ବଲାଙ୍ଗୀର ମେଡିକାଲ କଲେଜରେ ଡିଜିଟାଲ ବ୍ଲେଣ୍ଡେଡ୍‌ ଶିକ୍ଷା ବ୍ୟବସ୍ଥା

ବଲାଙ୍ଗୀର ଅଫିସ, ୨୮।୬: ବିଶ୍ୱସ୍ତରୀୟ ଶିକ୍ଷାଲାଭ କରିବା ପାଇଁ ଆଉ ବିଦେଶକୁ ଯିବାକୁ ପଡିବ ନାହିଁ। ନିଜ ଘରେ ବା କଲେଜରେ ବସି ଆମ ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରୀୟ ଶିକ୍ଷା ଓ ଡିଜିଟାଲ ଜ୍ଞାନକୌଶଳ ପାଇପାରିବେ। ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜରେ ଶରୀରତତ୍ତ୍ୱ ବିଭାଗ ପକ୍ଷରୁ ଗୁରୁବାର ଅନୁଷ୍ଠିିତ ଆନ୍ତର୍ଜାତିକ ସିଏମ୍‌ଇ ଏବଂ ୱାର୍କଶପ୍‌ରେ ଏହି ବିଶ୍ୱସ୍ତରୀୟ ଶିକ୍ଷା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦୁଇ ଆମେରିକୀୟ ଶିକ୍ଷାବିତ୍‌ ଡା. କୌଶିକ ଦତ୍ତ ଏବଂ ଆମି ବୁଚର ଯୋଗଦେଇ ଅତ୍ୟାଧୁନିକ ଡିଜିଟାଲ ବ୍ଳେଣ୍ଡେଡ ଲାର୍ନିଂ ଉପରେ କହିଥିଲେ।
ଭୀମ ଭୋଇ ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ହାଇଟେକ୍‌ ଡିଜିଟାଲ ଲାର୍ନିଂ ଇନ୍‌ ମେଡିକାଲ ଫିଜିଓଲୋଜି ଉପରେ ଆନ୍ତର୍ଜାତିକ କର୍ମଶାଳା ଓ ସିଏମ୍‌ଇ ଆୟୋଜନ କରାଯାଇଥିଲା। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ର ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଶରୀରତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଡା. ଅର୍ପିତା ପ୍ରିୟଦର୍ଶିନୀ ପ୍ରଥମେ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ମେଡିକାଲ କଲେଜର ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା ଲଳିତ କୁମାର ମେହେର, ବିଭିନ୍ନ ବିଭାଗର ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଫିଜିଓଲୋଜି ବିଭାଗର ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ଏକାଡେମିକସ୍‌ ସେସନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ମେନ୍‌ସ୍ଥିତ ନିଉ ଇଂଲଣ୍ଡ ବିଶ୍ୱବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଅଧ୍ୟାପକ ଡା କୌଶିକ ଦତ୍ତ ଏବଂ ଆମେରିକାର କଲୋରାଡୋ ସ୍ପ୍ରିଙ୍ଗସ୍‌ସ୍ଥିତ ଆଡଇଷ୍ଟ୍ରୁମେଣ୍ଟର ଶିକ୍ଷା ବିଭାଗୀୟ ମୁଖ୍ୟ ଆମି ବୁଚର ଫାକଲ୍‌ଟି ଡେଭେଲପମେଣ୍ଟ ଅନ୍‌ ଡିଜିଟାଲ ବ୍ଳେଣ୍ଡେଡ୍‌ ଲାର୍ନିଂ ଉଇଥ୍‌ ଲାବ୍‌ଷ୍ଟେଶେନ୍‌ ଉପରେ ଗବେଷଣାଭିତ୍ତିକ ଆଲୋଚନା କରିଥିଲେ। ଶରୀରତତ୍ତ୍ୱର ଜଟିଳ ଶିକ୍ଷାକୁ ଆହୁରି ସୁଗମ କରିବା ପାଇଁ ଡିଜିଟାଲ ଟେକ୍‌ନୋଲୋଜିରେ ଆମେ କିଭଳି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବା ସେ ଉପରେ ଉଭୟ ଶିକ୍ଷାବିତ୍‌ ବୁଝାଇଥିଲେ। ବିଭାଗୀୟ ମୁଖ୍ୟ ଅର୍ପିତା ପ୍ରିୟଦର୍ଶିନୀ କହିଥିଲେ ଯେ, ଘରେ ବସି ଏବେ ମେଡିକାଲ ଛାତ୍ରୀଛାତ୍ର ବିଶ୍ୱସ୍ତରୀୟ ବିଜ୍ଞାନର ନୂତନ ଜ୍ଞାନ ଆହରଣ କରିପାରିବେ। ସେମାନେ ମେଡିକାଲ ବିଜ୍ଞାନର ସୂକ୍ଷ୍ମାତି ସୂକ୍ଷ୍ମ ବିଷୟଗୁଡିକୁ ଅତ୍ୟାଧୁନିକ ଟେକ୍‌ନୋଲୋଜି ଓ କମ୍ପ୍ୟୁଟର ଜରିଆରେ ଏଠାରୁ ଶିକ୍ଷା କରିପାରିବେ। ସେହି ଜ୍ଞାନକୁ ସମଗ୍ର ବିଶ୍ୱବାସୀଙ୍କ କଲ୍ୟାଣରେ ଲଗାଇପାରିବେ। ଆମେ ସରକାରଙ୍କଠାରେ କୃତଜ୍ଞ ଯେ ଆମପାଇଁ ବଲାଙ୍ଗୀର ମେଡିକାଲ କଲେଜରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲୋଜି ଯୋଗାଇ ଦେଇଛନ୍ତି। ଏହା ସାଧାରଣ କଥା ନୁହେଁ ା ଏବେ ଓଡିଶା କଥା ଛାଡନ୍ତୁ ସମଗ୍ର ଦେଶରେ ଏଭଳି କମ୍‌ କଲେଜ ରହିଛି ଯେଉଁଠି ଏହିଭଳି ଡିଜିଟାଲ ବ୍ଳେଣ୍ଡେଡ୍‌ ଶିକ୍ଷା ବ୍ୟବସ୍ଥା ଓ ଉପକରଣ ରହିଛି। ଆଗାମୀ ଦିନରେ ବଲାଙ୍ଗୀରରୁ ଓଡିଶାରୁ ଏହି ଜ୍ଞାନ ଆହରଣ କରି ଅନେକ ସଫଳ ଡାକ୍ତର ବାହାରିବେ, ଯେଉଁମାନେ ଆମକୁ ନୂଆ ବାଟ ଦେଖାଇବେ ବୋଲି ବିଭାଗୀୟ ମୁଖ୍ୟ ଡା ପ୍ରିୟଦର୍ଶିନୀ କହିଛନ୍ତି ା
ଏଭଳି ଏକ କର୍ମଶାଳାରେ ଦୁଇ ଆମେରିକୀୟ ଶିକ୍ଷାବିତ୍‌ ଯୋଗଦେଇ ଆମକୁ ନୂଆ ଟେକ୍‌ନୋଲୋଜି ବିଷୟରେ ସୂଚନା ଦେବା ନିଶ୍ଚିତ ରୂପେ ଏକ ଗୌରବର କଥା ବୋଲି ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା ମେହେର କହିଥିଲେ। ବଲାଙ୍ଗୀର ମେଡିକାଲ କଲେଜରେ ଏହି ବିଶ୍ୱସ୍ତରୀୟ ଡିଜିଟାଲ ଉପକରଣ ରହିଥିଲେ ମଧ୍ୟ ଏହାକୁ ଚଳାଇବା ପାଇଁ ଟେକ୍‌ନିସିଆନ୍‌ ବା ଶିକ୍ଷାବିତ୍‌ ନ ଥିଲେ। ଏବେ ଦୁଇ ଆମେରିକୀୟ ବିଦ୍ୱାନ୍‌ ଡା ଦତ୍ତ ଓ ଆମି ବୁଚରଙ୍କ ତତ୍ତ୍ୱାବଧାନରେ ଅନେକ ଛାତ୍ରୀଛାତ୍ର ଏହି ଉପକରଣ ଚଳାଇବା ଶିଖିଛନ୍ତି ଓ ଏହା ଆଗକୁ ଅନେକ କାମରେ ଆସିବ ବୋଲି ସେ କହିଛନ୍ତି ା ଏକାଡେମିକ୍‌ ସେସନସ୍‌ ପରେ ପାୱାର ଲାବ୍‌ରେ ଡା. ଦତ୍ତ ଓ ଆମି ବୁଚର ଛାତ୍ରୀଛାତ୍ର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟମାନଙ୍କୁ ପ୍ରାକ୍ଟିକାଲ ସୂଚନା ଦେଇଥିଲେ ା ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି କେ. ଶିବା. ସୁବ୍ରମଣି, ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri