ଆମ ଜିଲା ଖବର

ଜାଲ୍‌ ଟିଡିଆର ଘଟଣା: ବଣ୍ଟି ଅଗ୍ରୱାଲଙ୍କୁ ୨୧ ଦିନ ଜାମିନ

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍‌ ରିସିପ୍ଟ (ଟିଡିଆର୍‌) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭବାନୀପାଟଣାର ସ୍ପେଶାଲ କ୍ଲାସ୍‌ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ ହୋଇଥିଲେ। ତେବେ ଏ ନେଇ…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚାଉଁରୀ ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ହରି ଗୌଡ଼(୫୦), ହାରାମଣି(୪୫), ପଦ୍ମା ଗୌଡ଼(୬୫) ଏବଂ ସନାଇ ଗୌଡ଼(୧୬) । ସୂଚନାଯେଗ୍ୟ, ଜଙ୍ଗଲରେ…

ମାଲକାନଗିରି ଜିଲା ଚିକିତ୍ସାଳୟ: ସେବା ଛାଡ଼ି ଟିକ୍‌ଟକ୍‌ରେ ମାତୁଛନ୍ତି ନର୍ସ, ଭିଡିଓ ଭାଇରାଲ

ମାଲକାନଗିରି,୨୬।୬(ସ୍ବ.ପ୍ର.): ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ତଥା ନର୍ସମାନଙ୍କର ରୋଗୀଙ୍କୁ ଅବହେଳାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଶିଶୁମାନେ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଏଭଳି ଏକ ଘଟଣାକ୍ରମରେ ମାଲକାନଗିରି ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସ୍‌ଏନ୍‌ସିୟୁ)ରେ…

ସ୍ତ୍ରୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଆତ୍ମହତ୍ୟା

ଆନନ୍ଦପୁର,୨୬।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ବାରିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ବୃଦ୍ଧ ସ୍ବାମୀ ନିଜ ପତ୍ନୀଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ବିଷପିଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ସ୍ବାମୀ ହେଲେ ନବଘନ ସାହୁ(୬୫)।…

ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର, ଅବୈଧ କାରବାର ନିରୋଧ ଦିବସ: ନିଶା ଛାଡିଥିବା ୧୦ ଜଣ ସମ୍ବର୍ନ୍ଧିତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏ ନେଇ ପୂର୍ବାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି…

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ରାଜନଗର, ୨୬।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତ୍ରିନାଥ ବଜାରସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ଦାବିରେ ବୁଧବାର ଶତାଧିକ ମହିଳା ରାସ୍ତାରୋକୋ କରିଛନ୍ତି। ଫଳରେ ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଶାନ୍ତିଲତା ବେହେରାଙ୍କ ନେତୃତ୍ୱରେ…

ଗୁରୁବାର ରାଜ୍ୟପାଳଙ୍କ ଦିନିକିିଆ ଗଞ୍ଜାମ ଗସ୍ତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ବୁଧବାର ଛତ୍ରପୁରସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସେ ଭୁବନେଶ୍ୱରସ୍ଥିତ ରାଜଭବନରୁ କାର ଯୋଗେ…

ଆଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ବନ୍ତ,୨୬।୬(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବାବାଜୀ ନାୟକଙ୍କ ୧ ଓ ଜଗବନ୍ଧୁ ନାୟକଙ୍କ ୧ ବଖରା ଘର ସହିତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର…

ଜଳ ନିଷ୍କାସନ ଦାବିରେ ରାସ୍ତାରୋକୋ

ବାସୁଦେବପୁର,୨୬।୬(ଡି.ଏନ୍‌.ଏ.): ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ନରସିଂହପୁର ବଜାରଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ପଞ୍ଚାୟତ ଦେଇ ଯାଇଥିବା କାଡ଼ା ନାଳ ଓ ଡ୍ରେନେଜ୍‌କୁ ପୋତି ଦିଆଯାଇଥିବାରୁ ଜଳ ନିଷ୍କାସନଜନିତ ଗୁରୁତର ସମସ୍ୟା ଦେଖାଦେଇଛି। ଫଳରେ ଅସରାଏ ବର୍ଷାରେ ପଞ୍ଚାୟତ ଜଳାର୍ଣ୍ଣବ ହୋଇପଡ଼ୁଛି। ଡ୍ରେନେଜ…

ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି ମହିଳାଙ୍କଠାରୁ ସୁନାଚେନ୍‌ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ନିରୂପାୟ…

ନଳିତା,ଧନିଚା ବିହନ ନାହିଁ, ଚାଷୀ ହତାଶ

କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ନଳିତା ଓ ମେସ୍ତା ପାଇଁ ଏଠରେ ଉପଯୁକ୍ତ ଭିତ୍ତିଭୂମିଥିବାରୁ ୨୦୧୦ ବେଳକୁ ଏହାର…

ବନ୍ଦ ହେବ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଛାତ୍ରୀଛାତ୍ର, ଅଭିଭାବକ ମହଲରେ ଅସନ୍ତୋଷ

ମହାକାଳପଡା,୨୬ା୬(ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅନ୍ତର୍ଗତ ସାନ ନିପାଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୦ରୁ କମ୍‌ ରହିଛି। ଏନେଇ ସରକାରୀ ନିୟମ ଅନୁସାରେ ବିଦ୍ୟାଳୟକୁ ବନ୍ଦ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ପରିଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?