ପେପର ମିଲ୍‌ ଉପରେ ୧୫୦୦ କୋଟିର ବକେୟା

ଜୟପୁର,୨୮।୬ : କୋରାପୁଟ ଜିଲା ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଲାଗିରହିଥିବା ଅଚଳାବସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପେପର ମିଲ୍‌ ଉପରେ ବିଭିନ୍ନ ବାବଦକୁ ପ୍ରାୟ ୧୫୦୦ କୋଟିର ବକେୟା ପଡ଼ିଛି। ଏଥିରେ ୪୫ କୋଟିରୁ ଅଧିକ ବିଦ୍ୟୁତ ବିଲ୍‌, ୬୨୩ କୋଟିରୁ ଅଧିକ ଜଳକର, କର୍ମଚାରୀଙ୍କ ଦରମା, ୧୫ କୋଟିରୁ ଅଧିକ କଞ୍ଚାମାଲ, କେମିକାଲ ବକେୟା ପଡ଼ିଛି। ସେହିପରି ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କ ଋଣ ମଧ୍ୟ ରହିଛି। ଫଳରେ ମିଲ୍‌ର ଭବିଷ୍ୟତ ନେଇ କର୍ମଚାରୀ ସନ୍ଦେହରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୩ ଜୁଲାଇ ୨୦୧୮ରେ ବିଲ୍ଟ ପେପର ମିଲ୍‌ ବନ୍ଦ ହୋଇଥିବା ବେଳେ ଏହାର ୩ ମାସ ପରେ ମିଲ୍‌ କାର୍ଯ୍ୟକ୍ଷମ ହୋଇଥିଲା। ଗତ ୨୦ ଏପ୍ରିଲରୁ ପେପର ମିଲ୍‌ରେ ପୁଣି ଉତ୍ପାଦନ ବନ୍ଦ ରହିଛି। କାରଖାନାରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଫିସର ନିୟୋଜିତ ଥିବାବେଳେ ଏମାନଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ଏହା ଉପରେ ପେଟ ପାଟଣା ପାଇଁ ନିର୍ଭର କରନ୍ତି। ୨୦୧୯ ଫେବୃୟାରୀରୁ କର୍ମଚାରୀଙ୍କୁ ଦରମା ମିଳି ନଥିବା ବେଳେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ମେ ମାସରେ ଫେବୃୟାରୀ ମାସର ଗୋଟିଏ ଦରମା ମିଳିଥିଲା। କିନ୍ତୁ ଗତ ମାର୍ଚ୍ଚରୁ ଶ୍ରମିକମାନଙ୍କ ଆଉ ଦରମା ମିଳିନାହିଁ। ଓଭର ଟାଇମ କାମ କରୁଥିବା ଶ୍ରମିକମାନେ ମଧ୍ୟ ୪ ମାସ ହେବ ପାଉଣା ପାଇନାହାନ୍ତି। ଗତ ଏପ୍ରିଲରେ ମିଲ୍‌ର ୪ଟି ସ୍ଥାୟୀ ୟୁନିୟନ ଏଥିପାଇଁ କୋରାପୁଟ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅଚଳାବସ୍ଥା ଦୂର କରିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିଜ କାର୍ଯ୍ୟାଳୟରେ ଗତ ୬ ମେରେ ବିଲ୍ଟ କର୍ତ୍ତୃପକ୍ଷ, ଜିଲା ଶ୍ରମ ଅଧିକାରୀ, ଶ୍ରମିକ ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବିଲ୍ଟ ପକ୍ଷରୁ ୟୁନିଟ୍‌ ହେଡ୍‌, ଏଚ୍‌ଆର୍‌ ଡିଜିଏମ୍‌ ଯୋଗଦେଇ କହିଥିଲେ ଯେ ମ୍ୟାନେଜମେଣ୍ଟ ପ୍ରତିମାସରେ କ୍ଷତି ସହୁଥିବା ବେଳେ ରାଜ୍ୟ ସରକାର ୨୦୧୭ରେ କାରଖାନା ପୁନଃ କାର୍ଯ୍ୟକ୍ଷମ ହେବା ବେଳେ କମ୍ପାନିକୁ କେତେକ କ୍ଷେତ୍ରରେ ରିହାତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯାହା କାର୍ଯ୍ୟକାରୀ କରିନାହାନ୍ତି। ଜଳ କର, ବିଦ୍ୟୁତ ଦେୟ ଆଗରୁ ରହିଛି। କୋଇଲା ଓ କଞ୍ଚାମାଲ ମିଳୁନାହିଁ। ପୁରୁଣା ଯନ୍ତ୍ରପାତି ବଦଳାଇବା ପାଇଁ ପାଣ୍ଠିର ଆବଶ୍ୟକତା ରହିଥିବା ନେଇ ବୈଠକରେ ମ୍ୟାନେଜମେଣ୍ଟ ନିଜ ପକ୍ଷ ରଖିବା ସହ ଏ ଦିଗରେ ଜିଲାପାଳଙ୍କ ସହାୟତା ଲୋଡ଼ିଥିଲା। ନୂତନ ସରକାର ଗଠନ ପରେ ରିହାତି ପାଇଁ ଆବେଦନ କରିବା ପାଇଁ ସେତେବେଳେ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଥିଲେ ଜିଲାପାଳ। ଅନ୍ୟପକ୍ଷରେ ୟୁନିୟନ ପ୍ରତିନିଧିମାନେ କହିଛନ୍ତି, ଆବଶ୍ୟକ କଞ୍ଚାମାଲ ଓ କେମିକାଲ, ମରାମତି ପାଇଁ ଯନ୍ତ୍ରାଂଶ ଯୋଗାଡ଼ କଲେ ମିଲ୍‌ ନିର୍ଦ୍ଧାରିତ ୫୫୫୦ ଟନ୍‌ରୁ ଅଧିକ ଉତ୍ପାଦନ କରିପାରିବ। ମ୍ୟାନେଜମେଣ୍ଟ ୬ ମାସ ନିରନ୍ତର କାରଖାନା ଚଳାଇବା ପାଇଁ ଲକ୍ଷ୍ୟ ରଖି କାମ କଲେ ଲାଭକ୍ଷତି ଜଣାପଡ଼ିବ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଦରମା ନଥିବା ଯୋଗୁ ଏବେ ନାମଲେଖା ଋତୁ ଚାଲିଥିବା ବେଳେ କର୍ମଚାରୀଙ୍କ ପିଲା ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ଅଭାବ ଅନଟନରେ ପରିବାର ଚାଲିଥିବା ବିଲ୍ଟ ସେବା ପେପର ମିଲ ଏମ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି କହିଛନ୍ତି। ଏପରିକି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ବକେୟା ପାଇନାହାନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବା ଲାଗି ଦାବି ହୋଇଛି।

ପବନ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri