ସିଦ୍ଧ ମଠରେ ସିଦ୍ଧ ଜଗନ୍ନାଥ

କେନ୍ଦୁଝର, ୧୫।୯(ଡି.ଏନ.ଏ.)-କେନ୍ଦୁଝରର ଜଗନ୍ନାଥ ସଂସ୍କୃତିର ଆରମ୍ଭ ବିଷୟରେ କୌଣସି ଠିକ୍‌ ତଥ୍ୟ ନ ଥିବା ପୁରୁଣାକାଳିଆ ଲୋକମାନେ କୁହନ୍ତି। ତେବେ ଜନଶ୍ରୁତି ଅନୁସାରେ କେନ୍ଦୁଝର ସହରଠାରୁ ୫କି.ମି. ଦୂରରେ ଥିବା ସିଦ୍ଧମଠଠାରେ ସିଦ୍ଧ ଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରି ପୂଜାର ଆରମ୍ଭ କରିଥିଲେ କେହି ଜଣେ ସିଦ୍ଧ ବାବା। ମୁଖ୍ୟତଃ ଜଗନ୍ନାଥ ମନ୍ଦିରଗୁଡିକୁ ଗଲେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ବିଗ୍ରହ ଦେଖିବାକୁ ମିଳୁଥିବାବେଳେ ସିଦ୍ଧମଠଠାରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିରରେ କେଉଁକାଳରୁ ଏକା ପୂଜା ପାଇ ଆସୁଛନ୍ତି ଜଗନ୍ନାଥ ବିଗ୍ରହ। ଅନ୍ୟ ଏକ ବ୍ୟତିକ୍ରମ ହେଲା ସୁଦର୍ଶନଙ୍କ ବିଗ୍ରହ ମଧ୍ୟ ନାହିଁ ବୋଲି ଜଣାପଡିଛି। ସାଧାରଣତଃ ଜଗନ୍ନାଥ ମନ୍ଦିରମାନଙ୍କରେ ଜଗନ୍ନାଥଙ୍କ ସମ୍ମୁଖରେ ଗରୁଡ ସ୍ଥାନିତ ହୋଇଥିବାବେଳେ ଏଠାରେ କିନ୍ତୁ ହନୁମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଏକା ପୂଜା ପାଉଥିବା ସିଦ୍ଧ ଜଗନ୍ନାଥଙ୍କୁ ପୂର୍ବରୁ ରାମଙ୍କ ଅବତାର ଭାବି ରାମତାରକ ମନ୍ତ୍ରରେ ପୂଜା କରାଯାଉଥିଲା। ଏବେ କିନ୍ତୁ ଗୋପାଳ ମନ୍ତ୍ରରେ ପୂଜା କରାଯାଉଛି ବୋଲି ମନ୍ଦିର ପୂଜକ ସଞ୍ଜୟ କୁମାର ତ୍ରିପାଠୀ ଓ ଜିତେନ୍ଦ୍ର କୁମାର ପାଢୀ ପ୍ରକାଶ କରିଛନ୍ତି। ଅତୀତରେ ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଥିବାର କୁହାଯାଉଛି।
ପୂଜାନୀତି ଅନୁସାରେ ସକାଳ ପ୍ରହର ଧୂପରେ ଉଖୁଡା, ଲଡୁ, ନଡିଆ, କଦଳୀ ପ୍ରଭୃତି ଭୋଗ ଲାଗୁଥିବା ଜଣାପଡିଛି। ପୂର୍ବାହ୍ନ ୧୦ ଘଟିକାରେ ଖେଚୁଡି ଭୋଗ ଦିଆଯାଉଥିବାବେଳେ ସନ୍ଧ୍ୟାରେ ପୋଡପିଠା ଓ ଖିରି ଭୋଗ ଲାଗିଥାଏ ବୋଲି ଜଣାପଡିଛି। ସିଦ୍ଧମଠର ସିଦ୍ଧ ଜଗନ୍ନାଥ ମନ୍ଦିର ସ୍ଥାନୀୟ ବଳଦେବଜୀଉ ମନ୍ଦିରଠାରୁ ପାଖାପାଖି ୩ଶହ ବର୍ଷ ପୁରୁଣା ବୋଲି ବଳଦେବଜୀଉ ମନ୍ଦିର ବଡପଣ୍ଡା ରାଜକିଶୋର ପଣ୍ଡା ପ୍ରକାଶ କରିଛନ୍ତି। ୨୦୧୫ ମସିହାରେ ଜଗନ୍ନାଥ ବିଗ୍ରହଙ୍କର ନବକଳେବର କରାଯାଇଥିଲା। ଅପରପକ୍ଷେ ସିଦ୍ଧମଠଠାରେ ପୂଜା ପାଉଥିବା ସିଦ୍ଧକାଳୀ ମନ୍ଦିରରେ ବର୍ଷା ସମୟରେ ପାଣି ଗଳୁଥିବା ପୂଜକ ସଞ୍ଜୟ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। କେନ୍ଦୁଝରକୁ ଆସୁଥିବା ପଯର୍‌ୟଟକମାନେ ସିଦ୍ଧମଠ ବୁଲିବାକୁ ଆସିଥାଆନ୍ତି। ମାତ୍ର ଏଠାରେ ଥିବା ମନ୍ଦିରଗୁଡିକର ମରାମତି କରି ସୌନ୍ଦଯର୍‌ୟକରଣ କରାଗଲେ ନିଶ୍ଚିତ ଭାବରେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୁଅନ୍ତେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri