ସଫେଇ କର୍ମଚାରୀଙ୍କୁ ପ୍ରତାରଣା: ୨୬ରୁ କାର୍ଯ୍ୟ ବନ୍ଦ ଚେତାବନୀ

ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ପୌରପରିଷଦ ଅଧୀନ ୩୧ ୱାର୍ଡ଼ର ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟରେ ୨ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୦ଜଣ ସଫେଇ କର୍ମଚାରୀ ୨୦୧୫-୧୬ ମସିହାରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟରୁ ଭବିଷ୍ୟତ ପାଣ୍ଠି ବାବଦରେ ୧୨ ପ୍ରତିଶତ ଓ ଇଏସ୍‌ଆଇ ବାବଦରେ ୧.୭୫ ପ୍ରତିଶତ କାଟି ରଖାଯାଉଥିଲା। ଏହାକୁ ସରକାରଙ୍କଠାରେ ଦାଖଲ କରା ନ ଯାଇ ଦୀର୍ଘ ୪ବର୍ଷ ଧରି ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରାଯାଇଛି। ଏ ସମ୍ପର୍କରେ ସଫେଇ କର୍ମଚାରୀମାନେ ମ୍ୟୁନିସିପାଲିଟି ଅଧିକାରୀ, ଜିଲା ଶ୍ରମ ଅଧିକାରୀ ଏବଂ ଜିିଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଗତ ଜୁଲାଇ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିଲେ। ଏହାର ସମାଧାନ ପାଇଁ ଜିଲାପାଳ ୧ମାସ ସମୟ ନେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଟଙ୍କା ନ ମିଳିବାରୁ ଶନିବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଜିଲାପାଳ ସଫେଇ କର୍ମଚାରୀମାନଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ‘ବାଲେଶ୍ୱର ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ସଂଘ’ର ପରିଚାଳନା ସମିତି ସଦସ୍ୟ ରାଜେଶ ନାୟକ ଅଭିଯୋଗ କରିଛନ୍ତି।
ଖବରଦାତା ସମ୍ମିଳନୀରେ ସଂଘର ସମ୍ପାଦକ ଭାଗବତ ପ୍ରତିହାରୀଙ୍କ କହିବାନୁସାରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲାପାଳ ଡକାଇଥିଲେ। ଜିଲାପାଳ ସଂଘର ନେତୃବର୍ଗଙ୍କ ସହ କଥାବାର୍ତ୍ତା ନ କରି ଆଇନ ସମ୍ପର୍କରେ ଅନଭିଜ୍ଞ ଥିବା ସଫେଇ କର୍ମଚାରୀମାନଙ୍କୁ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ କୌଣସି ପ୍ରତିକାର ନ କରି ବାରମ୍ବାର ପ୍ରତାରଣା କରିଚାଲିଛନ୍ତି। ଅଭିଯୋଗ ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ୨ ଠିକାଦାରଙ୍କୁ ସଫେଇ କାମରୁ ଅବ୍ୟାହତି ଦେଇ ପୌର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସାନିଟାରୀ ଇନ୍ସପେକ୍ଟରଙ୍କ ଜରିଆରେ ସମସ୍ତ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମାତ୍ର ଅଗଷ୍ଟ ମାସର ଦରମା ଅଦ୍ୟାବଧି ପାଇ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସେମାନଙ୍କର ଇପିଏଫ୍‌ ଓ ଇଏସ୍‌ଆଇ ନ ଦେବା ପାଇଁ ରୋକ୍‌ଠୋକ୍‌ ମନା କରିବାରୁ ମାସିକ ୩ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସଫେଇ କର୍ମଚାରୀମାନେ ହରାଇଛନ୍ତି ବୋଲି ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସର୍ବନିମ୍ନ ମଜୁରିରେ ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫେଇ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ବକେୟା ଥିବା ୨କୋଟି ଟଙ୍କା ଓ ସେପ୍ଟେମ୍ବର ୧୯ରୁ ଇପିଏଫ୍‌ ଓ ଇଏସ୍‌ଆଇ ପୌର ପରିଷଦ କର୍ତ୍ତୃପକ୍ଷ ଦାଖଲ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ସେପ୍ଟେମ୍ବର ୨୫ ସୁଦ୍ଧା ନ ଦେଲେ ସେପ୍ଟେମ୍ବର ୨୬ରୁ ସଫେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ଏନେଇ ସଂଘର ପ୍ରତିନିଧି ରାମ ବେହେରା, ମନୋଜ ବେହେରା, ଭଗବାନ ବେହେରା, ଶ୍ୟାମ ବେହେରା, ସକୁନ୍ତଳା ବେହେରା, ଚଞ୍ଚଳା ନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri