ଆମ ଜିଲା ଖବର

୨୪ ଘଣ୍ଟାରେ ସାପ କାମଡାରେ ୨ମୃତ

ମାଲକାନଗିରି,୨୩ା୮ (ଡି.ଏନ.ଏ.)- ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସାପ କାମୁଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦେବା ମାଡକାମୀ ଓ ମାଳତି ରାୟ। ମାଲକାନଗିରି ଥାନା ଅନ୍ତର୍ଗତ ଟିଟିବିରି ଗ୍ରାମର ଦେବା ଗୁରୁବାର ରାତିରେ ଘରେ ଶୋଇଥିବା…

ଶାଶୁଘରେ ବିଷ ପିଇ ମହିଳା ମୃତ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

କାଳିମେଳା,୨୩।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଏମ୍‌ଭି-୬୬ ଗ୍ରାମରେ ବିଷ ପିଇବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଶିବୁ ସରକାରଙ୍କ ସ୍ତ୍ରୀ ମୁକ୍ତି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।…

ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଉଠିଲା ମାଟି

ଢେଙ୍କିକୋଟ,୨୩।୮(ଡି.ଏନ୍‌.ଏ.): ପବିତ୍ର ଜନ୍ମାଷ୍ଟମୀ ଓ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ମାଟି ଉଠାଯାଇଥାଏ। ଏ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ମାଟିଉଠା କାର୍ଯ୍ୟକ୍ରମ ହୋଇଛି। ମା’ଙ୍କ ଆଜ୍ଞା…

ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ

କେନ୍ଦୁଝର,୨୩।୮(ସ୍ବ.ପ୍ର.): କେନ୍ଦୁଝର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାମାନେ ମାଇନିଂ ରୋଡ୍‌ସ୍ଥିତ ରାମମନ୍ଦିରରୁ ବାହାରି ସହର ପରିକ୍ରମାକରି କେନ୍ଦୁଝରଗଡ଼ ସରସ୍ବତୀ…

ମେଲଛାମୁଣ୍ଡା ଶିଶୁମନ୍ଦିରରେ ଜନ୍ମାଷ୍ଟମୀ: ୧୬୭ ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଘେଁସ,୨୩।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅନ୍ତର୍ଗତ ମେଲଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଏଥିସହିତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ…

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଶିବ ସେଠୀ(୩୦), ଶଙ୍କର ସେଠୀ(୩୫), ଜିତୁ ସେଠୀ(୨୫),…

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି। ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କମାପଲିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ବାଚନ ବେଳେ ଯଦି…

ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ଥିଲେ। ଅତିଥିମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ଉପରେ ପର୍ଯ୍ୟବେସିତ ତଥ୍ୟ ଓ…

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସଶ୍ମିତାଙ୍କ ସାବତ ପୁଅ ସନ୍ତୋଷ (୨୫), ବୋହୁ ଦେବସ୍ମିତା (୨୪) ଏବଂ…

ସ୍କୁଟିକୁ ଧକ୍କାଦେଇ ବସ୍‌ ଫେରାର: ୧ମୃତ,ଜଣେ ଗୁରୁତର

ରସୁଲପୁର,୨୩।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍‌ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃୃତକ ହେଲେ ସ୍କୁଟି ଚାଳକ ତଥା କୃପାସିନ୍ଧୁ…

ନିଃଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼ ଅଫିସ,୨୩।୮: ବରଗଡ଼ ସହର ଉପକଣ୍ଠ ଖେଦାପାଲି ନିକଟରେ ନବର୍ନିମିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ନିଃଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ ହୋଇଛି। ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ…

ମସ୍ତିଷ୍ମ ଜ୍ୱରରେ ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ

ଝରିଗାଁ,୨୩।୮(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରମରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଶକୁନ୍ତଳା ମାଝି(୧୬) ଗୁରୁବାର ମସ୍ତିଷ୍କ ଜ୍ୱରରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗୋରାମ୍ବା ଗ୍ରାମର ଲଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?