ଆସିଲା ବର୍ଷାଋତୁ, ୧୨୦୬ ବିଦ୍ୟାଳୟରୁ ୬୪୮ଟିରେ ନାହିଁ ରୋଷେଇ ଘର

ନୟାଗଡ଼ ଅଫିସ,୨୮।୬- ଗ୍ରୀଷ୍ମଛୁଟି ଅବକାଶରେ ୨ ମାସରୁ ଅଧିକ ଦିନ ବିଦ୍ୟାଳୟ ବନ୍ଦ ହେବା ପରେ ଗତ ଶୁକ୍ରବାର ଠାରୁ ଖୋଲିଛି। ତେବେ ଜିଲାର ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ନ ଥିବାରୁ ପୂର୍ବରୁ ଯେଉଁଭଳି ଦୟନୀୟ ଭାବେ ରୋଷେଇ କାର୍ଯ୍ୟ ଚାଲୁଥିଲା ସେହିଭଳି କରାଯାଉଛି। ରୋଷେୟାମାନେ କେଉଁଠି ସ୍କୁଲ କାନ୍ଥକୁ ଟିଣ ଆଉଜାଇ ତ ଆଉ କେଉଁଠି ଝାଟିମାଟି କୁଡ଼ିଆ ଭିତରେ ରୋଷେଇ କରୁଛନ୍ତି। ପୁଣି କେଉଁଠି ସ୍କୁଲ ବାରଣ୍ଡାରେ ପ୍ରସ୍ତୁତ କରୁଛନ୍ତି ମଧ୍ୟାହ୍ନଭୋଜନ। ବର୍ଷର ଅନ୍ୟ ସମୟରେ ବାହାରେ ଯେନତେନ ପ୍ରକାରେ ରୋଷେଇ କାର୍ଯ୍ୟ ହେଉଥିବା ବେଳେ ବର୍ଷା ୪ ମାସ ହଇରାଣ ହେବାକୁ ପଡ଼ିଥାଏ। ବର୍ତ୍ତମାନ ବର୍ଷାଋତୁ ଆସିଥିବାରୁ କିପରି ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ, ତାହା ରୋଷେୟାଙ୍କ ଚିନ୍ତାର କାରଣ ହୋଇଛି। ପ୍ରବଳ ବର୍ଷା ହେଲେ ଚୁଲିରେ ପାଣି ପଶି ରୋଷେଇ ବନ୍ଦ ଯୋଗୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନରେ ବିସ୍କୁଟ ଖାଇବାକୁ ଦେଇ ଚଳାଇଦେବା ଘଟଣା ପୂର୍ବରୁ ଅନେକଥର ଦେଖାଯାଇଛି। ଫଳରେ ଜିଲାରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ବାଟ ହୁଡିଥିବା ନେଇ ଆଲୋଚନା ହେଉଛି। ଏହା ଦ୍ୱାରା ଛାତ୍ରୀଛାତ୍ରମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ମୋଡ଼ିଦେଇ ଘରୋଇ ବିଦ୍ୟାଳୟମୁହଁା ହେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।
ଶିକ୍ଷା କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଜିଲାର ୮ଟି ବ୍ଲକରେ ୧୨୦୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯୦୯୬୯ ଛାତ୍ରୀଛାତ୍ର ପଢୁଛନ୍ତି। ୧୨୦୬ ବିଦ୍ୟାଳୟ ମଧ୍ୟରୁ ୫୫୮ରେ ରୋଷେଇ ଘର ଥିଲାବେଳେ ୬୪୮ଟିରେ ଏହା ନାହିଁ। ରଣପୁର ବ୍ଲକରେ ସର୍ବାଧିକ ୨୩୨ଟି ସ୍କୁଲରୁ ମାତ୍ର ୬୦ଟିରେ ରୋଷେଇ ଘର ଥିଲାବେଳେ ଗଣିଆ ବ୍ଲକରେ ୬୦ଟି ବିଦ୍ୟାଳୟରୁ ୪୨ଟି, ଦଶପଲ୍ଲାରେ ୧୫୨ଟି ବିଦ୍ୟାଳୟରୁ ୯୦ଟି, ଖଣ୍ଡପଡ଼ାରେ ୧୩୨ ବିଦ୍ୟାଳୟରୁ ୫୭ଟି, ଭାପୁରରେ ୧୧୮ଟି ବିଦ୍ୟାଳୟରୁ ୪୨ଟି, ଓଡ଼ଗାଁରେ ୧୮୭ଟି ବିଦ୍ୟାଳୟରୁ ୧୨୧ଟି, ନୂଆଗାଁରେ ୧୫୨ଟି ବିଦ୍ୟାଳୟରୁ ୮୩ ଓ ନୟାଗଡ଼ରେ ୧୭୩ରୁ ୬୩ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ଅଛି। ଗଣିଆ ବ୍ଳକରେ ୧ଟି, ରଣପୁର ବ୍ଲକରେ ୨୭, ଓଡ଼ଗାଁ ବ୍ଳକରେ ୩, ନୂଆଗାଁ ବ୍ଲକରେ ୪ ଓ ନୟାଗଡ଼ ବ୍ଲକରେ ୫ ଏହିପରି ୪୦ ବିଦ୍ୟାଳୟର ରୋଷେଇ ଘର କାର୍ଯ୍ୟ ସରିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୫୫୮ ରୋଷେଇ ଘର ମଧ୍ୟରୁ ୪୫ ରୋଷେଇ ଘର ନଷ୍ଟ ହୋଇଯାଇଥିବା ବେଳେ ସେଥିରେ ଯେନତେନ ପ୍ରକାରେ ରୋଷେଇ କରାଯାଉଛି। ସେହିଭଳି ୫୧ଟି ରୋଷେଇ ଘରର କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ସୂଚନାଯୋଗ୍ୟ, ପୂର୍ବରୁ ରୋଷେଇ ଘର ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୬୦ ହଜାର ଟଙ୍କା ଆସୁଥିବାରୁ ସେତେବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକମାନେ ଏ ଦିଗ ପ୍ରତି ଧ୍ୟାନ ନ ଦେବାରୁ ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ପାଇଁ ଆସିଥିବା ଟଙ୍କା ଫେରିଯାଇଥିବା ଜଣାପଡ଼ିଛି। ଫଳରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। ବିଦ୍ୟାଳୟରେ ରୋଷେଇ ଗୃହ ନ ଥିବା ନେଇ ବିଭାଗକୁ ପ୍ରତିବର୍ଷ ରିପୋର୍ଟ ଦିଆଯାଉଛି। ପରେ ଅର୍ଥ ମଞ୍ଜୁର ହେଲାପରେ ପର୍ଯ୍ୟାୟକ୍ରମେ ରୋଷେଇ ଘର ତିଆରି ହେଉଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri