ଆମ ଜିଲା ଖବର

ମୟୂରଭଞ୍ଜ ଲୋକ ସଭାରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ପ୍ରଥମ ରାଉଣ୍ଡ ଗଣତି ପରେ ୧୩୮୭ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗଦା ମୁର୍ମୁ ୬୬୭ ଭୋଟରେ ଆଗୁଆ ଥିବା…

ବ୍ରହ୍ମପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫- ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ବିକ୍ରମ ପଣ୍ଡାଙ୍କୁ ୩ ହଜାର ୬୯୪ ଭୋଟ ମିଳିଛି। ତାଙ୍କ ପଛକୁ ରହିଛନ୍ତି ଭାଜପାର କାହ୍ନୁଚରଣ ପତି। ତାଙ୍କୁ ମିଳିଛି…

ନବରଙ୍ଗପୁର ଜିଲାର ୨ବିଧାନସଭା ଆସନରେ ବିଜେଡି, ୨ଟିରେ ଭାଜପା ଆଗୁଆ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ଜିଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨ଟିରେ ଭାଜପା ଓ ୨ଟିରେ ବିଜେଡି ଆଗୁଆ ରହିଛି। ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଦାଶିବ ପ୍ରଧାନୀ ୨୦୨୪ ଭୋଟରେ ଆଗୁଆ ରହିଛନ୍ତି। ସେହିଭଳି ଡାବୁଗାଁରେ ମଧ୍ୟ ବିଜେଡିର ମନୋହର…

ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩ ଖଣ୍ଡ ଭୋଟ ମିିଳିଥିବାବେଳେ ଭାଜପାର ବିଭୂତି ଭୂଷଣ ଜେନାଙ୍କୁ ୧୭୬୨ ଖଣ୍ଡ ଭୋଟ ମିଳିଛ।…

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ କୁମାର ଗଡ଼ତିଆ ୧୫୧୨୯ ଭୋଟ ପାଇଛନ୍ତି।

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ ପାତ୍ର ୧୫୨୪ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୨୪୧ ଏବଂ ଭାଜପାର ପୃଥ୍ବୀରାଜ…

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ସୌମରେନ୍ଦ୍ର ମିଶ୍ର ୬୪୯ ଭୋଟ ପାଇଥିବା ସୂଚନା ମିଳିଛି।

ବରଗଡ଼ରେ ପୋଷ୍ଟାଲ ପରେ ଇଭିଏମର ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମରୁ ପୋଷ୍ଟାଲ ଭୋଟ ଗଣତି ଆରମ୍ଭ ହୋଇଥିଲା। ବରଗଡ଼…

ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଭୋଟ ଗଣତିକେନ୍ଦ୍ରରେ ଅବ୍ୟବସ୍ଥାକୁ…

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର ପଦୁ ମାଝି ୫୦୦ ଓ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା ୪୮୪ ଭୋଟ୍‌ ପାଇଛନ୍ତି।

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ୧୮୭୦ ଭୋଟ୍‌ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୧୧୯୯ ଏବଂ କଂଗ୍ରେସର ମାଲା…

ବୌଦ୍ଧ ବିଧାନସଭା: ଭାଜପା ଅ।ଗୁଅ।

ବୌଦ୍ଧ,୨୩୫(ଡି.ଏନ୍.ଏ.):ବୌଦ୍ଧ ବିଧାନସଭା ଅାସନରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁଶାନ୍ତ ପ୍ରଧାନ ବିଜେଡିର ପ୍ରଦୀପ ଅମାତଙ୍କଠାରୁ ୨୦୨ ଭୋଟରେ ଅ।ଗୁଅ। ରହିଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?