ବନ୍ଦ ହେବ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଛାତ୍ରୀଛାତ୍ର, ଅଭିଭାବକ ମହଲରେ ଅସନ୍ତୋଷ

ମହାକାଳପଡା,୨୬ା୬(ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅନ୍ତର୍ଗତ ସାନ ନିପାଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୦ରୁ କମ୍‌ ରହିଛି। ଏନେଇ ସରକାରୀ ନିୟମ ଅନୁସାରେ ବିଦ୍ୟାଳୟକୁ ବନ୍ଦ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ପରିଡା କହିଛନ୍ତି। ଏନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପରିଡା ମଙ୍ଗଳବାର ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଏଠାରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୯ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପ୍ରଥମରେ ଜଣେ, ଦ୍ୱିତୀୟରେ ୨ ଜଣ, ତୃତୀୟରେ ୨ ଜଣ, ଚତୁର୍ଥରେ ୩ଜଣ ଓ ପଞ୍ଚମ ଶ୍ରେଣୀରେ ଜଣେ ପିଲା ପାଠ ପଢ଼ୁଛନ୍ତି। ସେହିପରି ବିଦ୍ୟାଳୟରେ ପାଠପଢ଼ା ପାଇଁ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମକର ମାଝୀ କହିଛନ୍ତି। ଏବେ ବିଦ୍ୟାଳୟକୁ ବନ୍ଦ କରାଯିବ ବୋଲି ବିଇଓ ନିର୍ଦ୍ଦେଶ ଦେବା ପରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହେଲେ ନିକଟସ୍ଥ ୧କିଲୋମିଟର ଦୂରରେ ଥିବା ନିପାଣିଆ ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କୁ ପାଠ ପଢିବାକୁ ଯିବାକୁ ପଡିବ। ବତିଘର ପଞ୍ଚାୟତ ଅନ୍ତର୍ଗତ ନଦୀନାଳ ଘେରା ଏହି ନିପାଣିଆ ଗ୍ରାମ ଏକ ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ଯାତାୟାତରେ ଅନେକ ସମସ୍ୟା ରହିଛି। ସେଠାକୁ ପିଲାମାନେ କିପରି ଯିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷାଦିନେ ପଙ୍କ, କାଦୁଅ ରାସ୍ତାରେ ବିଦ୍ୟାଳୟକୁ ଯିବା କଷ୍ଟକର ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି। ସେହିପରି ବର୍ଷା, ଘଡଘଡି, ବଜ୍ରପାତ, ଶୀତକାକରରେ ଏତେ ଦୂରକୁ ଯିବାକୁ ଭୟ ଲାଗିବ ବୋଲି ଛାତ୍ରୀ ଉର୍ମିଳା ଦାସ, ବର୍ଷା ଗୁଡିଆ ଓ ଶ୍ରୀୟା ଦାସ ପ୍ରମୁଖ କହିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପୁନର୍ବାର ବିଚାର କରିବାକୁ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ...

ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା...

ଛକାପଞ୍ଝାରେ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀତ୍ୱ

କେନ୍ଦ୍ରାପଡ଼ା, ୧୭ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୫ ବିଧାନସଭା କ୍ଷେତ୍ର। ଏଥିରୁ ୪ଟିରେ ଚଳିତ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ...

ଟିକେଟ ମିଳିଲାନି, ହାତ ଧରିପାରନ୍ତି ଅଲେଖ

ପଟ୍ଟାମୁଣ୍ଡାଇ, ୧୭ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ବର୍ତ୍ତମାନ ବିଧାୟକ ଧ୍ରୁବ ସାହୁଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri