ନକଲି ନମ୍ବରରେ ବୁଲୁଛି ବାଇକ୍‌

ଦାରିଙ୍ଗବାଡ଼ି,୮।୯(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସୁଶାନ୍ତ ସାହୁଙ୍କ ମୋବାଇଲ ଫୋନକୁ ଶନିବାର ଗଞ୍ଜାମ ଆର୍‌ଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଉଲ୍ଲେଖ ରହିଥିଲା। ସେ ଏହି ମେସେଜ ପାଇବାପରେ ଗଞ୍ଜାମ ଆର୍‌ଟିଓ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ହେଲମେଟ ପିନ୍ଧି ନ ଥିବାରୁ ଏହି ଚାଳଣ କଟାଯାଇଥିବା କୁହାଯାଇଥିଲା। ତେବେ ସୁଶାନ୍ତ ଅଭିଯୋଗ କରିଥିଲେ ଯେ, ସେ ଏବେ ଦାରିଙ୍ଗବାଡ଼ିରେ ଅଛନ୍ତି, ଗଞ୍ଜାମ ଯାଇନାହାନ୍ତି। ପରେ ଗଞ୍ଜାମ ଆର୍‌ଟିଓ ଚାଲାଣ କଟାଯାଇଥିବା ଏକ ବାଇକ ନଂ.(ଓଡି-୦୭-ୱାଇ-୪୬୯୬) କହିବା ସହ ତାହାର ଫଟୋ ସୁଶାନ୍ତଙ୍କ ନିକଟକୁ ପଠାଇଥିଲେ। ଉକ୍ତ ବାଇକରେ ଦାରିଙ୍ଗବାଡ଼ିର ସାନ୍ତନୁଙ୍କ ସ୍କୁଟିର ନମ୍ବର ଉଲ୍ଲେଖ ଥିଲା। ଫଟୋ ସହ ଚାଳଣ ମଧ୍ୟ ସୁଶାନ୍ତଙ୍କ ନିକଟକୁ ପଠାଇଥିଲେ। ତେବେ ସୁଶାନ୍ତ ଆରଟିଓଙ୍କୁ ସୂଚନା ଦେଇ କହିଥିଲେ ଯେ ତାଙ୍କର ଏହି ନମ୍ବରରେ କୌଣସି ବାଇକ ନାହିଁ ବରଂ ସ୍କୁଟି ରହିଛି। ତେବେ ଆରଟିଓ ଏନେଇ ଥାନାରେ ମାମଲା ଦେବାକୁ ସୁଶାନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆରଟିଓ ବ୍ଲକିଂ କରି ଯାଞ୍ଚ କରିବା ସମୟରେ କାହିଁକି ଉକ୍ତ ନକଲି ନମ୍ବର ବାଇକକୁ ଜବତ କରିବା ସହ ଦୁର୍ବୁତ୍ତଙ୍କୁ ଧରିଲେ ନାହିଁ ସେନେଇ ପ୍ରଶ୍ନ କରିଛନ୍ତି। ଏଦିଗରେ ଦୃଢ଼ ପଦକ୍ଷେପ ସୁଶାନ୍ତଙ୍କ ସମେତ ଦାରିଙ୍ଗବାଡ଼ି ବଣିକକ ସଂଘର ସଭାପତି ଅରୁଣ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି। ନକଲ କରି ଦୁର୍ବୁତ୍ତ ମାନେ ବାଇକ ବୁଲାଉତବବାବେଳେ ନିରୀହ ଲୋକଙ୍କ ନାମରେ ଚାଳଣ କଟାଯାଉଛି। ଏହାର ଶିଘ୍ର ତଦନ୍ତ କରି ଦୁର୍ବୁତ୍ତଙ୍କୁ ଧରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?