ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ଅନେକ ଗରିବ ଲୋକ ସରକାରୀ ଜାଗାରେ ଘର ତିଆରି କରି ଦୀର୍ଘ ବର୍ଷ ହେବ ରହିଆସୁଛନ୍ତି। ଜୁନାଗଡ ବ୍ଲକ ପଛୁଆ ଓ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ହୋଇଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, ଜମିପଟ୍ଟା ଆଦି ବିଭିନ୍ନ ମୌଳିକ ସୁବିଧାରୁ ଲୋକେ ବଞ୍ଚତ୍ତ ହୋଇଛନ୍ତି। ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଅନେକ ଥର ଭୂମିହୀନମାନଙ୍କୁ ଜମି ଓ ସ୍ଥାୟୀପଟା ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହି ଗରିବ ଲୋକମାନଙ୍କ ଦାବିକୁ ଅଣଦେଖା କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ସମ୍ବିଧାନର ପଞ୍ଚମ ଅନୁସୁଚିତ ବସୁନ୍ଧରା ଆଇ, ସିଲିଂ ଆଇନ ଓ ବନ ଅଧିକାର ଆଇନ ଭଳି ଜନହିତକର ଯୋଜନା ଆଶାନୁ ରୁପେ କାର୍ଯ୍ୟକାରୀ ହୋଇପାରୁନାହଁ। ଫଳରେ ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତରେ ଥିବା ସମସ୍ତ ଜାଗାହୀନ ପରିବାରମାନଙ୍କୁ ଚିହ୍ନଟ କରି ତୁରନ୍ତ ବସୁନ୍ଧରା ଯୋଜନା ଅନୁସାରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବା, ଜଙ୍ଗଲ ଜମିରେ ବର୍ଷ ବର୍ଷ ଦଖଲ କରି ଚାଷ କରି ବଞ୍ଚୁଥିବା ପରିବାରଙ୍କୁ ୨୦୦୬ ବନ ଅଧିକାର ଆଇନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମାଧ୍ୟମରେ ସ୍ଥାୟୀ ପଟ୍ଟାଦେବା, ସ୍ଥାୟୀ ରୋଜଗାର ପ୍ରଶସ୍ଥ ସକାଶେ ସିଲିଂ ଆଇନ ବଲବତ୍ତର କରାଇ ଜମିହୀନମାନଙ୍କୁ ଜମି ଆବଣ୍ଟନ କରିବା, ସୀମାଙ୍କନ ହୋଇ ନ ଥିବା ପଟ୍ଟାଧାରୀମାନଙ୍କୁ ଜାଗାର ଶୀଘ୍ର ସିମାଙ୍କନ କରିବା, ପୂର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତଗୁଡିକର ନିଷ୍ପତ୍ତି ନେବା ଆଦି ଦାବି ଉପରେ ଉଲ୍ଲେଖ କରାଯାଇଛି। ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ଅନେକ ଭୂମିହୀନ ଲୋକଙ୍କୁ ୪ ଡେସମିଲ ପଟ୍ଟା ଦେବା ପାଇଁ ପ୍ରସ୍ତୁତ ସରିଛି। ଆସନ୍ତା ୨ ଦିନ ମଧ୍ୟରେ ପଟ୍ଟା ବଣ୍ଟନ କରାଯିବ ବୋଲି କହିଥିଲେ। ଏହି ଅବସରରେ ନାଗରିକ ବିକାଶ ସଙ୍ଗଠନ ସଭାନେତ୍ରୀ ଗୁଣ୍ଡିଚା ଭୋଇ, ସମ୍ପାଦିକା ଚମ୍ପା ନାଏକ, ତଳଜାରିଙ୍ଗ ଗ୍ରାମର ପ୍ରସାଧୁ ଖାଡିଆ, ପ୍ରଦା ଖାଡିଆ, ଲବଣିପୁର ଗ୍ରାମର ଲବ ଖାଡିଆ, ଚିତ୍ର ଖାଡିଆ, ଶତୃଘନ ଖାଡିଆ, ନାନ୍ଦୋଲର ରତ୍ନବତୀ ନାଏକ, ଲାଲ ବିହାରୀ, କାହ୍ନୁ ବାଗ, ଲମ୍ବୁ ବନ୍ଦିଛୋଡ, କର୍ଲାକୋଟ ଗ୍ରାମର ଲିଙ୍ଗରାଜ ସୁନାନୀ, ଅମର ସୁନାନୀ, ବିନୋଦ ବିହାରୀ, ମଞ୍ଜୁଳା କରଙ୍କ ସମେତ ଅନେକ ଗ୍ରାମର ଜମିହୀନ ଲୋକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri