ପିତା ହତ୍ୟାକାରୀ ପୁଅଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର, ୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ପିତା ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ଦେବକାନ୍ତ ରାଉତ(୪୬) ବାପା ନାରାୟଣ ରାଉତଙ୍କୁ ଗତ ୨୩.୦୬.୨୦୧୬ରେ କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପ୍ରକାଶ ଯେ, ନାରାୟଣ ରାଉତଙ୍କ ବଡ଼ପୁଅ ଦେବକାନ୍ତ(କାଳିଆ) ସ୍ତ୍ରୀ ଛୁଆ ପିଲାଙ୍କୁ ନେଇ ପରିବାର ଠାରୁ ଅଲଗା ରହିଆସୁଥିଲେ। ପିତା ଏବଂ ମାତା ତିଳୋତ୍ତମା ସାନପୁଅ ରତିକାନ୍ତ ରାଉତଙ୍କ ନିକଟରେ ରହୁଥିଲେ। ଘଟଣା ଦିନ ଦେବକାନ୍ତ ବଞ୍ଚୋ ଛକରେ ରହୁଥିବା ପିତାଙ୍କ ପାଖକୁ ଆସି ୨୦ ହଜାର ଟଙ୍କା ମାଗିଥିଲେ। ମାତାଙ୍କ ଠାରୁ ଆଲମିରାର ଚାବି ଛଡ଼େଇ ନେଇ ଟଙ୍କା, ସୁନା ରୁପା ଗହଣା ଆଦି ନେଇଯାଉଥିବାବେଳେ ନାରାୟଣ ବିରୋଧ କରିବାରୁ ଉତ୍ତ୍ୟକ୍ତ ଦେବକାନ୍ତ ସାଥୀରେ ଆଣିଥିବା ଏକ ଧାରୁଆ କୁରାଢ଼ିରେ ତାଙ୍କୁ ଆଘାତ କରିଥିଲେ। ଫଳରେ ନାରାୟଣଙ୍କ ଡାହାଣପାଖ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇପଡ଼ିଥିଲେ। ପରେ ଦେବକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ନାରାୟଣଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨୮.୬.୨୦୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତା ତିଳୋତ୍ତମାଙ୍କ ଅଭିଯୋଗ ଅନୁଯାୟୀ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ମାନ୍ୟବର ଅତିରିକ୍ତ ଜିଲା ଦୌରାଜଜ୍‌ ଏହି ମାମଲାର ବିଚାର କରି ୧୦ ବର୍ଷ ଜେଲ ଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡରେ ଦେବକାନ୍ତଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri