣିବା ପାଇଁ ପ୍ରଶାସନ ଏବଂ ପୋଲିସକୁ ନିବେଦନ କରିଛନ୍ତି । ଏ ନେଇ ପରିବାର ରାୟଗଡା ଥାନାରେ ଗତ ଡିସେମ୍ବର ୨୭ ତାରିଖରେ ନିଖୋଜ ହେବା ନେଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ପରିବାର ପ୍ରକାଶ କରିଛନ୍ତି । ମଙ୍ଗଳବାର ସୂଚନା ପାଇ ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ ଫକିରଙ୍କୁ କାର୍ଯ୍ୟକୁ ନେଇଥିବା ଗଞ୍ଜାମ ଅଞ୍ଚଳର ସଞ୍ଜୟ ସ୍ବାଇଁଙ୍କୁ ଯୋଗାଯୋଗ କରି ବାଙ୍ଗାଲୋରରେ ଏଫ୍‌.ଆଇ୍‌.ଆର୍‌ ଦେବା ପାଇଁ କହିବା ସହ ଫକିରଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ତାଗିଦ କରିଥିଲେ । ଜିଲା ଶ୍ରମ ଅଧିକାରୀ ତ୍ରିପାଠୀ ନିଖୋଜ ଫକିରଙ୍କୁ ଖୋଜିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?