ସିମୁଳିଆରେ ବିଜେଡି ଆଗରେ
ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ୟ ରାଉଣ୍ଡ ଗଣତି ପରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମଲୋଚନ ପଣ୍ଡାଙ୍କ ଠାରୁ ୧୩୫ ଖଣ୍ଡ ଭୋଟ ଆଗରେ ଅଛନ୍ତି। ଜ୍ୟୋତିପ୍ରକାଶ ୪୧୩୬ ଖଣ୍ଡ…
କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ
ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ୭୬୩୪ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମ ଚରଣ…
ରେଢ଼ାଖୋଲରେ ରୋହିତ ଆଗୁଆ
ରେଢ଼ାଖୋଲ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରେଢ଼ାଖୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଆଗୁଆ ରହିଛନ୍ତି। ରୋହିତ ୧୪୧୯୬ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦେବେନ୍ଦ୍ର ମହାପାତ୍ର ୧୧୨୪୩ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଆସଫ…
୫ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଆଗରେ
ଭଦ୍ରକ ଅଫିସ, ୨୩।୫- ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୩୨୫୩୪, ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୨୭୩୨୬ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀଙ୍କୁ ପଞ୍ଚମ ରାଉଣ୍ଡ ସୁଦ୍ଧା ୧୫୮୩୪ ଖଣ୍ଡ ଭୋଟ ମିଳିଛି। ଏଥିରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ…
ସମ୍ବଲପୁରରେ ରାସେଶ୍ୱରୀ ଆଗୁଆ
ସମ୍ବଲପୁର,୨୩।୫: ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଡା. ରେସେଶ୍ୱରୀ ପାଣିଗ୍ରୀହୀ ଆଗୁଆ ରହିଛନ୍ତି। ରାସେଶ୍ୱରୀ ୫୩୪୩ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜୟନାରାୟଣ ମିଶ୍ର ୪୭୨୨ ଭୋଟ ପାଇଛନ୍ତି।
ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ
ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଭବାନୀ ଭୋ ୬୭୨୯ ଭୋଟ ପାଇଥିବାବେଳେ ପ୍ରଫୁଲ୍ଲ ୫୪୬୧ ଭୋଟ ପାଇଛନ୍ତି।
ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ
ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ୯୬୨୨ ଭୋଟ ପାଇଛନ୍ତି।
ଝାରସୁଗୁଡ଼ାରେ ନବ ଦାସ ଆଗୁଆ
ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଦୀନେଶ ଜୈନ ୯୬୦୨ ଭୋଟ ପାଇଛନ୍ତି।
ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ
ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୭୭୯୦ ଭୋଟ ପାଇଛନ୍ତି।
ଖଡ଼ିଆଳ ବିଧାନସଭା: ବିଜେଡି ଆଗରେ
ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୮୬୨୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀ ୮୨୭୬ ଭୋଟ ପାଇଛନ୍ତି।
କଣ୍ଟାବାଞ୍ଜିରେ କଂଗ୍ରେସ ଆଗୁଆ
କଣ୍ଟାବାଞ୍ଜି,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କଣ୍ଟାବାଞ୍ଜି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ୪୩୧୫ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୯୫୨ ଭୋଟ ପାଇଛନ୍ତି।
ଘଷିପୁରାରେ ବଦ୍ରି ୭୦୬୪ ଭୋଟ ଆଗରେ
ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି…

