କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ନଳିତା ଓ ମେସ୍ତା ପାଇଁ ଏଠରେ ଉପଯୁକ୍ତ ଭିତ୍ତିଭୂମିଥିବାରୁ ୨୦୧୦ ବେଳକୁ ଏହାର ପ୍ରସାର ଘଟି ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପତିଷ୍ଠା କରାଯାଇଥିଲା ା ମାତ୍ର ଚଳିତ ବର୍ଷ ତନ୍ତୁଜାତୀୟ ଫସଲ ଚାଷ ପାଇଁ କେନ୍ଦ୍ରାପଡ଼ାର ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଯୋଗାଇ ଦିଆଯାଇନାହିଁ ା ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏସମ୍ବନ୍ଧରେ କୃଷି ଉପନିର୍ଦ୍ଦେଶକ ମିତ୍ରୋଦୟ ଦାସ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ଼ ସପ୍ଲାଏ କର୍ପୋରେଶନ (ଓଏସ୍ଏସ୍ସି) ପକ୍ଷରୁ ନଳିତା, ମେସ୍ତା ଓ ଧନିଚା ବିହନ ଯୋଗାଇ ଦିଆଯାଇଥିଲା ା ଏହି ବିହନକୁ ପ୍ରାୟ ୭ ହଜାର ଚାଷୀ କ୍ରୟ କରି ଖେତରେ ଚାଷ କରିଥିଲେ ା ତେବେ ଚଳିତ ବର୍ଷ ନଳିତା ଓ ମେସ୍ତା ବିହନ କର୍ପୋରେଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଫଳରେ ଚାଷୀଙ୍କୁ ବିହନ ଯୋଗାଇବା ସମ୍ଭବ ହେଉନାହିଁ ା ସେହିପରି ଚଳିତ ବର୍ଷ ପାଇଁ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି ା
କେନ୍ଦ୍ରାପଡା ବ୍ଲକ କଂସାର ପଞ୍ଚାୟତର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତିିଯେ, କେନ୍ଦ୍ରପଡ଼ାର ମାଟି ନଳିତା ଓ ମେସ୍ତା ପାଇଁ ଉପଯୁକ୍ତ ା ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ ଦିପାବଳୀରେ କାଉଁରିଆ କାଠି ବିକି ବେଶ କିଛି ପଇସା ହାତକୁ ଆସୁଥିଲା ା ମାତ୍ର କୃଷି ବିଭାଗର ଅପାରଗତା ହେତୁ ଚଳିତ ବର୍ଷ ବିହନ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ା କୃଷକ ନେତା ଗୟାଧର ଧଳ କୁହନ୍ତିଯେ, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ ା ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ ା ଚାଷୀ କ୍ଷେତରେ ପ୍ରଥମ ଗାର ଦେବାବେଳେ ଏହି ଗଛଗୁଡ଼ିକ ମାଟିରେ ମିଶି ଉର୍ବରତା ସୃଷ୍ଟି କରିଥାଏ ା ଫଳରେ ରାସାୟନିକ ସାର ପକାଇବା ଆବଶ୍ୟକ ପଡ଼େନାହିଁ ା ସେହିପରି ଏହି ଧନିଚା ଗଛ ପିତା ହେତୁ ଧାନ ଗଛରେ ପୋକ ଲାଗିବା ବନ୍ଦ ହୋଇଥାଏ ା ତେବେ କୃଷି ବିଭାଗ ଅକ୍ଷୟ ତୃତୀୟା ପୂର୍ବରୁ ଧାନ ସହିତ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବା ବେଳେ ଧନିଚା ମଞ୍ଜି ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି ା ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କୁହନ୍ତିଯେ, ୨୦୧୫ ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣିଥିଲୁ ା ତେବେ ଚଳିତ ବର୍ଷ ଏହି ବିହନର ଦାମ ୬୫ ଟଙ୍କା ହୋଇଛି ା ସେହିପରି ପାରିପଙ୍ଗରାସ୍ଥିତ ଝୋଟ କୁଟିର ଶିଳ୍ପର ମହିଳା ସଦସ୍ୟମାନେ କୁହନ୍ତି, ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ରହିଛି। ଚଳିତ ବର୍ଷ ସରକାରୀ ବିହନ ନ ଯୋଗାଇବା ଫଳରେ ନିଜ ଉତ୍ପାଦ ପାଇଁ ବାହାର ସ୍ଥାନରୁ ଝୋଟ କିଣିବାକୁ ପଡ଼ିବ ା ଫଳରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଢ଼ିଯିବ ା ତୁରନ୍ତ ନଳିତା ଚାଷ ପାଇଁ ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ା
Posted inକେନ୍ଦ୍ରାପଡ଼ା View All
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…
ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର
ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…
ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…
କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ
ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…
ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….
ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…
ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…
ମହାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…
ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…
ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

