ନଳିତା,ଧନିଚା ବିହନ ନାହିଁ, ଚାଷୀ ହତାଶ

କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ନଳିତା ଓ ମେସ୍ତା ପାଇଁ ଏଠରେ ଉପଯୁକ୍ତ ଭିତ୍ତିଭୂମିଥିବାରୁ ୨୦୧୦ ବେଳକୁ ଏହାର ପ୍ରସାର ଘଟି ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପତିଷ୍ଠା କରାଯାଇଥିଲା ା ମାତ୍ର ଚଳିତ ବର୍ଷ ତନ୍ତୁଜାତୀୟ ଫସଲ ଚାଷ ପାଇଁ କେନ୍ଦ୍ରାପଡ଼ାର ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଯୋଗାଇ ଦିଆଯାଇନାହିଁ ା ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏସମ୍ବନ୍ଧରେ କୃଷି ଉପନିର୍ଦ୍ଦେଶକ ମିତ୍ରୋଦୟ ଦାସ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ଼ ସପ୍ଲାଏ କର୍ପୋରେଶନ (ଓଏସ୍‌ଏସ୍‌ସି) ପକ୍ଷରୁ ନଳିତା, ମେସ୍ତା ଓ ଧନିଚା ବିହନ ଯୋଗାଇ ଦିଆଯାଇଥିଲା ା ଏହି ବିହନକୁ ପ୍ରାୟ ୭ ହଜାର ଚାଷୀ କ୍ରୟ କରି ଖେତରେ ଚାଷ କରିଥିଲେ ା ତେବେ ଚଳିତ ବର୍ଷ ନଳିତା ଓ ମେସ୍ତା ବିହନ କର୍ପୋରେଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଫଳରେ ଚାଷୀଙ୍କୁ ବିହନ ଯୋଗାଇବା ସମ୍ଭବ ହେଉନାହିଁ ା ସେହିପରି ଚଳିତ ବର୍ଷ ପାଇଁ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି ା
କେନ୍ଦ୍ରାପଡା ବ୍ଲକ କଂସାର ପଞ୍ଚାୟତର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତିିଯେ, କେନ୍ଦ୍ରପଡ଼ାର ମାଟି ନଳିତା ଓ ମେସ୍ତା ପାଇଁ ଉପଯୁକ୍ତ ା ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ ଦିପାବଳୀରେ କାଉଁରିଆ କାଠି ବିକି ବେଶ କିଛି ପଇସା ହାତକୁ ଆସୁଥିଲା ା ମାତ୍ର କୃଷି ବିଭାଗର ଅପାରଗତା ହେତୁ ଚଳିତ ବର୍ଷ ବିହନ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ା କୃଷକ ନେତା ଗୟାଧର ଧଳ କୁହନ୍ତିଯେ, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ ା ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍‌ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ ା ଚାଷୀ କ୍ଷେତରେ ପ୍ରଥମ ଗାର ଦେବାବେଳେ ଏହି ଗଛଗୁଡ଼ିକ ମାଟିରେ ମିଶି ଉର୍ବରତା ସୃଷ୍ଟି କରିଥାଏ ା ଫଳରେ ରାସାୟନିକ ସାର ପକାଇବା ଆବଶ୍ୟକ ପଡ଼େନାହିଁ ା ସେହିପରି ଏହି ଧନିଚା ଗଛ ପିତା ହେତୁ ଧାନ ଗଛରେ ପୋକ ଲାଗିବା ବନ୍ଦ ହୋଇଥାଏ ା ତେବେ କୃଷି ବିଭାଗ ଅକ୍ଷୟ ତୃତୀୟା ପୂର୍ବରୁ ଧାନ ସହିତ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବା ବେଳେ ଧନିଚା ମଞ୍ଜି ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି ା ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କୁହନ୍ତିଯେ, ୨୦୧୫ ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣିଥିଲୁ ା ତେବେ ଚଳିତ ବର୍ଷ ଏହି ବିହନର ଦାମ ୬୫ ଟଙ୍କା ହୋଇଛି ା ସେହିପରି ପାରିପଙ୍ଗରାସ୍ଥିତ ଝୋଟ କୁଟିର ଶିଳ୍ପର ମହିଳା ସଦସ୍ୟମାନେ କୁହନ୍ତି, ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ରହିଛି। ଚଳିତ ବର୍ଷ ସରକାରୀ ବିହନ ନ ଯୋଗାଇବା ଫଳରେ ନିଜ ଉତ୍ପାଦ ପାଇଁ ବାହାର ସ୍ଥାନରୁ ଝୋଟ କିଣିବାକୁ ପଡ଼ିବ ା ଫଳରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଢ଼ିଯିବ ା ତୁରନ୍ତ ନଳିତା ଚାଷ ପାଇଁ ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ, ୨୨ା୪(କଳ୍ପତରୁ ନାୟକ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା ଜିଲାରେ ଆଜି ବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି...

ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ...

ପବନରେ ଆସୁଛି କାରଖାନା ଧୂଆଁ

ମହାକାଳପଡ଼ା, ୨୨ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନରେ ଘଟୁଛି ପରିବର୍ତ୍ତନ। ପୂର୍ବ ଅପେକ୍ଷା ସୂର୍ଯ୍ୟଙ୍କ ଉତ୍ତାପ ବଢ଼ିଛି। ଫଳରେ ଦିନ ୧୦ଟା ସୁଦ୍ଧା ଉପକୂଳ ଅଞ୍ଚଳରେ...

ଲାଇଫ୍‌ ଜାକେଟ୍‌ ବିନା ୬୩ ଘାଟରେ ନୌଚଳାଚଳ

କେନ୍ଦ୍ରାପଡ଼ା,୨୧ା୪ (ଜଗନ୍ନାଥ ଧଳ)ହୀରାକୁଦ ଡ୍ୟାମ୍‌ ଉପର ମହାନଦୀରେ ଶୁକ୍ରବାର ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ନିଖୋଜ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri