ବାଲେଶ୍ୱର ଅଫିସ, ୧୫ା୯-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ଫକୀରମୋହନ ମେଡିକାଲ କଲେଜ ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ୪୫ ମିନିଟ୍ରେ ବାଦଲ ସାହୁ(୩୦) ନାମକ ଯୁବକଙ୍କୁ ଗୁଳି କରାଯାଇଛି। ୫ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି କାଣ୍ଡ ଘଟାଇଛନ୍ତି। ବାଦଲଙ୍କ ଡାହାଣ ହାତରେ ଗୁଳି ବାଜିବାରୁ ସେ ଗୁରୁତର ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ବାଦଲଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଗୁଳି କରିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ମାନସିଂ ବଜାର ଲୋକ ବୋଲି ଆଇଆଇସି ଜୟନ୍ତ ବେହେରା ତଦନ୍ତରୁ ଜାଣିପାରିଥିବା ସୂଚନା ଦେଇଛନ୍ତି।
ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…
ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…
Archives

