Posted inଭଦ୍ରକ

ମହିଳାଙ୍କୁ ସ୍ବାବଲମ୍ବୀ କରିବ ଗେଣ୍ଡୁ ଚାଷ

ବନ୍ତ,୧୫।୯(ସ୍ବ.ପ୍ର.)- ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରହିଛି। ଭଦ୍ରକ ଜିଲା ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଶନିବାର ବନ୍ତ ବ୍ଲକ ଆଗରପଡ଼ା ସିଡ୍‌ ଫାର୍ମ ସେଉଳଗଢ଼ିଆଠାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ ହୋଇଛି। ଆଦିବାସୀ ଉପତ୍ାଦିକା ଗୋଷ୍ଠୀ ଦ୍ୱାରା ଏଠାରେ ୪୦ ହଜାର ଗେଣ୍ଡୁ ଚାରାରୋପଣ କରାଯାଇଛି। ଫାର୍ମର ପୋଖରୀ ହୁଡାକୁ ଲିଜ୍‌ ସୂତ୍ରରେ ନେଇ ଏହି ଚାଷ କରାଯାଇଥିବା ଜଣାଯାଇଛି।
ବଡ଼ବର୍ଚ୍ଚିକୟଁା ପଞ୍ଚାୟତର ମାତୃଶକ୍ତି ମହାସଂଘ ତତ୍ତ୍ୱାବଧାନରେ ୩ଟି ସ୍ବୟଂସହାୟିକା ଗୋଷ୍ଠୀ ମାଛଚାଷ କରିବା ସହ ପୋଖରୀ ହୁଡ଼ାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଛନ୍ତି। ଜୀବିକା ମିଶନରୁ ୧ ଲକ୍ଷ ଟଙ୍କା ଓ ବ୍ୟାଙ୍କରୁ ଋଣ ଆଣି କଲିକତାରୁ ବିଭିନ୍ନ କିସମର ଚାରା ଅଣାଯାଇ ଏହି ଗଛ ଲଗାଯାଇଛି। ଜୀବିକା ମିଶନର ବିପିଏମ୍‌ ସସ୍ମିତା ଦାଶଙ୍କ ପରିଚାଳନାରେ ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଆଗ୍ରୋନୋମିଷ୍ଟ ଉଦିତ୍‌ ରାୟ, ବ୍ଲକ ସହ କୃଷି ଅଧିକାରୀ ରମେଶ ରାୟ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରକଳ୍ପରେ ୪ ଲକ୍ଷ ୧୬ ହଜାର ଟଙ୍କା ବିନିଯୋଗ କରାଯାଇଥିବା ବେଳେ ଉପତ୍ାଦିତ ଫୁଲ ବିକ୍ରି କରି ୯ ଲକ୍ଷ ଟଙ୍କା ମିଳିବ ବୋଲି ଉତ୍ପାଦିକା ଗୋଷ୍ଠୀ ଆଶା ପୋଷଣ କରିଥିବା କହିିଛନ୍ତି। ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ଚାରାଗୁଡ଼ିକର ଯତ୍ନ ଓ ପରିଚାଳନା ବିଷୟରେ ସଚେତନ କରାଯାଇଥିଲା। ମାତୃଶକ୍ତି ମହାସଂଘର ସଭାନେତ୍ରୀ କଳ୍ପନା ଜେନା, ସମ୍ପାଦିକା ସୁଦୀପ୍ତି ସିଂ, ଦକ୍ଷ ନଥିପତ୍ର ପରିଚାଳିକା ରଶ୍ମିତା ସେଠୀଙ୍କ ସହ ଗୋଷ୍ଠୀର ମହିଳାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri